କମିଶନରେଟ୍ ପୋଲିସ ବିଲ୍ଡିଂର ଲିଫ୍ଟରେ ଫସିଲେ ୫ଜଣ

ଭୁବନେଶ୍ବର : ଭୁବନେଶ୍ବର ସ୍ଥିତ କମିଶନରେଟ୍ ପୋଲିସ ବିଲ୍ଡିଂରେ ଥିବା ଲିଫ୍ଟରେ ଫସିଲେ ୫ ଜଣ । ଲିଫ୍ଟ କବାଟ ତାଡିବା ପରେ ବାହାରକୁ ଆସିଥିଲେ ସମସ୍ତେ ।
ସୂଚନାଯୋଗ୍ୟ ଯେ, ଟ୍ରାଫିକ୍ ଡିସିପିଙ୍କୁ ଦେଖା କରିବାକୁ କମିଶନରେଟ୍ ପୋଲିସ କାର୍ୟ୍ୟାଳୟକୁ ଆସିଥିଲେ ଜଣେ ମହିଳା ଆଇନଜୀବୀଙ୍କ ସମେତ ୫ ଜଣ । ତେବେ ବିଲ୍ଡିଂର ତୃତୀୟ ମହଲାରୁ ଆସୁଥିବା ବେଳେ ମଝିରେ ହଠାତ୍ ଲିଫ୍ଟ ଅଚଳ ହୋଇଯାଇଥିଲା । ଫଳରେ ଲିଫ୍ଟ ମଧ୍ୟରେ ଫସିରହିଥିଲେ ୫ଜଣ । ଲିଫ୍ଟ କବାଟ ତାଡି ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା ।