ମହାରାଷ୍ଟ୍ରରେ ବନ୍ଦ ପାଳନ

Get real time updates directly on you device, subscribe now.

ମୁମ୍ବାଇ: ମହାରାଷ୍ଟ୍ରରେ କ୍ଷମତାସୀନ ମହାବିକାଶ ଅଘାଡ଼ି ମେଣ୍ଟ ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡ ଘଟଣାକୁ ବିରୋଧ କରି ସୋମବାର ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଥିଲା । ବନ୍ଦ ପାଳନ ଯୋଗୁ ଦୋକାନ ବଜାର, ସପିଂ ମଲ୍ ବନ୍ଦ ରଖାଯିବା ସହ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଥିଲା । ଶିବସେନା, କଂଗ୍ରେସ, ଏନ୍ସିପିର ବରିÂ ନେତା ଓ କର୍ମୀ ରାଜ୍ୟର ବିଭିନ୍ନ ସ୍ଥାନରେ ଧାରଣା ଦେଇ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି କରିଥିଲେ । ବନ୍ଦ ୧୦୦ଧ ସଫଳ ହୋଇଥିବା ଶିବସେନା ନେତା ସଞ୍ଜୟ ରାଉତ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ବନ୍ଦର କୌଣସି ପ୍ରଭାବ ପଡ଼ି ନଥିବା ବିଜେପି ଦାବି କରିଛି । ସେପଟେ ଲକ୍ଷ୍ମୀପୁର ଖେରି ହିଂସା ଘଟଣା ବିରୋଧରେ ବିଜେପି ନେତା ବରୁଣ ଗାନ୍ଧି ସ୍ୱର ଉତ୍ତୋଳନ କରିବା ପ୍ରଶଂସାଯୋଗ୍ୟ ବୋଲି ଶିବସେନା କହିଛି । ବସପା, ସପା, ଆପ୍ ସମେତ ଅନ୍ୟାନ୍ୟ ବିରୋଧୀ ଦଳର ନେତାମାନେ ମଧ୍ୟ ଏହି ହିଂସା ଘଟଣାର ଦୃଢ଼ ନିନ୍ଦା କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons