ଟ୍ରକ୍ ଧକ୍କାରେ ଯୁବକ ମୃତ

Get real time updates directly on you device, subscribe now.

ଫୁଲନଖରା,(ବି.ବି.ନୁ୍ୟଜ): ୧୬ ନଂ ଜାତୀୟ ରାଜପଥର କଟକ ସଦର ଥାନା ଅନ୍ତର୍ଗତ ବାଲିକୁଦାଠାରେ ରବିବାର ରାତି ପ୍ରାୟ ୮ଟା ସମୟରେ ଏକ ଟ୍ରକ୍ ଧକ୍କାରେ ଜଣେ ଯୁବକଙ୍କ ମୃତୁ୍ୟ ଘଟିଛି । ମୃତକ ଜଣକ ହେଲେ ସଦର ଥାନା ଅନ୍ତର୍ଗତ ବାଲିକୁଦା ଗ୍ରାମର ମଙ୍ଗୁଳି ବେହେରା (୨୫) । ସେ ଜଣେ ଗ୍ୟାରେଜ ମିସ୍ତ୍ରୀ ବୋଲି ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ, ରବିବାର ରାତି ପ୍ରାୟ ୮ ଟା ସମୟରେ ମଙ୍ଗୁଳି ରାସ୍ତାରେ ଚାଲିଚାଲି ଯାଉଥିବା ବେଳେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତୁ୍ୟ ଘଟିଥିଲା । ଜାତୀୟ ରାଜପଥ ପ୍ରାଧିକରଣର ତ୍ରୁଟିପୂର୍ଣ୍ଣ ଓ ମନ୍ଥର ଗତିରେ ରାସ୍ତା କାମ ଯୋଗୁଁ ଅସରାଏ ବର୍ଷା ହେଲେ ଗୋପାଳପୁରଠାରୁ ବାଲିକୁଦା ପର୍ଯ୍ୟନ୍ତ ହୋଇଥିବା ସର୍ଭିସ ରୋଡ଼ ଉପରେ ବର୍ଷା ପାଣି ଜମି ରହୁଛି । ଫଳରେ ଦୈନିକ ଶହଶହ ଗାଡ଼ି ଘଣ୍ଟାଘଣ୍ଟା ଧରି ସେଠାରେ ଅଟକି ରହି ରାସ୍ତା ଜାମ ହେଉଛି । ଏଥିଯୋଗୁ ରୋଗୀ ନେଇ ଯାଉଥିବା ଆମ୍ୱୁଲାନ୍ସଠାରୁ ଆରମ୍ଭ କରି ଜରୁରିକାଳୀନ ଗାଡ଼ିଗୁଡ଼ିକ ମଧ୍ୟ ଘଣ୍ଟାଘଣ୍ଟା ଧରି ଅଟକି ରହୁଛି । ଆଜି ବର୍ଷାପାଣି ଜମି ରହିଥିବାରୁ ଗାଡ଼ିଗୁଡ଼ିକ ଜାମ ହୋଇ ଏହିପରି ଦୁର୍ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରି ବାଲିକୁଦା ଛକଠାରେ ରାସ୍ତାରୋକ କରିଥିଲେ । ଫଳରେ ରାସ୍ତାର ଦୁଇ ପାଶ୍ୱର୍ରେ ଶହଶହ ଗାଡ଼ି ଅଟକି ରହିଥିଲା । ଏହି ଘଟଣାର ଖବର ସଂଗ୍ରହ ଓ ଫଟୋ ଉଠାଇବା ପାଇଁ ଯାଇଥିବା ସାମ୍ୱାଦିକ ଗଜେନ୍ଦ୍ର ଦାସକୁ ଲୋକେ ମାଡ଼ ମାରି ତାଙ୍କ କ୍ୟାମେରା ଭାଙ୍ଗି ଦେଇଛନ୍ତି । ବର୍ତ୍ତମାନ ଗଜେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗଜେନ୍ଦ୍ରଙ୍କୁ ମାଡ଼ମାରି କ୍ୟାମେରା ଭାଙ୍ଗି ରକ୍ତାକ୍ତ କରିଥିବା ଦୁର୍ବୃତ୍ତଙ୍କ ବିରୋଧରେ ସଦର ପୁଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁÂାନ ଗ୍ରହଣ କରାନଗଲେ କଟକ ସଦର ପ୍ରେସ କ୍ଲବ ପକ୍ଷରୁ ଥାନା ଆଗରେ ଗଣଧାରଣା ଦିଆଯିବ ବୋଲି ସଦର ପ୍ରେସ କ୍ଲବର ସଭାପତି ଚେତାବନୀ ଦେଇଛନ୍ତି । ଖବର ଲେଖାହେବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons