ଅଗ୍ନିକାଣ୍ଡରେ ଲକ୍ଷାଧିକ ସମ୍ପତ୍ତି ନଷ୍ଟ

Get real time updates directly on you device, subscribe now.

ଫାମ୍ପୁଣି,(ବି.ବି.ଆପ୍ର): ସଟ୍ସର୍କିଟ୍ରୁ ଅଗ୍ନିକାଣ୍ଡ । ନିଆଁରେ ପୋଡ଼ି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଜୟପୁର ବ୍ଲକ୍ ଫାମ୍ପୁଣି ଅଞ୍ଚଳରେ । ଏଥିରେ କ୍ଷତିଗ୍ରସ୍ତ ହୋଇଛନ୍ତି ରିତେଶ କୁମାର ଚୌଧୁରୀ । ଆଜି ଅପରାହ୍ନରେ ରିତେଶ କୁମାର ଚୌଧୁରୀଙ୍କ ଘରେ ହଠାତ୍ ନିଆଁ ଲାଗିଯାଇଥିଲା । ଖବରପାଇ ଦମକଳ ବାହିନୀ ଗାଁରେ ପହଞ୍ଚିଥିଲା । ଗାଁ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲା । ନିଆଁରେ ଘରେ ଥିବା ନଗଦ ୨ ଲକ୍ଷ ଟଙ୍କା ସହ ଆସବାସପତ୍ର ଓ ସମସ୍ତ ପ୍ରମାଣପତ୍ର ପାଉଁଶ ହୋଇଯାଇଥିବା ରିତେଶ ଅଭିଯୋଗ କରିଛନ୍ତି । ତୁରନ୍ତ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି । ଆଜି ଅପରାହ୍ନରେ ରିତେଶ ପରିବାର ସହ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ଏହି ଅଘଟଣ ଘଟିଥିଲା । ସରପଞ୍ଚ ଶିବ ଭୂମିଆ ଓ ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ପରେ ଦମକଳକୁ ଖବର ଦିଆଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons