କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଭେଟିଲେ ବିଜେଡି ସାଂସଦ : ଓଡ଼ିଶା ଦେଇଥିବା ପ୍ରସ୍ତାବକୁ ଏସ୍ଟି ତାଲିକାଭୁକ୍ତ କର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ଆ.ପ୍ର): କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଭେଟିଛନ୍ତି ବିଜେଡି ସାଂସଦ । ଓଡ଼ିଶାରୁ ଦିଆଯାଇଥିବା ୧୬୦ରୁ ଅଧିକ ପ୍ରସ୍ତାବିତ ନାମଗୁଡିକୁ ଅନୁସୂଚିତ ଜନଜାତି(ଏସ୍ଟି) ତାଲିକାଭୁକ୍ତ କରିବାକୁ ଅନୁରୋଧ କରିଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ବହୁବାର ଚିଠି ଲେଖିଥିବା ସାଂସଦମାନେ ଯୁକ୍ତି ବାଢିଛନ୍ତି । ଏହି ଅବସରରେ ସେମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଏକ ଦାବିପତ୍ର ମଧ୍ୟ ଦେଇଛନ୍ତି ।
ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଓଡ଼ିଶାରେ ସର୍ବାଧିକ ପର୍ଟିକୁଲାରଲି ଭଲ୍ନେରବଲ୍ ଗ୍ରୁପ୍ ଟି୍ରବାଲ୍ସ (ପିଭିଟିଜି) ଲୋକେ ରହୁଛନ୍ତି । ତେବେ ଓଡ଼ିଶା ସରକାରଙ୍କ ପକ୍ଷରୁ ଅନୁସୂଚିତ ତାଲିକାରେ ସାମିଲ କରିବା ପାଇଁ ଦଶନ୍ଧି ଦଶନ୍ଧି ଧରି ପ୍ରସ୍ତାବ ଦିଆଯାଇଛି । ହେଲେ ସେହି ପ୍ରସ୍ତାବଗୁଡିକ କାର୍ଯ୍ୟକାରୀ କରାନଯାଇ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ନିକଟରେ ଫାଇଲ୍ ପଡି ରହିଛି । ଗତ ସେପ୍ଟେମ୍ବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୁଣ୍ଡାଙ୍କୁ ଚିଠି ଲେଖିଥିଲେ । ୧୬୦ରୁ ଅଧିକ ପ୍ରସ୍ତାବକୁ ଓଡ଼ିଶାର ଜନଜାତି ତାଲିକାରେ ସାମିଲ କରିବାକୁ ଅନୁରୋଧ ମଧ୍ୟ କରିଥିଲେ । ୨୦୧୪ରେ କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟର ଟାସ୍କଫୋର୍ସ ୯ଟି ପ୍ରସ୍ତାବକୁ ଓଡ଼ିଶା ଜନଜାତି ତାଲିକାରେ ସାମିଲ କରିବାକୁ ସୁପାରିସ କରିଥିଲେ । ହେଲେ ଏ ପର୍ଯ୍ୟନ୍ତ ଏହି ୯ଟି ପ୍ରସ୍ତାବ ମଧ୍ୟ କାର୍ଯ୍ୟକାରୀ ହୋଇପାରିଲା ନାହିଁ ।  ଗତ ସେପ୍ଟେମ୍ବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠିରେ ଦୀର୍ଘ ଦିନରୁ ଥିବା ୧୬୯ ପ୍ରସ୍ତାବକୁ ଓଡ଼ିଶା ଜନଜାତି ତାଲିକାରେ ସାମିଲ କରିବାକୁ   ଅନୁରୋଧ କରାଯାଇଛି । ସେହି ଲୋକମାନଙ୍କୁ ଜନଜାତି ତାଲିକାରେ ସାମିଲ କରାଗଲେ, ସେମାନେ ସଶକ୍ତିକରଣ ହେବା ସହିତ ସମସ୍ତ ଲାଭ ପାଇପାରିବେ ବୋଲି ସାଂସଦମାନେ ଯୁକ୍ତି ବାଢିଛନ୍ତି ।
ଏହି ପ୍ରତିନିଧି ଦଳରେ ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ଚନ୍ଦ୍ରାଣି ମୁର୍ମୁ, ମମତା ମହନ୍ତ, ସୁଲତା ଦେଓ, ଡ. ଅମର ପଟ୍ଟନାୟକ, ଅଚୁ୍ୟତ ସାମନ୍ତ, ନିରଞ୍ଜନ ବିଶି, ସୁଜିତ କୁମାର ପ୍ରମୁଖ ଯୋଗ ଦେଇ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ମୁଣ୍ଡାଙ୍କ ସହ ଆଲୋଚନା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons