ଆପୋଲୋରେ ଖୋଲିବ ଫଙ୍କସନାଲ ନୁ୍ୟରୋ ସର୍ଜରୀ ବିଭାଗ

ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଆପୋଲୋ ହସ୍ପିଟାଲରେ ଖୋଲିବ ଫଙ୍କସନାଲ ନୁ୍ୟରୋ ସର୍ଜରୀ କ୍ଲିନିକ୍ । ଅପସ୍ମାର (ଏପିଲେପ୍ସି), ପାର୍କିନ୍ସନ ଓ ମାଇଗ୍ରାଣ୍ଟ ଶିକାର ହେଉଥିବା ଲୋକଙ୍କୁ ଏହି କ୍ଲିନିକରେ ଡିପ୍ ବ୍ରେନ୍ ଷ୍ଟିମୁଲେସନ୍ ଓ ଲିସୋନାଲ୍ ସର୍ଜରୀ ଜରିଆରେ ଭଲ କରାଯାଇପାରିବ । ସୁନାମଧନ୍ୟ ଫଙ୍କସନାଲ ନୁ୍ୟରୋସର୍ଜନ ଡାକ୍ତର ପରେଶ ଦୋଷୀ ଆପୋଲୋ ହସ୍ପିଟାଲରେ ରୋଗୀ ଦେଖିବେ । ଆଜି ଏନେଇ ଆପୋଲୋ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ।
ଡାକ୍ତର ଦୋଷୀ ସାମ୍ବାଦିକଙ୍କୁ ସୂଚନା ଦେଇ କହିଛନ୍ତି, ଏପିଲେପ୍ସି, ପାର୍କିନ୍ସନ ଓ ମାଇଗ୍ରାଣ୍ଟର ଶିକାର ରୋଗୀ ସବୁଦିନ ପାଇଁ ଶାରିରୀକ ଭାବେ ଅକ୍ଷମ ହୋଇଯାଇଥାଏ । ଏହି ରୋଗ ହେଲେ, ମଣିଷର ବିଭିନ୍ନ ଅଙ୍ଗ ଅକାମୀ ହୋଇଯିବା ସହ ମସ୍ତିସ୍କ ମଧ୍ୟ ଠିକ୍ଭାବେ କାମ କରିନଥାଏ । ତେବେ ଡିପ୍ ବ୍ରେନ୍ ଷ୍ଟିମୁଲେସନ୍ (ଡିବିଏସ୍) ସର୍ଜରୀ ପରେ ରୋଗୀ ସାଧାରଣ ମଣିଷ ଭାବେ ବଞ୍ଚି ପାରୁଛି । ସାରାଦେଶରେ ଏବେ ଫଙ୍କସନାଲ ନୁ୍ୟରୋ ସର୍ଜରୀ କ୍ଲିନିକ୍ ୪/୫ ସହରରେ ରହିଛି । ପୂର୍ବ ଭାରତରେ କେବଳ କଲିକତାରେ ଏହି ସର୍ଜରୀ ହୋଇପାରୁଛି ।
ଏହି ସର୍ଜରୀରେ ମସ୍ତିସ୍କର ମଝି ଭାଗକୁ କଣାକରି ପତଳା ତାର ସାହାଯ୍ୟରେ କାର୍ଡିଆକ ପେସ୍ ମେକରକୁ ଇଲେକ୍ଟ୍ରି ଦିଆଯିବ । ଯେଉଁଥିରେ ତାର ସାହାଯ୍ୟରେ ପେସ୍ ମେକରକୁ ସକ ଦିଆଯିବ । ଏହି ସର୍ଜରୀରେ ରୋଗୀଙ୍କୁ ଔଷଧ ଖାଇବାର ମଧ୍ୟ ଆବଶ୍ୟକତା ନାହିଁ । ଚିକିତ୍ସା ପାଇଁ ୪ ରୁ ୧୫ ଲକ୍ଷ ଟଙ୍କା ଯାଏ ଖର୍ଚ୍ଚ ହେବ । ଆସନ୍ତା କାଲି ଡାକ୍ତର ଦୋଷୀ ଆପୋଲୋରେ ଓପିଡି ସେବା ଆରମ୍ଭ କରିବେ । ମାସକୁ ଗୋଟିଏ ଦିନ ପାଇଁ ସେ ଆପୋଲୋକୁ ଆସିବେ । ଆପୋଲୋ ଚେନ୍ନାଇ ପରେ ଆପୋଲୋ ଭୁବନେଶ୍ୱର ଏହି ନୂଆ ଚିକିତ୍ସା ସେବା ଦେବାରେ ଗ୍ରୁପର ଦ୍ୱିତୀୟ ହସ୍ପିଟାଲ ହେବ । ଓଡ଼ିଶାର ଅନ୍ୟ କୌଣସି ହସ୍ପିଟାଲରେ ଏହି ସୁବିଧା ନଥିବା ଆପୋଲୋ ହସ୍ପିଟାଲ ପକ୍ଷରୁ କୁହାଯାଇଛି ।
ସାମ୍ବାଦିକ ସମ୍ମିଳନୀରେ ମେଡିକାଲ ସର୍ଭିସର ନିଦେ୍ର୍ଧଶକ ଆଶିଷ ଚନ୍ଦ୍ରା, ଜେନରାଲ ମ୍ୟାନେଜର (ଅପରେସନ) ଅର୍ଣ୍ଣବ ଏସ ରଥ ପ୍ରମୁଖ ଉପସ୍ଥିତ ଥିଲେ ।