୨୫ତମ କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ:ଯୋଗଦେବେ ଅମିତାଭ ଓ ଶାହାରୁଖ୍

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆସନ୍ତା ୮ ତାରିଖରୁ ଆରମ୍ଭ ହେବ ୨୫ତମ କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ । ଏହା ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ଉତ୍ସବରେ ବଲିଉଡ୍ର ବହୁ ଖ୍ୟାତନାମା ଅଭିନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତେବେ ସବୁଠାରୁ ବଡ଼ ଆକର୍ଷଣ ସାଜିବେ ବିଗ୍ ବି ଅମିତାଭ ବଚ୍ଚନ ଓ ସୁପରଷ୍ଟାର୍ ଶାହାରୁଖ୍ ଖାଁ । ଏହି ଦୁଇ ଅଭିନେତାଙ୍କ ଯୋଗଦାନ ସମ୍ପର୍କରେ ଆୟୋଜକମାନେ ଗତକାଲି ସୂଚନା ଦେଇଛନ୍ତି ।
ନେତାଜୀ ଇନ୍ଡୋର୍ ଷ୍ଟାଡିୟମ୍ରେ ଉତ୍ସବ ଅନୁÂିତ ହେବ । ଚଳିତ ବର୍ଷ ଉତ୍ସବରେ ୭୬ଟି ଦେଶରୁ ୨୧୪ରୁ ଅଧିକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି । ଉତ୍ସବରେ ଯୋଗଦେବାକୁ ଥିବା ଅନ୍ୟ କଳାକାରମାନେ ହେଲେ ଜୟା ବଚ୍ଚନ, ମହେଶ ଭଟ୍ଟ ଓ ରାକ୍ଷୀ ଗୁଲ୍ଜାର୍ । ଅତିଥି ଭାବେ ଯୋଗଦେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଜର୍ମାନୀର ଓସ୍କାର ବିଜୟୀ ନିଦେ୍ର୍ଧଶକ ଭୋଲ୍କର୍ ସ୍କଲଣ୍ଡ୍ରଫ୍, ଅଭିନେତ୍ରୀ ଆଣ୍ଡି ମ୍ୟାକ୍ଡ୍ୱେଲ୍ ଏବଂ ଚଳଚ୍ଚିତ୍ର ନିର୍ମାତା ଦୁସନ ହାନକ୍ । ଉତ୍ସବ ଅବସରରେ କୋଲକାତାର ୧୭ଟି ସ୍ଥାନରେ ଚଳଚ୍ଚିତ୍ର ପ୍ରଦର୍ଶନ ହେବ । ଏହି ସ୍ଥାନଗୁଡ଼ିକ ମଧ୍ୟରେ ରହିଛି ନନ୍ଦନ କମ୍ପେ୍ଲକ୍ସ, ଶିଶିର ମଞ୍ଚ, ରବୀନ୍ଦ୍ର ସଦନ । ଏଥିସହ ମହାନଗରର ବିଭିନ୍ନ ମଲ୍ଟିପ୍ଲେକ୍ସରେ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ଉତ୍ସବରେ ବିଶିଷ୍ଟ ଚଳଚ୍ଚିତ୍ର ନିଦେ୍ର୍ଧଶକ ସତ୍ୟଜିତ୍ ରାୟଙ୍କ ବହୁଚର୍ଚ୍ଚିତ ଶୋ’ ‘ଗୁପି ଗାୟେଁ ବାଘ ବାୟେ’ର ୫୦ତମ ବାର୍ଷିକୀ ପାଳନ ହେବ ।