କନ୍ଦାଉଛି ବାଇପାସ୍, ତିନିମୁହାଣି-ଅଙ୍ଗୁଳାଇ ରାସ୍ତା

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ): କେନ୍ଦ୍ରାପଡ଼ା ସହରର ମୁଖ୍ୟ ରାସ୍ତା ସମେତ ଗଳିକନ୍ଦି ରାସ୍ତା ବହୁ ଆଗରୁ ଶୋଚନୀୟ ହୋଇପଡ଼ିଛି । ପ୍ରତିବର୍ଷ ପରି ପାର୍ବଣ ଋତୁରେ ରାସ୍ତାଗୁଡ଼ିକ ସ୍ଥାୟୀ କାମ ନ ହେଲା ନାହିଁ କାମଚଳା ମରାମତି ହେବ ବୋଲି ଆଶା କରାଯାଉଥିଲା । ଗଣପର୍ବ ଗଜଲକ୍ଷ୍ମୀ ପୂଜାପୂର୍ବରୁ ପ୍ରତିବର୍ଷ ପ୍ରସ୍ତୁତି ବୈଠକରେ ରାସ୍ତାଘାଟ, ବିଜୁଳି, ଆଲୋକ, ସ୍ୱାସ୍ଥ୍ୟସେବା, ଦମକଳ, ଆଇଶୃଙ୍ଖଳା ଆଦି ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥାଏ । ସହର ଓ ସହର ଉପକଣ୍ଠ ରାସ୍ତାଗୁଡ଼ିକର ତକôାଳ ମରାମତି ପାଇଁ ଉଦ୍ୟମ ହୁଏ । ହେଲେ କର୍ତ୍ତୃପକ୍ଷ ଏଥିପ୍ରତି ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ଦୁର୍ଗାପୂଜା ଆରମ୍ଭ ହୋଇ ଯାଇଥିବା ବେଳେ ଆଉ ଦିନ କେଇଟାରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହେବ । ହେଲେ ସହରର ରାସ୍ତାଘାଟରେ ଏଯାଏ ମାଟି ମୁଠାଏ ପଡ଼ିପାରିଲା ନାହିଁ । ଲଗାଣ ବର୍ଷାରେ ବେହାଲ ହୋଇପଡ଼ିଥିବା ରାସ୍ତା ଏବେ ଖାଲଖମାରେ ଭର୍ତ୍ତି । ଫଳରେ ଜିଲ୍ଲା ମୁଖ୍ୟାଳୟକୁ ଆସୁଥିବା ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
କେନ୍ଦ୍ରାପଡ଼ା ସଦର ମହକୁମାର ଜୀବନରେଖା କୁହାଯାଉଥିବା ତିନିମୁହାଣି-ଅଙ୍ଗୁଳାଇ ରାସ୍ତା ଅବସ୍ଥା ବେହାଲ ହୋଇପଡ଼ିଛି । ତିନିମୁହାଣିଠାରୁ ନୂଆ ବସ୍ଷ୍ଟାଣ୍ଡ ଯାଏ ରାସ୍ତାର ବିଭିନ୍ନ ସ୍ଥାନ ଖାଲଖମା ଭରି ରହିଥିବା ଯୋଗୁଁ ଯାତାୟାତରେ ଅସୁବିଧା ହେଉଛି । କେନ୍ଦ୍ରାପଡ଼ାର ବହୁ ପ୍ରତୀକ୍ଷିତ ତିନିମୁହାଣି-ଅଙ୍ଗଳୁାଇ ରାସ୍ତା