ବିଧାନସଭାରେ ସ୍ୱୀକାର କଲେ ରାଜସ୍ୱ ମନ୍ତ୍ରୀ:୨୧ ଜିଲ୍ଲାରେ କମ୍ ବର୍ଷା, ବିହନ ବୁଣାରେ ବିଳମ୍ବ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ରାଜ୍ୟରେ ଏଯାଏ ମରୁଡ଼ି ପରିସ୍ଥିତି ଆସିନି । ମାତ୍ର ସ୍ୱଳ୍ପ ବୃଷ୍ଟିପାତ କାରଣରୁ ବିହନ ବୁଣାରେ ବିଳମ୍ବ ହୋଇଛି । ଗଜା ମରୁଡ଼ି ଭଳି ପରିସ୍ଥିତି ଦେଖାଦେଲାଣି । ୨୧ ଜିଲ୍ଲାରେ କମ୍ ବର୍ଷା ହୋଇଛି । ୨୦୬ ବ୍ଲକରେ ବର୍ଷାର ପରିମାଣ କମିଛି । ଅଧିକାଂଶ ଅଞ୍ଚଳରେ ରୁଆ କାର୍ଯ୍ୟ ଏଯାଏ ଆରମ୍ଭ ହୋଇପାରିନି । ସିଧାସଳଖ ନହେଲେ ମଧ୍ୟ ସରକାର ବୁଲେଇ ବଙ୍କେଇ ସ୍ୱୀକାର କରିଛନ୍ତି ଯେ, ଆଗକୁ ବର୍ଷା ନହେଲେ ମରୁଡ଼ି ଗିଳିଦେବ ଫସଲ । ଚାଷୀ ହନ୍ତସନ୍ତ ହେବ ।
ରାଜ୍ୟରେ ସ୍ୱଳ୍ପ ବର୍ଷାଜନିତ ମରୁଡ଼ି ପରିସ୍ଥିତି ସଂପର୍କରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ବିବୃତି ରଖି କହିଲେ, ରାଜ୍ୟକୁ ଚଳିତ ବର୍ଷ ଅପେକ୍ଷାକୃତ ବିଳମ୍ବରେ ମୌସୁମୀ ଆସିଥିଲା । ଜୁନ୍ ମାସରେ ବୃଷ୍ଟିପାତର ପରିମାଣ ସ୍ୱାଭାବିକ ପରିମାଣଠାରୁ ୩୧.୫ଧ କମ୍ ଥିଲାବେଳେ ଜୁଲାଇରେ ଏଯାଏ ୨୦.୮ଧ କମ୍ ଅଛି । ଜୁନ୍ ପହିଲାରୁ ଏଯାଏ ରାଜ୍ୟରେ ୨୬.୩ଧ କମ୍ ବର୍ଷା ହୋଇଛି । କୋରାପୁଟ, ଖୋର୍ଦ୍ଧା, ନବରଙ୍ଗପୁର, କଟକ, କଳାହାଣ୍ଡି, ଝାରସୁଗୁଡ଼ା, ପୁରୀ, ମାଲକାନଗିିରି ଓ ବରଗଡ଼ରେ ସ୍ୱାଭାବିକ ବର୍ଷା ହୋଇଥିଲାବେଳେ ଅନ୍ୟ ୨୧ ଜିଲ୍ଲାରେ ବୃଷ୍ଟିପାତର ପରିମାଣ କମ ଅଛି । ରାଜ୍ୟର ୩୧୪ ବ୍ଳକରୁ ୧୦୮ଟି ରେ ସ୍ୱାଭାବିକ ବର୍ଷା ହୋଇଥିଲା ବେଳେ ୨୦୬ ବ୍ଲକରେ କମ୍ ହୋଇଛି । ୨୪ ବ୍ଳକରେ ସ୍ଥିତି ଅତି ସଂଗିନ୍ । ସ୍ୱାଭାବିକ ବର୍ଷାଠାରୁ ୫୯ଧ କମ୍ ବର୍ଷା ହୋଇଛି । ଗତବର୍ଷ ଜୁନ୍-ଜୁଲାଇରେ ୮.୩ଧ କମ୍ ବର୍ଷା ହୋଇଥିଲା । ଏବର୍ଷ ଏହି ପରିମାଣ ୩ ଗୁଣା ଡେଇଁ ୨୬.୩ଧ ରେ ପହଞ୍ଚିଛି ।
ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ବଲାଙ୍ଗୀର ଜିଲ୍ଲାର ୪ ବ୍ଲକ ଗୁଡଭେଲା, ତୁରେଇକେଲା, ପାଟଣାଗଡ଼ ଓ ସଇଁତଳାରେ ସ୍ୱାଭାବିକ ବୃଷ୍ଟିପାତ ହୋଇଥିଲା ବେଳେ ୧୦ ବ୍ଲକରେ ବର୍ଷାର ପରିମାଣ କମ୍ ରହିଛି । କୃଷି ବିଭାଗ ତଥ୍ୟ ଅନୁସାରେ, ଚଳିତ ଖରିଫରେ ବର୍ଷା କମ୍ କାରଣରୁ କିଛି ଅଞ୍ଚଳରେ ବିହନ ବୁଣା ପ୍ରକ୍ରିୟାରେ ସାମାନ୍ୟ ବିଳମ୍ବ ଘଟିଛି । ୧୨.