ପୁରୀରେ ହେବ ବ୍ୟାଙ୍କ ଗ୍ରାହକ ସମ୍ପର୍କ କାର୍ଯ୍ୟକ୍ରମ

ଭୁବନେଶ୍ୱର, (ବି.ବି.ବୁ୍ୟରୋ): ୟୁକୋ ବ୍ୟାଙ୍କ ପକ୍ଷରୁ ପୁରୀରେ ହେବ ଗ୍ରାହକ ସମ୍ପର୍କ କାର୍ଯ୍ୟକ୍ରମ । ଆସନ୍ତା ୩୧ ତାରିଖ ଓ ୧ ତାରିଖ ଦୁଇ ଦିନ ଧରି ହେବାକୁ ଥିବା କାର୍ଯ୍ୟକ୍ରମରେ ୨୦ରୁ ଅଧିକ ବ୍ୟାଙ୍କ ଅଂଶ ଗ୍ରହଣ କରିବେ । ଆଜି ୟୁକୋ ବ୍ୟାଙ୍କର ମହାପ୍ରବନ୍ଧକ ସରୋଜ ରଞ୍ଜନ ନାୟକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ଶ୍ରୀ ନାୟକ କହିଛନ୍ତି, ବ୍ୟାଙ୍କରେ ମିଳୁଥିବା ସମ୍ପର୍କରେ ଉପଭୋକ୍ତାମାନଙ୍କୁ ଏହି ଅବସରରେ ଅବଗତ କରାଯିବ । କାର୍ଯ୍ୟକ୍ରମରେ ବ୍ୟାଙ୍କରେ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ଲୋକେ ଜାଣିପାରିବେ । ବହୁ ସଂଖ୍ୟାରେ ଉପଭୋକ୍ତା ଏଥିରେ ଅଂଶ ଗ୍ରହଣ କରି ଏହାର ସୁବିଧା ସୁଯୋଗ ନେବାକୁ ଅନୁରୋଧ କରିଛନ୍ତି ଶ୍ରୀ ନାୟକ । ସାମ୍ବାଦିକ ସମ୍ମିଳନୀରେ ବ୍ୟାଙ୍କର ପ୍ରମୁଖ ଅଧିକାରୀ ପିକେସି ଦାସ ଓ ବିଜୟ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।