ଆନ୍ଧ୍ର ସୀମାନ୍ତ ସମ୍ବାଇରେ ପୁଣି ବିବାଦ:ଜଙ୍ଗଲ ଜମିକୁ ନେଇ ହାତାହାତି

Get real time updates directly on you device, subscribe now.

ପଟ୍ଟାଙ୍ଗି,(ବି.ବି.ନୁ୍ୟଜ): କିଛି ଦିନର ନିରବତା ପରେ ସୀମାକୁ ନେଇ ଉଭୟ ଆନ୍ଧ୍ର-ଓଡ଼ିଶା ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ସମ୍ବାଇ ପଞ୍ଚାୟତରେ ଜଙ୍ଗଲ ଜମିରେ ଚାଷକୁ ନେଇ ଆନ୍ଧ୍ର ଏବଂ ଓଡ଼ିଶାର ଦୁଇଟି ଗାଁ ମଧ୍ୟରେ ଗଣ୍ଡଗୋଳ ଘଟି ଜଣେ ଆହତ ହୋଇଛନ୍ତି । ଆହତଜଣଙ୍କ ହେଲେ ସୁନାବେଡା ଗାଁର ଗେମେଲ ଭଜାନା । ତାଙ୍କୁ ପଟ୍ଟାଙ୍ଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ଥାନାରେ ଅଭିଯୋଗ ହେବା ସହ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଯାଇଛି ।
କିଛି ବର୍ଷତଳେ ସମ୍ବାଇ ପଞ୍ଚାୟତ ସୀମା ନେଇ ଓଡ଼ିଶାର ସୁନାବେଡାÿ, ଜାମୁଗୁଡା, ନୂଆଗୁଡା ଗ୍ରାମବାସୀ ଓ ଆନ୍ଧ୍ର ସୀମାନ୍ତ ଗାଁ ଡେକାପାର ମଧ୍ୟରେ ବିବାଦ ଲାଗିଥିଲା । ବିବାଦ ମୂଳରେ ରହିଥିଲା ଜଙ୍ଗଲ ଜମି । ଉଭୟ ଆନ୍ଧ୍ର ଓ ଓଡ଼ିଶା ଅଧିକାରୀଙ୍କ ଆଲୋଚନା ଏବଂ ଶାନ୍ତି କମିଟି ଗଠନ ପରେ ବିବାଦ ଥମିଥିଲା । କିନ୍ତୁ ସୋମବାର ଉକ୍ତ ବିବାଦର ପୁନରାବୃତ୍ତି ଘଟିଥିଲା । ଓଡ଼ିଶାର ସୁନାବେଡ଼ା, ନୂଆଗୁଡା ଓ ଜାମୁଗୁଡା ଗ୍ରାମବାସୀଙ୍କ ଅଭିଯାଗ ଅନୁଯାୟୀ ଗତକାଲି ସୁନାବେଡ଼ା ଗାଁର ଗେମେଲ ଭଜାନା ନିଜ ଗାଁରେ ଥିବା ଜଙ୍ଗଲ ଜମିକୁ ଚାଷ କରିବାକୁ ଯାଇଥିଲେ । ସେଠାରେ ତାଙ୍କୁ ଆନ୍ଧ୍ର ଡେକାପାରୁ ଗାଁର କିଛି ଗ୍ରାମବାସୀ କାମ ବନ୍ଦ କରିବା ପାଇଁ କହିଥିଲେ । ଏହାପରେ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ବହୁ ସମୟ ଧରି କଥା କଟାକଟି ହୋଇଥିଲା ଓ ପରେ ଉଭୟ ଗୋÂୀ ମଧ୍ୟରେ ହାତାହାତି ହୋଇଥିଲା । ଗେମେଲ ଭଜାନାଙ୍କୁ ଆନ୍ଧ୍ରର ଡେକାପାର ଗ୍ରାମବାସୀ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ । ଏକ ଧାରୁଆ ଅସ୍ତ୍ରରେ ତାଙ୍କ ହାତପାପୁଲିରେ ଚୋଟ ମରାଯାଇଥିଲା । ଗ୍ରାମବାସୀ ତୁରନ୍ତ ତାଙ୍କୁ ସେଠାରୁ ଉଦ୍ଧାର କରି ପ୍ରଥମେ ପୁକାଲି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ପଟ୍ଟାଙ୍ଗି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।
ଏନେଇ ପଟ୍ଟାଙ୍ଗି ଥାନାରେ ସୁନାବେଡା ଗ୍ରାମବାସୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିବା ଗାଁର ସୁବେ ଗୁଣ୍ଠା, ମୁସୁରୀ ତାଉଡୁ, ଶୁଙ୍କରୁ ସିନେସରାଓ, ସୀନାୟ ହନ୍ତାଳ ପ୍ରମୁଖ କହିଛନ୍ତି । ପଟ୍ଟାଙ୍ଗି ତହସିଲଦାର, ବିଡିଓଙ୍କୁ ମଧ୍ୟ ଏସମ୍ପର୍କରେ ଅବଗତ କରାଯାଇଛି । ତୁରନ୍ତ ସ୍ଥାୟୀ ସମାଧାନ କରିବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons