ବଳାକ୍ରାରର ଶିକାର ହେଲେ ବୃଦ୍ଧା

Get real time updates directly on you device, subscribe now.

କରଞ୍ଜିଆ,(ବି.ବି.ନୁ୍ୟଜ): ମୟୂରଭଞ୍ଜ ଜିଲ୍ଲା ରରୁଁଆ ଥାନ ଅନ୍ତର୍ଗତ ଶୁକୃଳି ଠାରେ ଏକ ଲଜ୍ଜ୍ୟା ଜନକ ଘଟଣା ଘଟିଯାଇଛି ।ଦଶହରା ମେଳା ଦେଖିବାକୁ ଯାଇ ଫେରିବା ବେଳେ ଜଣେ ୬୦ବର୍ଷୀୟ ବୃଦ୍ଧା ବଳାକ୍ରାରର ଶିକାର ହୋଇଛନ୍ତିି ।ଏନେଇ ପୁଲିସ ସିସିଟିଭି ଫୁଟେଜକୁ ଯାଞ୍ଚ କରି ତଦନ୍ତ ଚଳାଇଥିବାବେଳେ ରରୁଆଁ ଥାନାରେ ଅଭିଯୋଗ ହୋଇଛି । ବୃଦ୍ଧା ଜଣକ ଶୁକୃଳି ବ୍ଲକ ଅନ୍ତର୍ଗତ ଅର୍ଜୁନବିଲା ପଞ୍ଚାୟତ ଏକଘରୀ ଗ୍ରାମର ଜୟକୃଷ୍ଣ ଦେଓଙ୍କ ପତ୍ନୀ ବାସନ୍ତୀ ଦେଓ ।
ସୂଚନା ଅନୁଯାୟୀ ବୃଦ୍ଧା ଜଣକ ଟାଙ୍ଗିଆ ଗ୍ରାମକୁ ଶୁକ୍ରବାର ଦିନ ଦଶହରା ମେଳା ଦେଖିବାକୁ ଯାଇଥିଲେ ।ସନ୍ଧ୍ୟାରେ ଫେରୁଥିବା ଅବସ୍ଥାରେ ଦୁଇଜଣ ଅଜଣା ଯୁବକ ବୃଦ୍ଧାଙ୍କୁ ଘରେ ପହଞ୍ଚାଇଦେବା କହି ବାଇକ୍ ଯୋଗେ ନେଇ ଚାଲିଯାଇଥିଲେ । ବୃଦ୍ଧା ଜଣକ ମାନସିକ ବିକାରଗ୍ରସ୍ତ ଥିବା ଜଣାଯାଇଛି ।ବୃଦ୍ଧାଙ୍କୁ ରରୁଁଆ ଶୁକୃଳି ମଝିରେ ଥିବା ଖଇରୀ ଭଣ୍ଡନ ନଦୀ କୂଳରେ ଯୁବକ ଦ୍ୱୟ ଅତି ଅମାନୁଷିକ ଭାବେ ବଳାକ୍ରାର କରିବା ସହିତ ଯୌନାଙ୍ଗରେ ବାଡି ପୁରାଇ ଦେଇଥିଲେ । ଘଟଣା ଘଟାଇ ଯୁବକ ଦ୍ୱୟ ସେଠାରୁ ଫେରାର ହୋଇଯାଇଥିଲେ । ବୃଦ୍ଧା ଜଣକ ସେଠାରୁ ବହୁ କଷ୍ଟରେ ମୁଖ୍ୟ ରାସ୍ତାରେ ପହଞ୍ଚି ଥିଲେ । ସେଠାରେ ସ୍ଥାନୀୟ ଲୋକେ ତାଙ୍କୁ ଦେଖି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଶୁକୃଳି ଦମକଳ ବାହିନୀ ବୃଦ୍ଧା ଜଣକୁ ଉଦ୍ଧାର କରି ଶୁକୃଳି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ପରିସ୍ଥିତି ଗମ୍ଭିର ହେବାରୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଥିଲା । ଖବରପାଇ ଘଟଣାସ୍ଥଳକୁ ରରୁଁଆ, ଯଶୀପୁର,କରଞ୍ଜିଆ,ବାଦାମପାହାଡ ପୁଲିସ ପହଞ୍ଚିଥିବା ସହିତ ଡିଆଇଜି ହିମାଂଶୁଲାଲ, ଆଡିସନାଲ ଏସପି ମନୋରଞ୍ଜନ ବିଶ୍ୱାଳ, କରଞ୍ଜିଆ ଏସଡିପିଓ ସୁଦର୍ଶନ ଗାଙ୍ଗୋଇ ପହଞ୍ଚି ତଦନ୍ତ କରିଥିବା ଜଣାଯାଇଛି । ଏଥିସହ ସ୍ଥାନୀୟ ଦୋକାନ ବଜାରରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରାଯାଇଥିବା ଜଣାଯାଇଛି । ପୀଡିତା ବୃଦ୍ଧାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ବେଳେ ଖୁବ୍ ଶୀଘ୍ର ଯୁବକ ଦ୍ୱୟଙ୍କୁ ଚିହ୍ନଟ କରାଯିବା ନେଇ ଆଡିସନାଲ ଏସ୍ପି ସୂଚନା ପ୍ରଦାନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons