ଚାଷୀଙ୍କୁ ମିଳିବ ସାଢେ଼ ୬ ହଜାର କୋଟିର ରବି ଋଣ

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଚାଷୀଙ୍କୁ ସମବାୟ ସଂସ୍ଥା ମାଧ୍ୟମରେ ୬୫୦୦ କୋଟି ଟଙ୍କାର ରବି ଋଣ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏ ଦିଗରେ ଜିଲ୍ଲାପାଳମାନେ ତ୍ୱରିତ ପଦକ୍ଷେପ ନେବାକୁ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଦେ୍ର୍ଧଶ ଦେଇଛନ୍ତି । ଚାଷୀମାନେ କିଭଳି ଠିକ ସମୟରେ ଏ ଋଣ ପାଇପାରିବେ ଏବଂ ଚାଷ କାର୍ଯ୍ୟରେ ବିନିଯୋଗ କରିପାରିବେ ତାକୁ ଦୃଷ୍ଟିରେ ରଖି ସମବାୟ ସମିତିଗୁଡ଼ିକ ପଦକ୍ଷେପ ନେବା ଉପରେ ଜୋର୍ ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ, ଗତ ୨୦୧୮-୧୯ ରବି ଋତୁରେ ରାଜ୍ୟରେ ୧୫ ଲକ୍ଷ ୬୫ ହଜାର ଚାଷୀଙ୍କୁ ୬ ହଜାର କୋଟିର ଋଣ ଯୋଗାଣ ହୋଇଥିଲା । ଧାର୍ଯ୍ୟ ଲକ୍ଷ୍ୟ ୫୬୦୦ କୋଟି ଥିଲା ବେଳେ ଏହାକୁ ଋଣ ବଣ୍ଟନ ପରିମାଣ ଅତିକ୍ରମ କରିଥିଲା । ଚଳିତ ରବି ଋତୁରେ ଅଧିକ ପରିମାଣର ଋଣ ବଣ୍ଟନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏ ଦିଗରେ ସମବାୟ ବ୍ୟାଙ୍କଗୁଡ଼ିକ ପଦକ୍ଷେପ ନେବାକୁ ନିଦେ୍ର୍ଧଶନାମା ଯାଇ ସାରିଛି । ଜିଲ୍ଲପାଳମାନେ ଜିଲ୍ଲାସ୍ତରୀୟ ବୈଠକ ଡାକି ଏ ଦିଗରେ ପଦକ୍ଷେପ ନେବା ଉପରେ ଜୋର ଦିଆଯାଇଛି । ସମିତିଗୁଡ଼ିକ ଅଧିକ ସଂଖ୍ୟାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଋଣ ଯୋଗାଇବାକୁ କୁହାଯାଇଛି । ରାଜ୍ୟ ସରକାରଙ୍କ ନୂଆ କୃଷି ନୀତି ଅନୁସାରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ମାତ୍ର ୧ଧ ସୁଧରେ ଯୋଗାଇ ଦିଆଯିବ । ରାଜ୍ୟରେ ଥିବା ବାଣିଜି୍ୟକ ବ୍ୟାଙ୍କ ସହ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକ ମଧ୍ୟ କୃଷିଋଣ ଲଗାଣ କରିବା ଉପରେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଜୋର ଦିଆଯାଇଛି ବୋଲି ବିଭାଗ ସୂତ୍ରରୁ ସୂଚନା ମିଳିଛି ।