ବୁଥ୍‌ ଭିତରୁ ଇଭିଏମ୍‌ ଲୁଟି ନେଲେ ପ୍ରାର୍ଥୀଙ୍କ ସ୍ୱାମୀ

Get real time updates directly on you device, subscribe now.

ବାରିପଦା: ବାରିପଦାରେ ଇଭିଏମ ଲୁଟ୍ । ୬ ନଂ ଓ୍ୱାର୍ଡରେ ଭୋଟିଂ ପରେ ଜଣେ ପ୍ରାର୍ଥୀଙ୍କ ସ୍ୱାମୀ ଓ ତାଙ୍କ ସମର୍ଥକ ମିଶି ବିନା ସିଲ୍‌ରେ ଇଭିଏମ ମେସିନ ନେଇଯାଇଥିବାର ଅଭିଯୋଗ କରି ବୁଥରେ ଉତ୍ତେଜନା । ଧାରଣାରେ ବସିଲେ ଅନ୍ୟ ପ୍ରାର୍ଥୀ । ବାରିପଦା ମ୍ୟୁନିସିପାଲ୍‌ଟି ୬ନଂ ଓ୍ୱାର୍ଡର ଶ୍ରୀରାମଚନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ୧୫ ଏବଂ ୧୬ ନଂ ବୁଥରେ ଘଟିଛି ଏପରି ଘଟଣା। ୧୬ ନଂ ବୁଥରେ ମତଦାନ ପରେ ବିନା ସିଲରେ ଇଭିଏମକୁ ପ୍ରିଜାଇଡିଂ ଅଫିସର ଓ ବିଜେଡି ପ୍ରାର୍ଥୀଙ୍କ ସମର୍ଥକ ମିଶି ନେଇ ଯାଇଛନ୍ତି । ଅନ୍ୟ ପ୍ରାର୍ଥୀଙ୍କ ପୋଲିଂ ଏଜେଣ୍ଟମାନଙ୍କୁ ଜବରଦସ୍ତି ବାହାରକୁ ପଠାଇ ଏଭଳି କାର୍ୟ୍ୟ କରାଯାଇଛି ବୋଲି ଅଭିଯୋଗ ହୋଇଛି । ତେବେ ଏହାକୁ ବିରୋଧ କରି ଅନ୍ୟ ପ୍ରାର୍ଥୀମାନେ ୧୫ନଂ ବୁଥର ଇଭିଏମକୁ ଅଟକାଇ ରଖି ଧାରଣାରେ ବସିଛନ୍ତି । ପ୍ରଶାସନ ଓ ପୋଲିସ ସମସ୍ତଙ୍କୁ ବୁଝାସୁଝା କରି ସମାଧାନ କରିବା ପାଇଁ ଚେଷ୍ଟା କରୁଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons