ଅନାଥ ଶିଶୁଙ୍କୁ ସ୍କୁଲ ଛାତ୍ରଛାତ୍ରୀଙ୍କ ସହାୟତା

Get real time updates directly on you device, subscribe now.

ଦାରିଙ୍ଗବାଡ଼ି,(ବି.ବି.ଆପ୍ର): ଭଙ୍ଗା ଦଦରା କୁଡ଼ିଆରେ ପଡ଼ି ରହିଛନ୍ତି ୫ ଅନାଥ ଶିଶୁ ଭାଇ ଭଉଣୀ । ଓଳିଏ ଖାଇଲେ ଓଳିଏ ଉପାସ । ଅନାଥ ଶିଶୁଙ୍କ ଏଭଳି ଦୁଃଖ ଦେଖି ସହିପାରିଲେନି ସ୍କୁଲ ଛାତ୍ରଛାତ୍ରୀ । ଘର ଘର ଓ ଦୋକାନ ବୁଲି କିଛି ଅର୍ଥ ଆଦାୟ କଲେ । ସେଥିରେ ଚାଉଳ ସାଙ୍ଗକୁ କିଛି ଅର୍ଥ ଅନାଥ ଶିଶୁଙ୍କୁ ପ୍ରଦାନ କରିଛନ୍ତି । ସ୍କୁଲ ଛାତ୍ରଛାତ୍ରୀଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରାଯାଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା (ଗୁଡ୍ରିଗୁଡା) ଗ୍ରାମରେ । ୧୭ ବର୍ଷ ବଡ଼ ଭଉଣୀ ଉପରେ ୪ ଭାଇ ଭଉଣୀଙ୍କ ଦାୟିତ୍ୱ । ସେମାନଙ୍କ ଥଇଥାନ ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କି ସହାୟତା ପ୍ରଦାନ କରାଯାଇ ନାହିଁ ।
ଜୀବନ ଦୋ ଛକିରେ ୫ ଅସହାୟ ଅନାଥ ଶିଶୁ ଭାଇ ଭଉଣୀଙ୍କ ଭବିଷ୍ୟତ । ନା ଅଛି କେହି ପାଳିପାଷି ମଣିଷ କରିବାକୁ ନା ଅଛନ୍ତି କେହି ସାହା ଭରସା । ବାପା ଓ ମାଆଙ୍କ ସ୍ନେହ ପାଇବା ବୟସ ଅନାଥ ହୋଇଯାଇଛନ୍ତି । ନିଜର ଦୁଃଖକୁ କାହାକୁ ବା କହିବେ । କିଏ ବା ଶୁଣିବ । ଟିବିରେ ଆକ୍ରାନ୍ତ ଥିବା ବାପା ପବିତ୍ର ସୁନାମାଝୀ ୨୦୨୦ ଡିସେମ୍ବରରେ ଆଖି ବୁଜିଦେଲେ । ମାଆ ବନିତା ସୁନାମାଝୀଙ୍କ ଗତ ଅକ୍ଟୋବରରେ କୌଣସି କାରଣରୁ ମୃତୁ୍ୟ ହୋଇଛି । ତାଙ୍କର ୪ ଜଣ ଝିଅ ଓ ଜଣେ ୧ ବର୍ଷର ପୁଅ ରହିଛନ୍ତି । ବାପା ମାଆଙ୍କ ମୃତୁ୍ୟପରେ ପିଲାଙ୍କ ପଢିବାର ଅଭିଳାଷ ଥିଲେ ସୁଦ୍ଧା ଅର୍ଥ ଅଭାବରୁ ଗତ ବର୍ଷ ଠାରୁ ବଡ଼ ଝିଅ ବାସନ୍ତୀ ସୁନାମାଝୀ ଦଶମ ଶ୍ରେଣୀରୁ ପାଠ ଛାଡିଛନ୍ତି । ଲିନା ଷÂ ଓ ଲିସା ଚତୁର୍ଥରୁ ପାଠ ଛାଡି ଘରେ ରହିଛନ୍ତି । ସାନ ଝିଅ ନିକି ସ୍କୁଲ ଯାଇ ନାହିଁ । ବାସନ୍ତୀ ଚାରି ଭାଇ ଓ ଭଉଣୀଙ୍କ ପେଟକୁ ଦାନା ଯୋଗାଡ଼ କରିବାକୁ ମୂଲ ଲାଗିବାକୁ ଯାଉଛି । କାମ ନଗଲେ ଉପବାସରେ ଦିନ କାଟୁଛନ୍ତି । ସରକାରୀ ସୁବିଧା କହିଲେ ୧ ଟଙ୍କିଆ ଚାଉଳ । ତା ଛଡା ଅନ୍ୟ କୌଣସି ସରକାରୀ ସହାୟତା ମିଳିନାହିଁ । ଏପରିକି ବାପା ଓ ମାଙ୍କ ମୃତୁ୍ୟବରଣ ହୋଇଥିଲେ ସୁଦ୍ଧା ହରିଶ୍ଚନ୍ଦ୍ର ଯୋଜନାରେ ଟଙ୍କାଟିଏ ବି ମିଳିନାହିଁ ପିଲାମାନଙ୍କୁ । ପିନ୍ଧିବାକୁ ଭଲ ଡ୍ରେସ୍ଟିଏ ବି ନାହିଁ ।
ଏଭଳି ସମସ୍ୟା ଦେଖି ବ୍ରାହ୍ମଣୀଗାଁ ଗ୍ରାମର ବିସିକେସନ ପ୍ରଧାନ ଓ ଗୋବିନ୍ଦ ରଣସିଂଙ୍କ ସହଯୋଗକ୍ରମେ କିରାମାହା ଗ୍ରାମର ଛୋଟ ଛୋଟ ସ୍କୁଲ ପିଲା ଘର ଘର ବୁଲି ଅର୍ଥ ଆଦାୟ କରିଥିଲେ । ୫ ଅନାଥ ପିଲାଙ୍କୁ ୫୦ କିଲୋ ଚାଉଳ ସହ ୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ଏହି ଅନାଥ ପିଲାଙ୍କୁ ଜିଲ୍ଲା ପ୍ରଶାସନ କିଛି ସାହାଯ୍ୟ ସହଯୋଗ କଲେ ପିଲାମାନେ ପାଠ ପଢିବା ସହ ତାଙ୍କ ଭବିଷ୍ୟତ ଉଜ୍ଜଳ ହୋଇପାରିବ ବୋଲି ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons