ଅରବିନ୍ଦ ମୁଦୁଲିଙ୍କୁ ମରଣୋତ୍ତର ଭିକାରୀ ବଳ ସମ୍ମାନ

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ(କାପୋକେ) ଓ ୟୁଥ୍ର ମିଳିତ ସହଯୋଗରେ ଭିକାରୀ ବଳ ସ୍ମୃତି ସଂସଦ ପକ୍ଷରୁ ଭଜନସମ୍ରାଟ ଭିକାରୀ ବଳଙ୍କର ୯ମ ଶ୍ରାଦ୍ଧ ବାର୍ଷିକୀ ଆଜି ସନ୍ଧ୍ୟାରେ ଅନୁÂିତ ହୋଇଯାଇଛି । ଏହି ଅବସରରେ ଜୟଦେବରେ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ‘ତୋର ସାଆନ୍ତ ପଣକୁ କିଏ…’ ସହ ଭିକାରୀ ବଳ ସମ୍ମାନ-୨୦୧୯ ପ୍ରଦାନ କରାଯାଇଥିଲା । ଏହି ଅବସରରେ ବିଶିଷ୍ଟ ସଙ୍ଗୀତଜ୍ଞ ସ୍ୱର୍ଗତ ସ୍ୱରାରବିନ୍ଦ ଅରବିନ୍ଦ ମୁଦୁଲିଙ୍କୁ ଭିକାରୀ ବଳ ସମ୍ମାନ-୨୦୧୯ ପ୍ରଦାନ କରାଯାଇଥିଲା । ସ୍ୱର୍ଗତ ମୁଦୁଲିଙ୍କ ଧର୍ମପତ୍ନୀ ସଂଯୁକ୍ତା ମୁଦୁଲି ଉପସ୍ଥିତ ରହି ମରଣୋତ୍ତର ସମ୍ମାନଟିକୁ ଗ୍ରହଣ କରିଥିଲେ । ଏହି ଅବସରରେ ରାଜ୍ୟସ୍ତରୀୟ ଭିକାରୀ ବଳ ସଙ୍ଗୀତ ପ୍ରତିଯୋଗୀତାରେ ଉତ୍ତୀର୍ଣ୍ଣ ହୋଇଥିବା କନିÂ ଏବଂ ବରିÂ ବିଭାଗର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଚାରକ ଥିବା ବରିÂ କଣ୍ଠଶିଳ୍ପୀ ଅନସୂୟା ନାଥ ଏବଂ ଅଧ୍ୟାପକ ଗୁରୁ ପ୍ରଦୀପ କୁମାର ଦାସଙ୍କ ସଙ୍ଗୀତ ପରିବେଷଣରେ ସହଯୋଗ କରିଥିବା ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଭିକାରୀ ବଳଙ୍କ ଅବିକଳ ସ୍ୱରରେ ଗାଉଥିବା ରବୀନ୍ଦ୍ର ମହାପାତ୍ରଙ୍କ ଭଜନ ଉପସ୍ଥିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଏହି ସନ୍ଧ୍ୟାରେ ଅତିଥି ଭାବେ ସୁବାର୍ତ୍ତାର ସମ୍ପାଦକ ପ୍ରଦୁ୍ୟମ୍ନ ଶତପଥୀ, ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗ ଦେଇଥିଲେ । ସଭାରେ ସଭାପତିତ୍ୱ କରିଥିଲେ ଖଦି ବୋର୍ଡର ସଭାପତି ସଂଗ୍ରାମ କେଶରୀ ପାଇକରାୟ । ଶେଷରେ ଧନ୍ୟବାଦ ଦେଇଥିଲେ ଭିକାରୀ ବଳ ସ୍ମୃତି ସଂସଦର ସମ୍ପାଦକ ଚିତ୍ତରଞ୍ଜନ ମହାନ୍ତି । କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ଡ. ଶ୍ରୀନିବାସ ଘଟୁଆରୀ ।