ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନକୁ ଜାତୀୟସ୍ତରରେ ପୁଣିଥରେ ସ୍ୱୀକୃତି ମିଳିଛି

Get real time updates directly on you device, subscribe now.

ଭୁବନେଶ୍ୱର : ନୂଆବର୍ଷରେ ରାଜ୍ୟଭିତ୍ତିକ ବେକାରୀ ରିପୋର୍ଟ ସିଏମଆଇଇ ତଥ୍ୟରେ ରହିଛି। ସିଏମ୍‌ଆଇଇ ରିପୋର୍ଟରେ ହରିୟାଣାରେ ସର୍ବାଧିକ ଏବଂ ଓଡ଼ିଶାରେ ସର୍ବନିମ୍ନ ରହିଛି | ତଥ୍ୟ ଅନୁଯାୟୀ ଦେଶରେ ବେକାରୀ ହାର ୮.୩ ପ୍ରତିଶତ ଥିବାବେଳେ ଓଡ଼ିଶାରେ ମାତ୍ର ତାହା ୦.୯ ପ୍ରତିଶତ ରହିଛି।ଓଡ଼ିଶାର ବେକାରୀହାର ଦେଶବ୍ୟାପୀ ସର୍ବନିମ୍ନରେ ଥିବାବେଳେ କର୍ମନିଯୁକ୍ତି ପ୍ରଦାନରେ ଯେ ଓଡ଼ିଶା ମଡେଲ ସର୍ବଶ୍ରେଷ୍ଠ ତାହା ପ୍ରମାଣିତ ହୋଇଛି। ବିଶେଷକରି ରାଜ୍ୟ ସରକାର ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ କର୍ମ ନିଯୁକ୍ତି ପ୍ରଦାନକୁ ଯୋଜନାଭିତ୍ତିରେ କାର୍ଯ୍ୟକାରୀ କରୁଥିବା ବେଳେ ଏହାର ସୁଫଳ ତୃଣମୂଳସ୍ତରରେ ପ୍ରତିଫଳିତ ହେଉଛି।ରୋଜଗାର ସୃଷ୍ଟି ଏବଂ କର୍ମନିଯୁକ୍ତି ପ୍ରଦାନରେ ଓଡ଼ିଶା ଦେଶରେ ଆଗୁଆରେ ରହିଛି | ହରିୟାଣାରେ ବେକାରୀ ହାର ଡିସେମ୍ବର ମାସରେ ୩୭.୪ ପ୍ରତିଶତକୁ ବୃଦ୍ଧି ପାଇଛି। ଏହା ପଛକୁ ରାଜସ୍ଥାନରେ ବେକାରୀ ହାର ୨୮.୫ ପ୍ରତିଶତ, ଦିଲ୍ଲୀରେ ୨୦.୮ ପ୍ରତିଶତ, ବିହାରରେ ୧୯.୧ ପ୍ରତିଶତ, ତ୍ରିପୁରାରେ ୧୪.୩ ପ୍ରତିଶତ, ସିକ୍କିମରେ ୧୩.୬ ପ୍ରତିଶତ ଭଳି ଉଚ୍ଚସ୍ତରରେ ରହିଛି।କରୋନା ମହାମାରୀ ସମୟରେ ଭାରତରେ ବେକାରୀ ହାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନକୁ ଜାତୀୟସ୍ତରରେ ପୁଣିଥରେ ସ୍ୱୀକୃତି ମିଳିଛି ଏବଂ ଗ୍ରାମାଞ୍ଚଳରେ ବେକାରୀ ହାର ହ୍ରାସ ପାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons