Site icon Biswabijayee News Odisha

କଲେଜ ପରିଚାଳନା କମିଟିରେ ଆଉ ରହିବେନି ରାଜନେତା

ଭୁବନେଶ୍ୱର: ଡିଗ୍ରୀ କଲେଜ୍ ପରିଚାଳନାରେ ଶିକ୍ଷାବିତ୍‌ଙ୍କୁ ମିଳିବ ଗୁରୁତ୍ୱ। ଏବଂ ନେତା ଓ ବିଧାୟକଙ୍କ ପ୍ରଭାବ କମିବ। କ୍ୟାମ୍ପସକୁ ରାଜନୀତିରୁ ମୁକ୍ତ ରଖିବାକୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
ପରିଚାଳନା କମିଟିରୁ ଏବେ ବିଧାୟକ ଓ ନେତାଙ୍କୁ ବାଦ୍ ଦିଆଯିବ। ଭୁବନେଶ୍ୱରରେ ଅଭିଭାବକ ମହାସଂଘ ପକ୍ଷରୁ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଏହା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ଏନେଇ ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହ ସରକାରୀ ଓ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜ୍ ଅଧ୍ୟାପକ ଘରୋଇ କୋଚିଂ ଦେବାର ନଜରକୁ ଆସିଲେ ଅଭିଭାବକମାନେ ସିଧାସଳଖ ବିଭାଗକୁ ଜଣାନ୍ତୁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଆହ୍ୱାନ କରିଛନ୍ତି।
ମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ ସଂଘ। ସେପଟେ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ସଠିକ୍ ବେତନର ବନ୍ଦୋବସ୍ତ ପରେ ଏହି ଆଦେଶ ଦେଲେ ସେ ସ୍ୱାଗତ କରିବେ ବୋଲି କହିଛନ୍ତି ୬୬୨ ବର୍ଗ ଅଧ୍ୟାପକ ସଂଘ ସଭାପତି।

Exit mobile version