୩୧ ଲକ୍ଷ ହେକ୍ଟର ଜମିରେ ଧାନ ବିହନ ବୁଣା ହୋଇଥିଲା ବେଳେ ଅନ୍ୟାନ୍ୟ ଫସଲ ମିଶି ୨୦.୯୯ ଲକ୍ଷ ହେକ୍ଟର ଜମିରେ ବିହନ ବୁଣା ସରିଛି । ରୁଆ କାର୍ଯ୍ୟ ଆରମ୍ଭ ହୋଇନି, କିନ୍ତୁ ବିହନବୁଣା ଓ ତଳିପକା କାମ ଜାରି ରହିଛି ।
ବିଧାନସଭାକୁ ମନ୍ତ୍ରୀ ଦର୍ଶାଇଛନ୍ତି, ସ୍ୱତନ୍ତ୍ର ରିଲିଫ କାର୍ଯ୍ୟାଳୟରେ ପ୍ରତିଦିନି ବୃଷ୍ଟିପାତର ସମୀକ୍ଷା କରାଯାଉଛି । ରାଜ୍ୟସ୍ତରରେ ଏକ ଶସ୍ୟ ଓ ପାଣିପାଗ ଅନୁଧ୍ୟାନ ଗ୍ରୁପ୍ କମିଟି ଗଠନ କରାଯାଇଛି । ଏ କମିଟି ପ୍ରତି ସପ୍ତାହରେ ପାଣିପାଗ ଓ କୃଷି ସମ୍ବନ୍ଧୀୟ ପରିସ୍ଥିତି ସମୀକ୍ଷା କରୁଛନ୍ତି । କେନ୍ଦ୍ରୀୟ ମରୁଡ଼ି ରିଲିଫ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ପାଣିପାଗ ଅନୁଧ୍ୟାନ ଗ୍ରୁପ୍ ଓ ମରୁଡ଼ି ପରିଚାଳନା କମିଟି ଭିଡିିଓ କନଫରେନ୍ସିଂ ଜରିଆରେ ରାଜ୍ୟର କୃଷି ପରିସ୍ଥିତି ସଂପର୍କରେ ସମୀକ୍ଷା କରୁଛନ୍ତି । ମରୁଡ଼ି ପରିଚାଳନା ପାଇଁ ଓସଡମା କାର୍ଯ୍ୟାଳୟରେ ମରୁଡ଼ି ଅନୁଧ୍ୟାନ କେନ୍ଦ୍ର କାମ କରୁଛି । ସମସ୍ତ ଜିଲ୍ଲାରେ ମଧ୍ୟ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ମରୁଡ଼ି ଅନୁଧ୍ୟାନ କେନ୍ଦ୍ର ଗଠନ ହୋଇଛି । ପରିସ୍ଥତି ପ୍ରତି ସରକାର ନଜର ରଖିଛନ୍ତି ।
ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ନିଅଣ୍ଟିଆ ବର୍ଷା ଦୃଷ୍ଟିରୁ ବିଭିନ୍ନ କେନାଲରେ ଚାଷ କାର୍ଯ୍ୟ ପାଇଁ ପାଣି ଛଡ଼ାଯାଇଛି । କୃଷି ବିଭାଗ ଦ୍ୱାରା କ୍ରପ କଣ୍ଟିଜେନ୍ସି ଯୋଜନା ତିଆରି କରାଯାଇଛି । ଆଗକୁ ଯଦି ବର୍ଷା ନ ହୁଏ ତେବେ କ୍ରପ କଣ୍ଟିଜେନ୍ସି ପ୍ଲାନ ଅନୁସାରେ ସରକାର ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ଗୃହକୁ ପ୍ରତିଶ୍ରୁତି ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, ଶୁକ୍ରବାର ବଲାଙ୍ଗୀରରେ ମରୁଡ଼ି ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଆଲୋଚନା ବେଳେ ବାଚସ୍ପତି ଦୁଇଦିନ ମଧ୍ୟରେ ରାଜସ୍ୱ ମନ୍ତ୍ରୀ ଗୃହରେ ଏ ସଂପର୍କରେ ବିବୃତି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons