କଲର୍ସ ଚ୍ୟାନେଲର ‘ଡ୍ୟାନ୍ସ ଦିୱାନେ-୨’ରେ ଓଡ଼ିଆ ପୁଅର ଜଲୱା:ଫାଇନାଲ୍ ରାଉଣ୍ଡରେ ବାରିପଦାର ଓମ୍ ଶୁଭମ

ବାରିପଦା,(ବି.ବି.ନୁ୍ୟଜ୍): ଘରୋଇ ଟିଭି ଚ୍ୟାନେଲ୍ କଲର୍ସର ଅନ୍ୟତମ ଜାତୀୟସ୍ତରୀୟ ରିଅଲିଟି ଶୋ ‘ଡ୍ୟାନ୍ସ ଦିୱାନେ -୨’ ପ୍ରତିଯୋଗିତାରେ ବାରିପଦାର ୧୦ ବର୍ଷର ବାଳକ ଓମ୍ ଶୁଭମ ମହାପାତ୍ର ଫାଇନାଲ୍ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ଓଡ଼ିଶାର ଏକମାତ୍ର ପ୍ରତିଯୋଗୀ ଭାବେ ସେ ଏହି ଲୋକପ୍ରିୟ ଚ୍ୟାନେଲ୍ର ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ସଫଳତା ଲାଭ କରି ବାରିପଦା ତଥା ରାଜ୍ୟବାସୀଙ୍କ ଗୌରବ ଆଣିଛନ୍ତି । ଦିୱାନେ -୨ ରେ ଏହି କୁନି ନୃତ୍ୟଶିଳ୍ପୀଙ୍କ ଜଲୱା ବଲିଉଡ୍ ସୁପରଷ୍ଟାର ମାଧୁରୀ ଦୀକ୍ଷିତ, ଅକ୍ଷୟ କୁମାରଙ୍କ ଠାରୁ ଆରମ୍ଭ କରି ବହୁ ନାମୀଦାମୀ କଳାକାରମାନଙ୍କର ହୃଦୟ ଜିଣିନେଇଥିଲା । ଗତ ମେ ମାସରୁ ଚାଲିଥିବା ଏହି ପ୍ରତିଯୋଗିତାରେ ସାରା ଦେଶର ୧୦୦ରୁ ଅଧିକ କୁନି ନୃତ୍ୟଶିଳ୍ପୀ ଭାଗ ନେଇଥିଲେ । ଓମ୍ ସମସ୍ତଙ୍କୁ ପଛରେ ପକାଇ ଫାଇନାଲ ରାଉଣ୍ଡ ଯାଇଥିବା ୬ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ପ୍ରକାଶ ଥାଉକି, ସେମି ଫାଇନାଲ ରାଉଣ୍ଡର ସୁଟିଂ ସରିଥିବାବେଳେ ଏହାର ପ୍ରସାରଣ ଆସନ୍ତା ଶନିବାର ଓ ରବିବାର କରାଯିବ । ଫାଇନାଲ ରାଉଣ୍ଡରେ ଥିବା ୬ କୁନି ପ୍ରତିଯୋଗୀଙ୍କୁ ୁ ନେଇ ଏବେ ସୁଟିଂ ଚାଲିଛି । ଏହା ଆସନ୍ତା ୨୮ ଓ ୨୯ ତାରିଖରେ ଲାଇଭ୍ ଟେଲିକାଷ୍ଟ କରାଯିବ ବୋଲି ଓମ୍ ବାପା ସୂଚନା ଦେଇଛନ୍ତି ।

ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଖୁଣ୍ଟା ବ୍ଲକ୍ର ଅରବିନ୍ଦ ମହାପାତ୍ର ଓ କୁଞ୍ଜଲତା ମହାପାତ୍ରଙ୍କ ପୁଅ ହେଉଛନ୍ତି ଓମ୍ ଶୁଭମ୍ । ଓମ୍ ଶୁଭମ ୍ର ବାରିପଦାର ଲକ୍ଷ୍ମୀପୋଷି କେନ୍ଦ୍ରୀୟ ବିଦ୍ୟାଳୟରେ ୬ ଷ୍ଟାଣ୍ଡାର୍ଡରେ ପଢ଼ୁଛନ୍ତି । ସେ ଜଣେ ମେଧାବୀ ଛାତ୍ର ମଧ୍ୟ । ପୁଅର ଏଭଳି ସଫଳତା ପାଇଁ ବାପା ଅରବିନ୍ଦ ବହୁତ ଗର୍ବିତ ଓ ଉତ୍ସାହିତ ଥିବା କହିଛନ୍ତି । ପିଲା ଦିନରୁ ନୃତ୍ୟକୁ ଆପଣାଇଥିବା ଓମ୍ ଶୁଭମ୍ ଦିନେ ଜାତୀୟ ଟିଭି ଚ୍ୟାନେଲ୍ ଭାଗ ନେଇ ମୟୂରଭଞ୍ଜ ଜିଲ୍ଲା ତଥା ସମଗ୍ର ଓଡ଼ିଶା ପାଇଁ ସୁନାମ ଆଣିବେ ବୋଲି ସେ କେବେ ଭାବି ନଥିଲେ ବୋଲି କହିଛନ୍ତି ।

ପ୍ରକାଶ ଥାଉକି, ଡ୍ୟାନ୍ସ ଦିୱାନେ -୨ ପ୍ରତିଯୋଗିତାର ଫାଇନାଲ୍ ରାଉଣ୍ଡରେ ଚାମ୍ପିଅନ ହେବାକୁ ହେଲେ ଓମ୍ ଶୁଭମଖଙ୍କ ପାଇଁ ଦର୍ଶକଙ୍କ ଭୋଟ୍ର ଆବଶ୍ୟକତା ରିହିଛି । ଏଣୁ ଭିଓଓଟି’ କିମ୍ବା ‘ମାଇଁ ଜିଓ’ଆପ୍ରେ ଶନିବାର କିମ୍ବା ରବିବାର ରାତି ୧୦ଟାରୁ ଦିନ ୧୦ଟା ମଧ୍ୟରେ ଭୋଟ ଓଡ଼ିଆ ବାଳକ ଓମ୍କୁ ଜୟଯୁକ୍ତ କରିବାକୁ ତାଙ୍କ ପିତା ଶ୍ରୀ ମହାପାତ୍ର ରାଜ୍ୟବାସୀଙ୍କୁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଜରିଆରେ ଅନୁରୋଧ କରିଛନ୍ତି ।