କାର୍ଯ୍ୟାନୁÂାନ ହୋଇଥାନ୍ତା: ନକୁଳ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କଠାରୁ): ପ୍ରଦୀପଙ୍କ ଦଳବିରୋଧୀ କାର୍ଯ୍ୟକଳାପ ସଂପର୍କରେ କଂଗ୍ରେସ ବହୁପୂର୍ବରୁ ଅବଗତ ଥିଲା । ତେଣୁ କାର୍ଯ୍ୟାନୁÂାନ ବଦଳରେ ଶାଳୀନତା ରକ୍ଷା କରି ଦଳରୁ ଇସ୍ତଫା ଦେବାକୁ ପରାମର୍ଶ ଦିଆଯାଇଥିଲା । ଆଜି ତାଙ୍କ ବିରୋଧରେ କାର୍ଯ୍ୟାନୁÂାନ ଘୋଷଣା ପୂର୍ବରୁ ପ୍ରଦୀପ ନିଜ ଆଡୁ ଇସ୍ତଫା ଦେଇଛନ୍ତି । ଜିଲ୍ଲା କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ରାଜ୍ୟ କଂଗ୍ରେସ ଉପସଭାପତି ତଥା ପୂର୍ବତନ ସାଂସଦ ନକୁଳ ନାୟକ ।
ଶ୍ରୀ ନାୟକ କହିଛନ୍ତି, କୋଟପାଡର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝି ଓ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକାଙ୍କୁ ପ୍ରଥମେ ବିଜେଡିକୁ ରପ୍ତାନି କରିଥିଲେ ପ୍ରଦୀପ । ଏବେ ନିଜେ ଇସ୍ତଫା ଦେଇଛନ୍ତି । ଆଗାମୀ ଦିନରେ ପ୍ରଦୀପ ନିଜ ଖାସ୍ ନେତା, କର୍ମୀ ଏବଂ ଅନୁଗାମୀଙ୍କ ସହ ବିଜେଡିରେ ମିଶିବାକୁ ଯୋଜନା କରିଛନ୍ତି । ତେଣୁ ଆଜିଠାରୁ ନବରଙ୍ଗପୁର ଜିଲ୍ଲାର ସଭାପତି ପଦ ଛାଡି ଜିଲ୍ଲା ଓ ବ୍ଲକ କମିଟିର ବିଭିନ୍ନ ପଦକୁ ପ୍ରତ୍ୟାହାର କରିନିଆଯାଇଛି । ପରବର୍ତ୍ତୀ ସାଂଗଠନିକ ପଦବି ଘୋଷଣା ନହେବା ପର୍ଯ୍ୟନ୍ତ ଜିଲ୍ଲା ସଭାପତି ମୁନ୍ନା ତ୍ରିପାଠୀ, ରାଜ୍ୟ ଉପସଭାପତି ସଦନ ନାୟକ ଏବଂ ଆଦିବାସୀ ସେଲ୍ର ରାଜ୍ୟ ଅଧ୍ୟକ୍ଷ ଭୁଜବଳ ମାଝୀ ନବରଙ୍ଗପୁର ଜିଲ୍ଲା ଦାୟିତ୍ୱରେ ରହିବେ । କଂଗ୍ରେସ ସଂଗଠନରେ ପ୍ରଦୀପଙ୍କ ସଂପର୍କରେ ଥିବା କର୍ମୀ ଓ ନେତାଙ୍କୁ ଆଉ କୌଣସି ପଦ ଧରି ଦଳବଦଳ କରିବା ଲାଗି ସୁଯୋଗ ଦିଆଯିବନି । ପ୍ରଦୀପଙ୍କ ନେତା କର୍ମୀ ରପ୍ତାନି ମିଶନକୁ ଭଣ୍ଡୁର କରାଯିବ । ପ୍ରଦୀପଙ୍କ କାର୍ଯ୍ୟକଳାପ ଏବଂ ଗଣମାଧ୍ୟମର ପ୍ରସାରିତ ଖବରକୁ ନେଇ ଦଳ ତାଙ୍କ ବିରୋଧରେ କାର୍ଯ୍ୟାନୁÂାନ ନେବାକୁ ନିଷ୍ପତ୍ତି ନେଇଥିଲା । ତା ପୂର୍ବରୁ ତାଙ୍କୁ ଶାଳିନତାର ସହିତ ଦଳରୁ ଇସ୍ତଫା ଦେବାକୁ କୁହାଯାଇଥିଲା । କାରଣ ପ୍ରଦୀପ କଂଗ୍ରେସର ଗେହ୍ଲାପୁଅ ଥିଲେ । ତାଙ୍କୁ ପିସିସି କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଦିଆଯାଇଥିଲା ବୋଲି କହିଛନ୍ତି ଶ୍ରୀ ନାୟକ । ଜନସେବା କରିବାକୁ କଂଗ୍ରେସରେ ସୁଯୋଗ ନଥିବା କହି ଦଳରୁ ପ୍ରଦୀପ ଇସ୍ତଫା ଦେଇଥିବା ପ୍ରସଙ୍ଗକୁ ଶ୍ରୀ ନାୟକ ଖଣ୍ଡନ କରିଛନ୍ତି । କହିଛନ୍ତି, ପ୍ରଦୀପ ଟିକେଟ ପାଇବାରେ ନିଶ୍ଚିତ ନେତା ଥିଲେ ।
ବରିÂ ନେତା ସଦନ ନାୟକ କହିଛନ୍ତି, କଂଗ୍ରେସରେ ବିଶ୍ୱାସଘାତକ ନେତାଙ୍କୁ ସ୍ଥାନ ନାହିଁ । ସେହିପରି ଭୁଜବଳ ମାଝୀ କହିଛନ୍ତି, ପ୍ରଦୀପ କଂଗ୍ରେସ ଛାଡିଦେଲେ କଂଗ୍ରେସର କୌଣସି ଅସୁବିଧା ହେବ ନାହିଁ । କଂଗ୍ରେସ ୧୦୦ ବର୍ଷର ଦଳ । ଅନେକ ଉତ୍ଥାନ ପତନ ଦେଖିଛି । ଏବେବି ଦଳ ପାଖରେ ୨୯ ପ୍ରତିଶତ ଭୋଟ୍ ବ୍ୟାଙ୍କ ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons