ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଭି.କେ. ପାଣ୍ଡିଆନ୍

ସମ୍ବଲପୁର,(ବି.ବି.ନୁ୍ୟଜ୍): ସ୍ୱାସ୍ଥ୍ୟ କ୍ଷେତ୍ରରେ ଲୋକମାନଙ୍କୁ ଉନ୍ନତ ମାନର ସେବା ଯୋଗାଇ ଦିଆଯାଉଛି କି ନାହିଁ? ଡାକ୍ତର ଓ କର୍ମଚାରୀ ରୋଗୀଙ୍କ ସହ ଉତ୍ତମ ବ୍ୟବହାର କରୁଛନ୍ତି କି ନାହିଁ? ଏନେଇ ଆଜି ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିବାକୁ ୫-ଟି ସଚିବ ଭିକେ ପାଣ୍ଡିଆନ, ଉନ୍ନୟନ ସଚିବ ସୁରେଶ ମହାପାତ୍ର ଏବଂ ସ୍ୱାସ୍ଥ୍ୟ ସଚିବ ପ୍ରମୋଦ କୁମାର ମେହେର୍ଦ୍ଧା ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ଅଚାନକ ପରିଦର୍ଶନ କରିଛନ୍ତି । ବିଭିନ୍ନ ବିଭାଗ ବୁଲିବା ସହ ରୋଗୀଙ୍କ ଠାରୁ ମତାମତ ବି ସଂଗ୍ରହ କରିଛନ୍ତି । ଆଉ ଅଧିକାରୀଙ୍କୁ ତାଗିଦ୍ ବି କରିଥିବା ସୂଚନା ମିଳିଛି । ମାତ୍ର ୨ ଘଣ୍ଟା ପୂର୍ବରୁ ସୂଚନା ପାଇବା ପରେ ଜିଲ୍ଲା ପ୍ରଶାସନ ପାଣ୍ଡିଆନଙ୍କ ଗସ୍ତକୁ ନେଇ ସାଂଘାତିକ ହଡବଡେଇ ଯାଇଥିବା ଦେଖିବାକୁ ମିଳିଛି ।
ପୂର୍ବରୁ କୌଣସି ସୂଚନା ନଥିଲା । ଏପରିକି ପୂର୍ବାହ୍ନ ସାଢେ ୧୧ଟା ସୁଦ୍ଧା ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀଙ୍କ ପାଖରେ ବି କୌଣସି ସୂଚନା ନଥିଲା । ହେଲେ ପ୍ରାୟ ୧୨ଟା ପରେ ଜଣେ ପରେ ଜଣେ କରି ପୁଲିସ ଏବଂ ପ୍ରଶାସନର ବରିÂ ଅଧିକାରୀମାନେ ପାଣ୍ଡିଆନ୍ଙ୍କ ଗସ୍ତ ସୂଚନା ପାଇ ସଦର ଡାକ୍ତରଖାନାକୁ ଦୌଡ଼ିବାକୁ ଲାଗିଥିଲେ । ଦିନ ପ୍ରାୟ ୨ଟା ବେଳେ ଜମାଦାରପାଲି ଏୟାରଷ୍ଟ୍ରିପ୍ରେ ପହଞ୍ଚିବା ପରେ ସ୍ୱତନ୍ତ୍ର ଗାଡିରେ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ପହଞ୍ଚିଥିଲେ ଏହି ତିନି ବରିÂ ଆଇଏଏସ୍ । ପ୍ରଥମେ ମହିଳା ଏବଂ ଶିଶୁ ଚିକିସôା କେନ୍ଦ୍ରର ବିଭିନ୍ନ ୱାର୍ଡ ବୁଲିବା ସହ ସ୍ୱାସ୍ଥ୍ୟ କ୍ଷେତ୍ରର ଅସଲ ଚିତ୍ର ପଚାରି ବୁଝିଥିଲେ । ପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବ୍ୟବହାର ସଂପର୍କରେ ପଚାରି ବୁଝିବା ସହ ଖାଇବା ପିଇବା ଏବଂ ଡାକ୍ତରମାନେ ଠିକ୍ ସମୟରେ ଚିକିସôା ଯୋଗାଉଛନ୍ତି ନା ନାହିଁ, ସେ ସଂପର୍କରେ ପଚାରି ବୁଝିଥିଲେ । ସେପଟେ ଗତକାଲି ଜଣେ ରୋଗୀ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କୁ ମେଡିକାଲ ପକ୍ଷରୁ ଖାଇବାକୁ ମିଳିନଥିବା ଅଭିଯୋଗ ପାଇବା ପରେ ଏନେଇ ସିଡିଏମ୍ଓଙ୍କୁ ତାଗିଦ୍ କରିଥିଲେ ପାଣ୍ଡିଆନ୍ ।
ସୂଚନା ଅନୁସାରେ ସାଧାରଣ ଲୋକେ ଯେମିତି ମୌଳିକ ସୁବିଧାରୁ ବଞ୍ଚିତ ନ ହେବେ ସେ ନେଇ ରାଜ୍ୟ ସରକାର ତପ୍ତରତା ପ୍ରକାଶ କରିବା ସହ ୫-ଟି ପ୍ରଥା ଆପଣେଇଛନ୍ତି । ଏହି ଦଫାରେ ୫-ଟି ସଚିବ ଭିକେ ପାଣ୍ଡିଆନ୍ ଏବଂ ତାଙ୍କ ଟିମ୍ ରାଜ୍ୟର ବିଭିନ୍ନ ମେଡିକାଲ ପରିଦର୍ଶନ କରିବା ସହ ସେଠାକାର ବାସ୍ତବ ସ୍ଥିତି ପରଖୁଛନ୍ତି । ଏହି କ୍ରମରେ ଆଜି ସମ୍ବଲପୁର ଜିଲ୍ଲାର ସଦର ମେଡିକାଲରେ ପହଞ୍ଚି ସ୍ଥିତି ପରଖିଥିଲେ ୫ଟି ସଚିବ । ପ୍ରଥମେ ସେ ମହିଳା ଏବଂ ଶିଶୁ କେନ୍ଦ୍ରରେ ପହଞ୍ଚି ରୋଗୀ ଏବଂ ସେମାନଙ୍କ ସଂପର୍କୀୟମାନଙ୍କ ସହ କଥା ହୋଇଥିଲେ । ମହିଳା ୱାର୍ଡରେ ରକ୍ତହୀନତା ରୋଗରେ ଭର୍ତ୍ତି ହୋଇଥିବା ଜମନକିରା ଅଞ୍ଚଳର ସୀମା ବା‚ୁରଙ୍କୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ରକ୍ତ ପାଇଁ ସେମାନଙ୍କୁ କେହି ପଇସା ମାଗିଛନ୍ତି କି ବୋଲି ପଚାରିଥିଲେ ।
ଏହାପରେ ଖାଇବା ଠିକ୍ ଭାବେ ମିଳୁଛି କି ନାହିଁ । ହସ୍ପିଟାଲ କର୍ତ୍ତୃପକ୍ଷ ସେମାନଙ୍କୁ ପଇସା ମାଗୁଛନ୍ତି କି ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ରୋଗୀ ଏବଂ ସେମାନଙ୍କ ସଂପର୍କୀୟଙ୍କୁ ପଚାରି ବୁଝିଥିଲେ । ପରେ ଜନନୀ ୱାର୍ଡକୁ ଯାଇ ନକ୍ସାପାଲି ଅଞ୍ଚଳର ଶୋଭାଗିନୀ ଦାସଙ୍କୁ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଘରୁ ମେଡିକାଲକୁ ଆସିବା ବେଳେ ୧୦୨ ଆମ୍ବୁଲାନ୍ସ ପଇସା ମାଗିଥିଲା କି, ଆଶା କର୍ମୀ ପଇସା ମାଗିଛନ୍ତି କି ନାହିଁ , ଛତୁଆ, ଖାଦ୍ୟ ଏବଂ ଜନନୀ ପାଇଁ ମେଡିକାଲ ପକ୍ଷରୁ ମିଳୁଥିବା ସହାୟତା ଠିକ୍ ଭାବରେ ପାଇଛ କି, ପଇସା ମିଳିଛି କି ନାହିଁ ସେ ସଂପର୍କରେ ପଚାରି ବୁଝିଥିଲେ ।
ପରେ ଶିଶୁ ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କୁ ଖାଇବାକୁ ମିଳିନଥିବା ନେଇ କ୍ଷୋଭ ପ୍ରକାଶ କରିବା ସହ ସିଡିଏମ୍ଙ୍କ ଘଟଣା ସଂପର୍କରେ ଅବଗତ କରାଇଥିଲେ । ସେଠୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ଏବଂ ମେଡିସିନ୍ ୱାର୍ଡ ବୁଲି ଦେଖିବା ସହ ଲୋକମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ଡାକ୍ତରମାନେ ଠିକ୍ ସମୟରେ ୱାର୍ଡ ପରିଦର୍ଶନ କରୁଛନ୍ତ କି ନାହିଁ ଏ ସଂପର୍କରେ ମଧ୍ୟ ରୋଗୀଙ୍କ ଠୁ ପଚାରି ବୁଝିଥିଲେ । ପରେ ନିରାମୟ ଏବଂ ଅନ୍ୟ କେନ୍ଦ୍ର ବୁଲି ଦେଖିଥିଲେ । ଏହି ପରିଦର୍ଶନରେ ଜିଲ୍ଲାପାଳ ଶୁଭମ ସକ୍ସେନା ଏବଂ ଏସ୍ପି କନୱର ବିଶାଲ ସିଂ ସାମିଲ ହୋଇ ତିନି ଅଧିକାରୀଙ୍କୁ ବିଭିନ୍ନ ବିଭାଗ ବୁଲାଇଥିଲେ ।
ଅଇଁଠାପାଲିରୁ ପାଣ୍ଡିଆନ୍ଙ୍କ ରାଜ୍ୟର ପ୍ରଥମ ଥାନା ପରିଦର୍ଶନ
ସମ୍ବଲପୁର,(ବି.ବି.ନୁ୍ୟଜ୍): ମୋ ସରକାର ଯୋଜନା ଅଧୀନରେ ୫ଟି ସଚିବ ଦାୟିତ୍ୱ ନେବା ପରେ ଭିକେ କାର୍ତ୍ତିକେୟନ୍ ପାଣ୍ଡିଆନ୍ ରାଜ୍ୟର ବିଭିନ୍ନ ଡାକ୍ତରଖାନାକୁ ଅଚାନକ ପରିଦର୍ଶନ କରୁଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ଥାନାକୁ ପରିଦର୍ଶନ କରିନଥିଲେ । ତେବେ, ଆଜି ସମ୍ବଲପୁର ଗସ୍ତ ଅବସରରେ ପ୍ରଥମ କରି ପାଣ୍ଡିଆନ୍ ଅଇଁଠାପାଲି ଥାନାକୁ ଅଚାନକ ଗସ୍ତ କରି ୫ଟିର ସଫଳ ରୂପାୟନ ନେଇ ସ୍ଥିତି ପରଖିଛନ୍ତି । ଥାନାରେ ଆଜି ହୋଇଥିବା ଷ୍ଟେସନ୍ ଡାଏରି ରିପୋର୍ଟ ଏବଂ ଅନଲାଇନ୍ ସିସିଟିଏନ୍ଏସ୍ ବ୍ୟବସ୍ଥାରେ ହୋଇଥିବା ଅଭିଯୋଗର ଯାଞ୍ଚ କରିଥିଲେ । ଏହାପରେ ଜଣେ ଅଭିଯୋଗକାରୀଙ୍କ ସହିତ ଫୋନ୍ରେ କଥା ହୋଇ ଥାନାରୁ କିପରି ବ୍ୟବହାର ପାଇଲେ, ତାଙ୍କ ଏତଲା ତୁରନ୍ତ ରୁଜୁ ହେଲା ନା ନାହିଁ ଫୋନ୍ରେ ବିଷଦ ଭାବେ ପଚାରି ବୁଝିଥିଲେ । ପରେ ଏସ୍ପିଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।