Site icon Biswabijayee News Odisha

କାନ୍ତକବିଙ୍କ ଜୟନ୍ତୀ ସମାରୋହରେ ବିଶୃଙ୍ଖଳା

ତିହିଡ଼ି, (ବି.ବି.ନୁ୍ୟଜ): ‘ବନେ୍ଦ ଉକ୍ରଳ ଜନନୀ’ର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ଉତ୍ସବ ବୁଧବାର ପାଳିତ ହୋଇଥିବା ବେଳେ ଏନେଇ ଆୟୋଜିତ ସଭାରେ ବିଶୃଙ୍ଖଳା ଦେଖାଦେଇଥିଲା । ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କୁ ବକ୍ତବ୍ୟ ରଖିବାକୁ ସୁଯୋଗ ଦିଆଯାଇ ନଥିଲା । ଏଥିରେ କ୍ଷୁବ୍ଧ ହୋଇ ସଭା ମଞ୍ଚ ଛାଡ଼ି ପଳାଇ ଯାଇଥିଲେ । ଏହାକୁ ନେଇ ସଭାରେ ବେଶ୍ କିଛି ସମୟ ହୋ-ହଲ୍ଲା ଲାଗି ରହିଥିଲା । ଏପରିକି ସଭା ମଧ୍ୟ ଜନଶୂନ୍ୟ ହୋଇ ଯାଇଥିଲା ।
ସୂଚନା ଅନୁସାରେ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ଉତ୍ସବ ତାଙ୍କ ଜନ୍ମପୀଠ ଭଦ୍ରକ ଜିଲ୍ଲା ତିହିନି ବ୍ଳକ୍ ତାଳପଦା ଗ୍ରାମରେ ବୁଧବାର ଆୟୋଜିତ ହୋଇଥିଲା । କାନ୍ତକବି ଓ ତାଙ୍କ ଧର୍ମପତ୍ନୀ ଲବଙ୍ଗଲତାଙ୍କ ସମାଧିପୀଠ ଲୋକାର୍ପିତ ହୋଇ ସାରିବା ପରେ ଅପରାହ୍ନ ୪ଟା ବେଳେ ଜୟନ୍ତୀ ସମାରୋହ ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ବରେଣ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ, ଧାମମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର, ଅବସରପ୍ରାପ୍ତ ସଂସ୍କୃତି ଓ ପର୍ଯ୍ୟଟନ ସଚିବ ବିଜୟ ନାୟକ ଯୋଗ ଦେଇଥିଲେ । ତେବେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଅନୁପସ୍ଥିତ ଥିଲେ । ସଭା କାର୍ଯ୍ୟ ଆରମ୍ଭରୁ ସବୁ ଠିକ୍ଠାକ୍ ଥିଲା ।
ସଭାରେ ଜିଲ୍ଲା ପରିଷଦ ସଭ୍ୟ ଚିନ୍ତାମଣି ଦାସ ପୌରୋହିତ୍ୟ କରୁଥିଲେ । ମାତ୍ର ଜଣେ ସାହିତି୍ୟକ ସଭା ପରିଚାଳନା କରୁଥିଲେ । ପ୍ରୋଟୋକଲ ଅନୁସାରେ କାହାକୁ କାହା ପରେ କାହାକୁ କହିବାର ସୁଯୋଗ ଦେବା କଥା ସାହିତି୍ୟକ ଜଣକ ଭୁଲିଗଲେ । ମଞ୍ଚରେ ବସିଥିବା ଅବସରପ୍ରାପ୍ତ ସଚିବ ଶ୍ରୀ ନାୟକ, ଭଣ୍ଡାରୀପୋଖରୀ ବିଧାୟକ ଶ୍ରୀ ସାମଲ, ଚାନ୍ଦବାଲି ବିଧାୟକ ଶ୍ରୀ ରାୟ, ସାଂସଦ ଶ୍ରୀମତୀ ମଣ୍ଡଳ, ଭଦ୍ରକ ବିଧାୟକ ଶ୍ରୀ ମଲ୍ଲିକ ପ୍ରମୁଖ କହି ସାରିବା ପରେ ସିଧାସଳଖ ସେ ମନ୍ତ୍ରୀଙ୍କୁ ବକ୍ତବ୍ୟ ରଖିବା ପାଇଁ ସେ ନିମନ୍ତ୍ରଣ କରିଥିଲେ । ମାତ୍ର ବିଧାୟକ ତଥା ବିରୋଧୀ ଦଳ ଉପନେତା ଶ୍ରୀ ସେଠୀଙ୍କୁ ସେ ବକ୍ତବ୍ୟ ରଖିବାକୁ ଆମନ୍ତ୍ରଣ କରି ନଥିଲେ । ଏଥିରେ କ୍ଷୁବ୍ଧ ହୋଇ ଶ୍ରୀ ସେଠୀ ଛିଡା ହୋଇ ପଡି ପ୍ରତିବାଦ କରିଥିଲେ । ଖୋଲା ସଭାମଞ୍ଚରେ ଶ୍ରୀ ସେଠୀ ଚିକ୍ରାର କରି ପ୍ରତିବାଦ କରି କହିଥିଲେ, ମୁଖ୍ୟ ଅତିଥି ଭାଷଣ ଦେବା ପରେ ଔପଚାରିକ ଭାବେ ଧନ୍ୟବାଦ ଦିଆଯାଏ । ତେବେ ମୋତେ ଡାକି ବକ୍ତବ୍ୟ ଦେବାର ସୁଯୋଗ ଦେଲେନି କାହିଁକି? ଏଭଳି ଅପମାନ ଅସହ୍ୟ । ଦଳୀୟ ଭିତ୍ତିରେ କାନ୍ତକବିଙ୍କ ଜୟନ୍ତୀ ପାଳନ ହେଉଥିବା ସେ ଅଭିଯୋଗ କରିଥିଲେ । ‘ମୋ ନିର୍ବାଚନ ମଣ୍ଡଳୀରେ ମୋତେ ହତାଦର କରାଯାଇଛି, ଜନତା ଏହାର ଜବାବ ଦେବେ’ ବୋଲି କହି ବିଧାୟକ ବିଷ୍ଣୁ ସେଠୀ ସଭାମଞ୍ଚ ଛାଡି ଭଦ୍ରକ ପଳାୟନ କରିଥିଲେ । ଏହାକୁ ନେଇ ଅଧଘଣ୍ଟାଏ କାଳ କାନ୍ତକବିଙ୍କ ମଞ୍ଚରେ ହୋ-ହାଲ୍ଲା ଲଗି ରହିଥିଲା । ଏଥିସହ ସଭାସ୍ଥଳ ଜନଶୂନ୍ୟ ହୋଇ ଯାଇଥିଲା ।

Exit mobile version