ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସଂଘର ଦାବିପତ୍ର

Get real time updates directly on you device, subscribe now.

ହିଞ୍ଜିଳିକାଟୁ, (ବି.ବି.ଆପ୍ର): ହିଞ୍ଜିଳିକାଟୁ ବ୍ଲକ୍ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସଂଘସିଡିପିଓଙ୍କୁ ଦାବିପତ୍ର ପ୍ରଦାନ କରିଛି । ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘର ଦାବି ପ୍ରତି ସରକାର ଗୁରୁତ୍ୱ ଦେଉନାହାନ୍ତି । ତେଣୁ ଆଜି ପୁନର୍ବାର ଦାବିପତ୍ର ପ୍ରଦାନ କରିବା ସହ ଏପ୍ରିଲ୍ ସୁଦ୍ଧା ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନେ୍ଦାଳନକୁ ଓହ୍ଲାଇ ସମସ୍ତ କାର୍ଯ୍ୟ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଅଙ୍ଗନବାଡି କର୍ମୀଙ୍କ ଦରମା ୧୫ ହଜାର, ଅବସରକାଳୀନ ଭତ୍ତା ବୃଦ୍ଧି, ନୂଆ ଶିକ୍ଷା ନୀତିର ସ୍ପଷ୍ଟୀକରଣ ଦେବାକୁ ଦାବି ହୋଇଥିଲା । ଅଙ୍ଗନବାଡି କର୍ମୀଙ୍କ ବକେୟା ପ୍ରଦାନ, ସାମାଜିକ ସୁରକ୍ଷା ଆଇନକୁ ଗୁରୁତ୍ୱ ଦେବା ସହ ଅଧିକ କାମକୁ ଅଧିକ ଭତ୍ତା ପ୍ରଦାନ ଦାବି କରିଛନ୍ତି । ହିଞ୍ଜିଳିକାଟୁ ବ୍ଲକ ସଭାନେତ୍ରୀ ବବିତା ଗନ୍ତାୟତ ଓ ସମ୍ପାଦିକା ସୁଜତା ସାହୁଙ୍କ ତତ୍ତ୍ୱାବଧାନରେ ହିଞ୍ଜିଳିକାଟୁ ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀଙ୍କୁ ଏନେଇ ହିଞ୍ଜିଳିକାଟୁ ପୌରାଞ୍ଚଳ ଓ ବ୍ଲକର ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟିକା ଯୋଗ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons