ମଦୁଆ ସ୍ୱାମୀକୁ ମାରିଦେଲା ସ୍ତ୍ରୀ

Get real time updates directly on you device, subscribe now.

ଝାରବନ୍ଧ, (ବି.ବି.ନୁ୍ୟଜ): ବିହା ହେବାର ପଚିଶ୍ ବଛର୍ ହେଲାନ । ପିଲାଛୁଆ ଯୁଆନ ହେଲେନ । ପୁଓ-ବହ କଲିନ । ତଥାପି ଗୁଟେ ଦିନ୍ ବି ଶାନ୍ତି ନ ରହି ନାଇଁ ପାର୍ଲି । ସବୁ ଦିନେ ମଦ୍ ପିଇ କରି ଗାଲି ଝଗଡ୍, ମାଡ୍ପିଟ୍, କେତେ ସହେମି ଶେଷେ ମାରିଦେଲି ବୋଲି ଜଣେ ପତ୍ନୀଙ୍କ ସ୍ୱୀକାରୋକ୍ତି ଚର୍ଚ୍ଚାର କେନ୍ଦ୍ର ପାଲଟିଛି । ମଦୁଆ ସ୍ୱାମୀର ନିତିଦିନିଆଁ ଦହଗଞ୍ଜରୁ ବୈଧବ୍ୟ ଯନ୍ତ୍ରଣାକୁ ଆବୋରି ନେଇ ନିଜ ସିନ୍ଦୁର ନିଜେ ପୋଛି ଦେବା ଘଟଣା ମଦୁଆ ସ୍ୱାମୀଙ୍କ ଦୌରାତ୍ମ୍ୟ କେତେ କଷ୍ଟଦାୟକ ବେଶ୍ କଳନୀୟ ବୋଲି ଚର୍ଚ୍ଚା ହେଉଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା କୁଶମଦର୍ହା ଗାଁରେ ।
ସୂଚନା ଯୋଗ୍ୟ ଗାଁର ସଦାଶିବ ବରିହା (୪୯) ପ୍ରତିଦିନ ପରି ଗତକାଲି ରାତିରେ ମଦରେ ଚୁର ହୋଇ ଘର ଲୋକଙ୍କ ସହ ଗାଳିଗୁଲଜ କରିଥିଲା । ସ୍ତ୍ରୀ ସମାରୀ (୪୫) ବହୁ ବୁଝାସୁଝା କରିଥିଲେ ହେଁ ସେ ବୁଝିନଥିଲେ । ସଦାଶିବଙ୍କ ଦୌରାତ୍ମ୍ୟ ବଢ଼ିବାରୁ ଉତ୍ତ୍ୟକ୍ତ ହୋଇ ସ୍ୱାମୀକୁ ମାଡ଼ ମାରିବାକୁ ବାଧ୍ୟ ହୋଇଥିଲେ । ସ୍ୱାମୀ ଘରୁ ବାହାରି ଗାଁ ଦାଣ୍ଡକୁ ଚାଲିଯିବାରୁ ସ୍ତ୍ରୀ ପଛେପଛେ ଗୋଡ଼ାଇ ଗାଁ ଦାଣ୍ଡରେ ତଳେ ପକାଇ ସ୍ୱାମୀର ବ୍ୟବହୃତ ଗାମୁଛାରେ ବେକକୁ ଭିଡ଼ି ଦେଇଥିଲେ । ସ୍ୱାମୀ ନିଶାଶକ୍ତ ଥିବାରୁ ମାତ୍ର କିଛି ସମୟରେ ନିଶ୍ଚଳ ହୋଇ ସେଠାରେ ପଡ଼ିଯାଇଥିଲେ । ତାଙ୍କୁ ସେଠାରେ ଛାଡ଼ି ଘରକୁ ଫେରି ଆସି ଗାଁ ଲୋକଙ୍କୁ ଘଟଣା ସମ୍ପର୍କରେ ସେ ଜଣାଇଥିଲେ । ମାତ୍ର ଗାଁ ଲୋକ କି ସାଇପଡ଼ିଶା କେହି କୌଣସି ପ୍ରକାର ଉତ୍ତର ଦେଇନଥିଲେ । ଶେଷରେ ଝାରବନ୍ଧ ଥାନାକୁ ଖବର ଦେବା ପରେ ଥାନାଧିକାରୀ ଅନୀଲ ପ୍ରଧାନ, ଏସ୍ଆଇ ଜଗା ବରିହା ଘଟଣାସ୍ଥଳକୁ ପହଞ୍ଚି ଶବ ଜବତ କରି ଗ୍ରାମବାସୀଙ୍କ ସମ୍ମୁଖରେ ପଞ୍ଚନାମା କରିବା ସହ ତଦନ୍ତ କରିଥିଲେ । ଏନେଇ ପୁଲିସ୍ ଏକ ମାମଲା ରୁଜୁକରି ସମାରୀକୁ ଗିରଫ କରି କୋର୍ଟଚାଲାଣ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons