ଅନୁଗୁଳ: ଅନୁଗୁଳ ତୁରଙ୍ଗରେ ଶନିବାର ଟିପିସିଓଡିଏଲ୍ (ଟାଟା ପାୱାର ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବୁ୍ୟସନ୍ ଲିମିଟେଡ୍) ପକ୍ଷରୁ ବିଦୁ୍ୟତ୍ ତାର ଟଣାଯିବା ବେଳେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁ ଜମି ଦେଇ ତାର ଟଣାଯିବାକୁ ଟିପିସିଓଡିଏଲ କର୍ମକର୍ତା ସ୍ଥିର କରିଥିଲେ ତାକୁ ଜମିମାଲିକ ବିରୋଧ କରିଥିଲେ । ତାଙ୍କ ଜାଗା ଦେଇ ବିଦୁ୍ୟତ୍ ତାର ଟାଣିବାକୁ ଦେଇନଥିଲେ । ଖୁଣ୍ଟ ପୋତାଯାଇଥିବା ବେଳେ ଜାଗା ଉପର ଦେଇ ବିଦୁ୍ୟତ୍ ତାର ଟଣାକୁ ଜାଗାମାଲିକଙ୍କ ବିରୋଧ ବିଦୁ୍ୟତ୍ ବିଭାଗ ପାଇଁ ଅଖାଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା । ୫ ଇଞ୍ଚ୍ର ଜାଗାକୁ ନେଇ ଏହି ଟଣାଓଟରା ଲାଗି ରହିଥିବା ବେଳେ ବିଦୁ୍ୟତ୍ ବିଭାଗ ତାର ଟାଣିପାରିନଥିବା ଜଣାଯାଇଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.