ପାରିବାରିକ କଳହକୁ ନେଇ ଅଭାବନୀୟ ଘଟଣା

Get real time updates directly on you device, subscribe now.

ପାରିବାରିକ କଳହକୁ ନେଇ ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ତେଣ୍ଟୋଇ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ନିଆଁରେ ପୋଡ଼ି ହୋଇ ମାଆ ର ମୃତ୍ୟୁ ହୋଇଥିଲା ବେଳେ ଦେଢ ବର୍ଷର ଶିଶୁପୁତ୍ର ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଜି ଦିନ ପ୍ରାୟ ବାରଟା ପାଖାପାଖି ତେଣ୍ଟୋଇ ଗାଁ ର ତପନ ସେଠୀ ଓ ତାଙ୍କ ସ୍ତ୍ରୀ ଲିପି ସେଠୀ ବାହିରେ କାମ କରୁଥିଲେ।ପରେ ଲିପି ଘରକୁ ଆସିଲା ବେଳକୁ ତାଙ୍କର ଦେଢ ବର୍ଷର ଶିଶୁପୁତ୍ର ଗଣେଶଙ୍କୁ ଯାଆ କୋଳରେ ଧରି ଗେହ୍ଲା କରୁଥିଲେ। ଏହି ଘଟଣା ଦେଖିବା ପରେ ଦୁଇ ଯାଆ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଲିପି କିରୋସିନ ଢାଳି ନିଜ ଦେହରେ ନିଆଁ ଲଗେଇ ଦେଇଥିବାର ସୂଚନା ମିଳିଛି। ଏଥିରେ ଲିପି ସେଠୀ ମୃତ୍ୟୁ ବରଣ କରିଥିବା ବେଳେ ପୁଅ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ବେଳେ ସେଠାରେ ତା’ର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ପୋଲିସ ଶାଶୁ ଚପଳା ସେଠୀ ଓ ସ୍ବାମୀ ତପନ ସେଠୀ ଓ ବଡ଼ ଭାଇ ଙ୍କୁ ଅଟକ ରଖିଛି। ଘଟଣା ସ୍ଥଳରେ ନାଉଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ କେଉଁ ପରିସ୍ଥିତିରେ ଲିପି ନିଜେ ଓ ତାର ଛୋଟ ପିଲା ସହିତ ଆତ୍ମହତ୍ୟା କଲା ସେ ସମ୍ପର୍କରେ ପୋଲିସ ପକ୍ଷରୁ କୋୖଣସି ସୂଚନା ମିଳିନାହିଁ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons