ତଲା ବି୍ରଜ୍ର ଭୂତଳ ଯାଞ୍ଚ ଆରମ୍ଭ

କୋଲକାତା: କୋଲକାତାର ତଲା ବି୍ରଜ୍କୁ ଭାଙ୍ଗିବା ପୂର୍ବରୁ ଏହାର ଭୂତଳ ଭାଗ ଯାଞ୍ଚ ପ୍ରକି୍ର୍ରୟା ଆରମ୍ଭ କରିଛି ରାଜ୍ୟ ପୂର୍ତ୍ତ ବିଭାଗ । ପୂର୍ତ୍ତ ବିଭାଗ ଅଧିକାରୀମାନେ ଜିପିଆର (ଗ୍ରାଉଣ୍ଡ-ପେନିଟ୍ରେଟିଙ୍ଗ୍ ରାଡାର) ଟେକ୍ନୋଲୋଜି ବ୍ୟବହାର କରି ଏହି ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡ଼ିଛି ।
ତଲା ବି୍ରଜ୍ର ଜୀବନକାଳ ଶେଷ ହୋଇଥିବାରୁ ଏହାକୁ ଭାଙ୍ଗିବା ପାଇଁ ନିଷ୍ପତ୍ତି ହୋଇଛି । ୩ ମାସ ମଧ୍ୟରେ ଏହି ପ୍ରକି୍ରୟା ଆରମ୍ଭ ହେବ ବୋଲି ଧାର୍ଯ୍ୟ କରାଯାଇଛି । ତେବେ ପୋଲ ତଳେ ପାଣି ପାଇପ୍, ବିଦୁ୍ୟତ୍ କେବଲ ଏବଂ ସ୍ୱେରେଜ୍ ଲାଇନ୍ ଯାଇଥିବାରୁ ଏହାକୁ ହଠାତ୍ ଭାଙ୍ଗିବା ଦ୍ୱାରା ଅତ୍ୟାବଶ୍ୟକ ସେବା ପ୍ରଭାବିତ ହେବ । ତେଣୁ ପ୍ରଥମେ ଏଗୁଡ଼ିକୁ ଚିହ୍ନଟ କରାଯିବ । ଏହାକୁ ଯଥା ସ୍ଥାନରେ ସ୍ଥାନିତ କରାଯିବା ପରେ ହିଁ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ।
ସୂଚନା ମୁତାବକ ପିଡବ୍ଲୁ୍ୟଡି ଇଞ୍ଜିନିୟରମାନେ ଏକ ବଡ଼ ଜିପିଆର୍ ଯନ୍ତ୍ରାଂଶ ଧରି ତଲା ବି୍ରଜ୍ ଭୂତଳ ଭାଗ ଯାଞ୍ଚ ଆରମ୍ଭ କରିଛନ୍ତି । ମାଟି ତଳେ ଯାଇଥିବା ପାଇପ୍ଲାଇନ୍ ଓ କେବଲର ଫଟୋ ଉତ୍ତୋଳନ କରାଯାଇ ଏକ ମାନଚିତ୍ର ପ୍ରସ୍ତୁତ କରାଯିବ । ଏମିତି କି ପୋଲର ମୂଳଦୁଆକୁ ଯାଞ୍ଚ କରାଯାଇ ତଳଭାଗକୁ ସଫା କରାଯିବ ।
ପିଡବ୍ଲୁ୍ୟଡିର ଜଣେ ଇଞ୍ଜିନିୟର୍ କହିଛନ୍ତି, ଭିତ୍ତିଭୂମି ଓ ଏହା ତଳେ ରହିଥିବା ଯେ କୌଣସି ଜିନିଷକୁ ଯାଞ୍ଚ କରିବା ପାଇଁ ବିଶ୍ୱରେ ଏବେ ଜିପିଆର୍ ଡିଭାଇସ୍ ବ୍ୟବହାର କରାଯାଉଛି । ଏହା ଏକ ୟୁଟିଲିଟି ସ୍କାନର ଭାବେ କାର୍ଯ୍ୟ କରୁଛି । ରାଡାର ବ୍ୟବହାର କରାଯାଇ ଇଲେକ୍ଟେ୍ରାମ୍ୟାଗ୍ନେଟିକ୍ ଛବି ହାସଲ କରାଯାଇ ପାରିବ । ମାଟି ତଳେ କୌଣସି ପ୍ରକାର ଉପାଦାନ କିମ୍ବା ପୋଲର କୌଣସି ଅଂଶରେ ଫାଟ ସୃଷ୍ଟି ହୋଇଥିଲେ, ତାହାକୁ ଯାଞ୍ଚ କରିବା ପାଇଁ ଏହି ଡିଭାଇସ୍ ବ୍ୟବହୃତ ହୋଇଥାଏ ।
ତାଙ୍କ କହିବାନୁଯାୟୀ ଆଗାମୀ ୭ ଦିନ ମଧ୍ୟରେ ଇଞ୍ଜିନିୟରମାନେ ୬୭୫ ମିଟରବ୍ୟାପୀ ଅଞ୍ଚଳର ସ୍କାନ୍ କରିବେ । ପାଇପ୍ଲାଇନ୍ ଏବଂ କେବଲ କିଭଳି ବିଛାଯାଇଛି, ତାହାର ଠିକ୍ ଚିତ୍ର ନିଆଯାଇ ସ୍ଥାନାନ୍ତର କରାଯିବ । ଅନ୍ୟଥା ସ୍ଥାନୀୟ ଅଞ୍ଚଳରେ ପାଣି ଓ ବିଜୁଳି ସେବା ପ୍ରଭାବିତ ହେବ । ଏହି କାର୍ଯ୍ୟ ଶେଷ ହେବା ପରେ ପୋଲକୁ ଭାଙ୍ଗିବା ପାଇଁ ଯୋଜନା କରାଯିବ ।