‘କିଏ ହେବ ମୋ ହିରୋଇନ୍’ ର ମହୁରତ

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆଜି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘କିଏ ହେବ ମୋ ହିରୋଇନ୍’ର ଶୁଭ ମହୁରତ ଆଜି ପୂର୍ବାହ୍ନରେ ସିଆର୍ପି ଛକ ହନୁମାନ ମନ୍ଦିର ପରିସରରେ ଅନୁÂିତ ହୋଇଯାଇଛି । ପ୍ରଯୋଜକ ରବୀନ୍ଦ୍ର ପଣ୍ଡା ପ୍ରଯୋଜିତ ଏକ୍ସେଲ ମୁଭିଜ୍ର ୮ ମ ଅବଦାନରେ ପ୍ରସ୍ତୁତ ହେଉଛି ଏହି ଓଡ଼ିଆ ଚଳଚ୍ଚିତ୍ର । ଏହାର କଥାବସ୍ତୁ ତୃତୀୟ ଲିଙ୍ଗୀ ସମାଜ ସହିତ ରହିଛି । ଫିଲ୍ମର ଲିଡ୍ରେ ଅଭିନେତା ଅସିତ ରହିଛନ୍ତି । ଏହା ତାଙ୍କର ତୃତୀୟ ଫିଲ୍ମ । ପୂର୍ବରୁ ସେ ଚଳଚ୍ଚିତ୍ର ‘ଭୈରବ’ ଓ ‘ନାୟକର ନା ଦେବଦାସ’ରେ ଅଭିନୟ କରିଥିଲେ । ତାଙ୍କ ବିପକ୍ଷରେ ସୋନମ ଏବଂ ମହିମା ରହିଥିବାବେଳେ ଏହି ଚଳଚ୍ଚିତ୍ର ମାଧ୍ୟମରେ ଡେବୁ୍ୟ କରିବେ ନାୟିକା ସୋନମ । ମାତ୍ର ଅସିତଙ୍କ ପରି ମହିମାଙ୍କର ଏହା ତୃତୀୟ ସିନେମା । ପୂର୍ବରୁ ସେ ‘ଚାଲ୍ ଟିକେ ଦୁଷ୍ଟ ହବା’ ଓ ‘ଲଭ୍ ୟୁ ପ୍ରିୟା’ରେ ଅଭିନୟ କରିଛନ୍ତି । ‘ଲଭ୍ ୟୁ ପ୍ରିୟା’ ଏବେ ରିଲିଜ୍ ଅପେକ୍ଷାରେ ରହିଛି । ଏମାନଙ୍କ ବ୍ୟତୀତ ଚଳଚ୍ଚିତ୍ରର ବିଭିନ୍ନ ଚରିତ୍ରରେ ଅଭିନେତା ଶ୍ରୀତମ ଦାସ, ପିଣ୍ଟୁ ନନ୍ଦ, କେକେ, ବିଦୁସ୍ମିତା, ପୁଷ୍ପା ପଣ୍ଡା, ଦୀପା ଓ ଅନ୍ୟମାନେ ଅଭିନୟ କରୁଛନ୍ତି । ସିନେମାର କାହାଣୀ ବିଜୟଲକ୍ଷ୍ମୀ ପଣ୍ଡାଙ୍କର ଥିଲାବେଳେ ଚିତ୍ରନାଟ୍ୟ ରୂପ ଦେଇଛନ୍ତି ଡ. ରଜନୀ ରଞ୍ଜନ । ସଙ୍ଗୀତ ନିଦେ୍ର୍ଧଶନା ଅଗ୍ନିରାଜ କିଶୋର ଏବଂ ନୃତ୍ୟ ନିଦେ୍ର୍ଧଶନାରେ ଲୁବୁନ-ଟୁବୁନ ରହିଛନ୍ତି । ନିଦେ୍ର୍ଧଶନା ଭାର ବହନ କରିଛନ୍ତି ପ୍ରଶାନ୍ତ ଲେଙ୍କା । ସହ ପ୍ରଯୋଜକ ଭାବେ ସହଯୋଗର ହାତ ବଢ଼ାଇଛନ୍ତି ଟୁନା । ଆଜି ମହୁରତରେ ପୂରା ଟିମ୍ ଉପସ୍ଥିତ ରହି ଖୁବ୍ଶ୍ରୀଘ ସୁଟିଂ ପରେ ସିନେମା ରିଲିଜ୍ ହେବ ବୋଲି ସୂଚନା ଦେଇଛନ୍ତି ।