ରାସ୍ତାରୁ ଲ୍ୟାଣ୍ଡମାଇନ ଠାବ : ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଲଗାଯାଇଥିଲା ଲ୍ୟାଣ୍ଡମାଇନ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମ୍.ପି.ଭି- ୧୨୬ ଘାଟି ରାସ୍ତାରୁ ଲ୍ୟାଣ୍ଡମାଇନ ଠାବ କରିଛନ୍ତି ସୁରକ୍ଷା ବାହିନୀ । ସେନା ଓ ପୋଲିସକୁ ଟାର୍ଗେଟ କରି ଲଗାଯାଇଥିଲା ଲ୍ୟାଣ୍ଡମାଇନ ।
ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲା ଏମ୍.ପି.ଭି- ୧୨୬ ଘାଟି ରାସ୍ତାରୁ ଲ୍ୟାଣ୍ଡ ମାଇନ ଠାବ କରାଯାଇଛି । ଆଜି ସକାଳେ ବିଏସ୍ଏଫ ବାହିନୀ ଯବାନମାନେ ସେହି ରାସ୍ତାରେ ଯିବା ସମୟରେ ଲ୍ୟାଣ୍ଡମାଇନ ଠାବ କରଥିଲେ । ରାସ୍ତାରେ ଯିବା ସମୟରେ ଲ୍ୟାଣ୍ଡମାଇନ ଡିଟେକ୍ଟରରେ ଏହା ଜଣାପଡିଥିଲା । ପୋଲିସକୁ ଟାର୍ଗେଟ କରି ନକ୍ସଲ ମାନେ ରାସ୍ତା କଡ଼ରେ ଲ୍ୟାଣ୍ଡମାଇନ ଲଗାଇଥିବା ସୂଚନା ରହିଛି । ସୁରକ୍ଷା ଦୃଷ୍ଟିରୁ କାଲିମେଳା – ମୋଟୁ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ କରାଯାଇଛି ।