Site icon Biswabijayee News Odisha

ବଢ଼ିପାଣିରେ ୩ ଭାସିଗଲେ, ଜଣେ ଉଦ୍ଧାର

ଆନନ୍ଦପୁର,(ବି.ବି.ନୁ୍ୟଜ): ଟୁ୍ୟବ୍ ଦ୍ୱାରା ବନ୍ୟାପାଣିରୁ କାଠ ସଂଗ୍ରହ କରୁଥିଲେ । ଏହି ସମୟରେ ଦୁଇ ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି । ଅନ୍ୟ ଜଣେ ଟୁ୍ୟବ୍ ଧରି ଜୀବନ ବିକଳରେ ଚିକ୍ରାର କରୁଥିଲେ । ତାଙ୍କୁ ଉଦ୍ଧାର କରାଯାଇଛି । ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଗବନ୍ଧୁ ନାଏକ । ଅନ୍ୟ ଦୁଇ ଜଣ ମାୟାଧର ନାଏକ, କ୍ଷୀରୋଦ ନାଏକଙ୍କ ପତ୍ତା ମିଳୁନି । ଆନନ୍ଦପୁର ବ୍ୟାରେଜ ନିକଟରେ ମଧ୍ୟାହ୍ନ ସମୟରେ ଏହି ଅଘଟଣ ଘଟିଛି । ଏମାନେ ସମସ୍ତେ ଘଷିପୁରା ଥାନା କୁମୁଣିଆ ଗାଁର । ଖବରପାଇ ଆନନ୍ଦପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ଯାଇ ଜଗନ୍ନାଥଙ୍କୁ ଉଦ୍ଧାର କରି ଆନନ୍ଦପୁର ମୁଖ୍ୟ ଡାକ୍ତରଖାନା ପଠାଇଥିଲେ ।
ଆଜି ଆନନ୍ଦପୁରଠାରେ ବୈତରଣୀରେ ବନ୍ୟାଜଳରୁ ଉକ୍ତ ତିନି ଜଣ ଟୁ୍ୟବ୍ ଦ୍ୱାରା କାଠ ସଂଗ୍ରହ କରୁଥିଲେ । କୌଣସି କାରଣରୁ ଦୁଇ ଜଣ ଟୁ୍ୟବ୍ରୁ ଖସିଯିବାରୁ ସ୍ରୋତରେ ଭାସି ଯାଇଥିଲେ । ଅନ୍ୟ ଜଣେ ଟୁ୍ୟବ୍ ଧରି ଦୁଇ ଘଣ୍ଟା କାଳ ଗଭୀର ପାଣିରେ ଜୀବନ ବଞ୍ଚାଇବା ପାଇଁ ବିକଳ ହେଉଥିଲେ । ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ଆନନ୍ଦପୁର ଓ ଘଷିପୁରା ଅଗ୍ନିଶମ ବାହିନୀ ଭାସୁଥିବା ଜଗବନ୍ଧୁଙ୍କୁ ଉଦ୍ଧାର କରିଥିଲେ ।

Exit mobile version