ଏସ.ଟି.ଆର ଓ ପୋଲିସର ମିଳିତ ଚଢ଼ାଉ କଲରାପତରିଆ ବାଘଛାଲ ଜବତ ଜଣେ ଅଟକ

Get real time updates directly on you device, subscribe now.

ମୟୁରଭଞ୍ଜ ପୋଲିସ ଓ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ମିଳିତ ଚଢ଼ାଉରୁ ପୁଣି ଉଭୟ ବିଭାଗକୁ ମିଳିଛି ଏକ ବଡ ସଫଳତା। ତେବେ ଶୁକ୍ରବାର ଶିମିଳିପାଳ ଅଭୟାରଣ୍ୟରୁ ପୁଣି ଏକ କଲରାପତରିଆ ବାଘଛାଲ ଜବତ ହୋଇଛି।

ଏସ.ଟି.ଆର ଓ ପୋଲିସର ମିଳିତ ଚଢ଼ାଉ କଲରାପତରିଆ ବାଘଛାଲ ଜବତ ଜଣେ ଅଟକ

ଏସ.ଟି.ଆର ଓ ପୋଲିସର ମିଳିତ ଚଢାଉରେ ଡୁକୁରା ରେଞ୍ଜ ଅନ୍ତର୍ଗତ ଚେକାମରା ଗାଁରୁ ଏହି କଲରାପତରିଆ ବାଘଛାଲ ଜବତ ହୋଇଛି। କୌଣସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସେହି ସ୍ଥାନରେ ଜଣେ ଶିକାରୀ ବାଘଶିକାର କରି ବିକ୍ରି କରିବା ପାଇଁ ଛାଲ ରଖିଥିବାର ଖବର ମିଳିଥିଲା। ପ୍ରାପ୍ତ ଖବରକୁ ଗୁରୁତ୍ୱର ସହ ନେଇ ଉଭୟ ବିଭାଗ ମିଳିତ ଭାବେ ଚଢ଼ାଉ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ତେବେ ଏହି ଘଟଣାରେ ବଡସାହି ଥାନା ଅନ୍ତର୍ଗତ ଯଦୁନାଥପୁର ଅଞ୍ଚଳର ୩୫ ବର୍ଷୀୟ ଭୁବନ ସିଂ ଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଥିବା ନେଇ ଶିମିଳିପାଳ ଡେପୁଟି ଡାଇରେକ୍ଟର ସମ୍ରାଟ ଗୌଡା ସୂଚନା ଦେଇଛନ୍ତି। ଅନ୍ୟପଟେ ଏ ଘଟଣାକୁନେଇ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons