ଓଡ଼ିଆ ଝିଅ ସେଫାଳି ଉଧ୍ଗାତାଙ୍କ ସଫଳତା:ହେଲେ ମିସ୍ ବ୍ରିଟିସ୍ ଇଣ୍ଟରନ୍ୟାସ୍ନାଲ ଧ୍ୱିତୀୟ ରନର୍ସଅପ୍

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶ୍ରୀଲଙ୍କାରେ ଆୟୋଜିତ ମିସ୍ ବ୍ରିଟିସ୍ ଏମ୍ପାୟାର ୨୦୧୯ ସୁନ୍ଦରୀ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଓଡ଼ିଆ ଝିଅ ସେଫାଳି ଉଧ୍ଗାତା । ପ୍ରତିଯୋଗିତାରେ ବିଜୟୀ ହେବା ପରେ ସେଫାଳି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ପରିଚୟ, ପ୍ରଶ୍ନ-ଉତ୍ତର, ପ୍ରତିଭା, ରାତ୍ରୀ କଷ୍ଟୁ୍ୟମ୍ ଓ କକ୍ଟେଲ ଭଳି ୬ଟି ରାଉଣ୍ଡରେ ଉଲ୍ଲେଖନୀୟ ପ୍ରଧର୍ଶନ କରି ସେଫାଳି ଧ୍ୱିତୀୟ ରନର୍ସଅପ୍ ଭାବେ କ୍ରାଉନ୍ ବିଜେତା ହୋଇଛନ୍ତି । ବିଶ୍ୱସ୍ତରର ଅନ୍ୟ ପ୍ରତିଯୋଗୀଙ୍କୁ ସେ କଡ଼ା ଟକ୍କର ଧେଇଥିଲେ । ଏହାପୂର୍ବରୁ ସେଫାଳି ଅପେରା ମିସ୍ ଇଣ୍ଡିଆ ଗ୍ଲୋବାଲ ବିଜେତା ହୋଇଥିଲେ ।
ନିଜର ଏହି ସଫଳତା ବାବଧରେ ସେଫାଳି କହନ୍ତି ଗତ ଅଗଷ୍ଟ ମାସରେ ଅପେରା ଆୱାର୍ଡ ବିଜେତା ହେବା ପରେ ଶ୍ରୀଲଙ୍କାରେ ଆୟୋଜିତ ଇଣ୍ଟରନ୍ୟାସ୍ନାଲ୍ କ୍ରାଉନ୍ରେ ଭାଗ ନେବାର ସୁଯୋଗ ପାଇଥିଲି । ଏଥିରେ ୭୯ଟି ଧେଶର ପ୍ରତିଯୋଗୀ ଭାଗ ନେଇଥିବା ବେଳେ କମନୱେଲ୍ଥ ଧେଶମାନଙ୍କର ପ୍ରତିଯୋଗୀଙ୍କୁ ଅଧିକ ପ୍ରାଧାନ୍ୟ ଧିଆଯାଇଥିଲା । ଏଥିରେ ୟୁକେର ପ୍ରତିଯୋଗୀ ବିଜେତା ହୋଇଥିବା ବେଳେ ଅଷ୍ଟେ୍ରଲିଆର ପ୍ରତିଯୋଗୀ ଧ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । କ୍ରାଉନ୍ ଜିତିବା ପରେ ଓଡ଼ିଶାରେ ଗୋଟେ ଗ୍ରୁମିଂ କ୍ଲାସ୍ ଆରମ୍ଭ କରିବାକୁ ଇଚ୍ଛା ରଖିଛି । ଆଇଏନ୍ଏଫ୍ଡିରେ ଫ୍ୟାଶନ୍ ଟେକ୍ନୋଲୋଜି ପ୍ରଥମ ବର୍ଷର ଛାତ୍ରୀ ସେଫାଳି କହନ୍ତି, ଓଡ଼ିଶାରେ ଅନେକ ଯୁବ ପ୍ରତିଭା ଅଛନ୍ତି । ଯେଉଁମାନେକି ଫ୍ୟାଶନ୍ ଧୁନିଆରେ ନିଜର ଛାପ ଛାଡିବାକୁ ଇଚ୍ଛା ରଖିନ୍ତି । ହେଲେ ସୁଯୋଗ ଓ ପ୍ରୋତ୍ସାହନର ଅଭାବ ଯୋଗୁଁ ଏହା ସବୁବେଳେ ସମ୍ଭବ ହୋଇପାରେନି । ଏଭଳି ପ୍ରତିଭାଙ୍କୁ ଏକ ପ୍ଲାଟଫର୍ମ ଧେବାରେ ଗ୍ରୁମିଂ କ୍ଲାସ୍ ସହାୟକ ହେବ ।