ଉନ୍ନତିକରଣ ଲାଗି ୨୦୧୩-୧୪ ମସିହାରେ ରାସ୍ତା ଓ କୋଠାବାଡ଼ି ନିର୍ମାଣ ବିଭାଗ ପ୍ରଥମେ ୭କୋଟି ୮୬ଲକ୍ଷ, ୮୬ ହଜାର ଟଙ୍କାର ଏକ ଆକଳନ କରି ରିପୋର୍ଟ ପଠାଇଥିଲା । ପରେ କୌଣସି କାରଣରୁ ନିର୍ମାଣରେ ବିଳମ୍ବ ହେବାରୁ ୨୦୧୪-୧୫ ମସିହାରେ ସାନି ଅଟକଳ ହୋଇଥିଲା । ଅଟକଳ ୭କୋଟି ୮୬ଲକ୍ଷ ୮୬ହଜାରରୁ ବୃଦ୍ଧିପାଇ ୮କୋଟି ୨୯ଲକ୍ଷ ୪୪ହଜାର ଟଙ୍କାରେ ପହଞ୍ଚିଥିଲା । ଡିସେମ୍ବର ୨୦୧୪ ସୁଦ୍ଧା କାମ ସାରିବାକୁ ଟାର୍ଗେଟ୍ ଥିଲେ ବି ସରି ପାରିନଥିଲା । ବହୁ ବିଳମ୍ବରେ ରାସ୍ତା କାମ ସରିଥିଲେ ମଧ୍ୟ ଅନିୟମିତତା ଅଭିଯୋଗ ଉଠିଥିଲା । ୮.୩୯ କିଲୋମିଟର ବ୍ୟାପୀ ରାସ୍ତାରୁ ଅଧିôକାଂଶ କଂକ୍ରିଟ ରାସ୍ତାକୁ ଛାଡ଼ିଦେଲା ପରେ ବାକି କିଛି ଅଂଶରେ ପିଚୁ କାମ କରାଯାଇଛି । କାମ ସରିବାର ବର୍ଷେ ନପୂରୁଣୁ କେନ୍ଦ୍ରାପଡ଼ା ମୁଖ୍ୟାଳୟର ପ୍ରମୁଖ ଯାତାୟତ ପଥ କୁହାଯାଉଥିବା ଏହି ରାସ୍ତାରୁ ଗୋଡ଼ି, କଂକ୍ରିଟ୍ ଉଠି ଯାଇଥିଲା । ଅଭିଯୋଗ ହେବାରୁ ଦୋଷ ଲୁଚାଇବାକୁ ଯାଇ ତରବରିଆ ରାତାରାତି ସିମେଣ୍ଟ-ବାଲି ରସ ଢାଳି ତାଳି ପକାଇବାକୁ ଉଦ୍ୟମ ହୋଇଥିଲେ ବି ତାହା ବେଶି ସମୟ ପର୍ଯ୍ୟନ୍ତ ରହି ନଥିଲା । ଏହି ରାସ୍ତାର ରକ୍ଷଣାବେକ୍ଷଣ ପୌରପାଳିକା ଅଧୀନରେ ଆସୁଛି । କେବଳ ତିନିମୁହାଣି-ଅଙ୍ଗୁଳାଇ ରାସ୍ତା ନୁହେଁ ସହରର ଅନ୍ୟତମ ପ୍ରମୁଖ ରାସ୍ତା ବାଇପାସ୍ ରୋଡ୍ର ବି ଅବସ୍ଥା ଖରାପ ହୋଇଗଲାଣି । ନିମ୍ନମାନର କାମ ଯୋଗୁ ରାସ୍ତାକାମ ଅଧିକ ସମୟ ପର୍ଯ୍ୟନ୍ତ ତିÂି ପାରିନଥିଲା । ପରେ ପ୍ରତିବର୍ଷ ମରାମତି କାମ ହେଉଥିଲେ ମଧ୍ୟ ତାହା ମଧ୍ୟ ସଠିକ୍ ଢଙ୍ଗରେ କରାଯାଉନାହିଁ । ଜଳସମ୍ପଦ ବିଭାଗ ଅଧୀନ ଏହି ରାସ୍ତା ୩କୋଟି ୮୫ ଲକ୍ଷ ଟଙ୍କା ବ୍ୟୟରେ ୪ ବର୍ଷ ଆଗରୁ ନିର୍ମାଣ ହୋଇଥିଲା । ଗୋବରୀ ନଦୀ ଦକ୍ଷିଣ ପାଶ୍ୱର୍ ନୂଆ ବସ୍ଷ୍ଟାଣ୍ଡଠାରୁ ରଣପଡ଼ା ଓ ହଜାରିବଗିଚାଠାରୁ ନାଗପୁରା ପର୍ଯ୍ୟନ୍ତ ରାସ୍ତା ପିଚୁ କାମ କରାଯାଇଥିଲା । ହେଲେ କାମ ନିମ୍ନମାନର ଯୋଗୁଁ ବେଶି ଦିନ ଯାଏ ଯାଇନଥିଲା । ଫଳରେ ଧାର୍ଯ୍ୟ ସମୟ ପୂର୍ବରୁ କାମ ବିଗିଡ଼ିଯିବା ପରେ ମରାମତି ମଧ୍ୟ କରାଯାଇଥିଲା । ତା’ ସତ୍ତେ୍ୱ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସିଲା ନାହିଁ । କେଉଁଠି ପିଚୁ ଉଠିଯାଇଛି ତ ଆଉ କେଉଁଠାରେ ରାସ୍ତାରେ ବଡ଼ ବଡ଼ ଖାଲ । ରାସ୍ତାରେ ପଡ଼ିଥିବା ଗୋଡ଼ି ଉଠିଗଲାଣି । ତେବେ ଚଳିତ ବର୍ଷ ବର୍ଷା ଋତୁରେ ଅତ୍ୟଧିକ ବୃଷ୍ଟିପାତ ପରେ ସହରର ମୁଖ୍ୟ ରାସ୍ତା ସମେତ ଗଳିକନ୍ଦି ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ଗାଡ଼ିମୋଟର ତ ଭିନ୍ନ କଥା ଚାଲି ଚାଲି ଯିବା ମଧ୍ୟ କଷ୍ଟକର ହୋଇପଡ଼ିଛି । ପ୍ରତ୍ୟହ ଛୋଟବଡ଼ ଦୁର୍ଘଟଣା ଲାଗିରହୁଛି । ପୁଣି ସହରର ବିଭିନ୍ନ ସ୍ଥାନରେ ପାଣି ପାଇପ୍ ବିଛା କାମ ଚାଲିଥିବା ବେଳେ ବିଭିିନ୍ନ ଅଂଶରେ ଖୋଳି ଦିଆଯାଇଛି । କାମ ସାରିବା ପରେ ଖାଲ ନ ପୋତି ସମ୍ପୃକ୍ତ ଠିକାସଂସ୍ଥା ଛୁ । ଫଳରେ ସହରର ଗଳିକନ୍ଦି ରାସ୍ତାରେ ମଧ୍ୟ ଯାତାୟାତ କରିବା ଅସୁବିଧା ହେଉଛି । ଗଜଲକ୍ଷ୍ମୀ ପୂଜା ପୂର୍ବରୁ ସହରର ସମସ୍ତ ରାସ୍ତାଘାଟ ମରାମତି କରିବା ସହ ଆବଶ୍ୟକ ସ୍ଥଳେ ନୂତନ ସଡ଼କ ନିର୍ମାଣ କରିବା ପାଇଁ ଦାବି ହୋଇଛି । କେନ୍ଦ୍ରାପଡ଼ା ପୌରାପାଳିକା ନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳଙ୍କୁ ଏନେଇ ପଚାରିବାରୁ କହିଥିଲେ ଯେ ସମ୍ପୃକ୍ତ ବିଭାଗକୁ କୁହାଯାଇଛି । ଖୁବ୍ଶୀଘ୍ର କାମ କେମିତି ସରିବ ତା’ ଉପରେ ଧ୍ୟାନ ଦିଆଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons