ଉକ୍ରଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଛାତ୍ରଛାତ୍ରୀ ହେଉଛନ୍ତି ଦେଶର ଭବିଷ୍ୟତ । ଆଉ ଶିକ୍ଷକ ହେଉଛନ୍ତି ଏହି ଭବିଷ୍ୟତଙ୍କ ନିର୍ମାତା ଓ ରାଷ୍ଟ୍ର ନିର୍ମାଣର ସାରଥୀ । ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନଟ କରନ୍ତୁ । ନିଜର ଜ୍ଞାନ, ବ୍ୟକ୍ତିତ୍ୱ, ତ୍ୟାଗ ଓ ଉତ୍ସର୍ଗୀକୃତ ମନୋଭାବ ଦେଇ ଆଗାମୀ ଭବିଷ୍ୟତଙ୍କୁ ଉତ୍ତମ ନାଗରିକ ଭାବେ ଗଢ଼ନ୍ତୁ । ଏହାସହ ସମାଜ ପ୍ରତି ଥିବା ନିଜର କର୍ତ୍ତବ୍ୟକୁ ପାଳନ କରନ୍ତୁ ବୋଲି ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଡ. ବିଦୁ୍ୟତ ରଞ୍ଜନ ଷଡ଼ଙ୍ଗୀ କହିଛନ୍ତି ।
ଉକ୍ରଳ ବିଶ୍ୱବିଦ୍ୟାଳୟର ୫୧ତମ ସମାବର୍ତ୍ତନ ଉତ୍ସବ ତଥା ଉପାଧି ପ୍ରଦାନ ସମାବେଶ ଶନିବାର ବାଣୀବିହାର ଏମ୍କେସିଜି ଅଡିଟୋରିୟମ୍ରେ ଅନୁÂିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜଷ୍ଟିସ୍ ଡ. ଷଡ଼ଙ୍ଗୀ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ କହିଲେ, ଉ+ଳ ବିଶ୍ୱବିଦ୍ୟାଳୟ ହେଉଛି ଅନ୍ୟମାନଙ୍କ ପାଇଁ ମାର୍ଗଦର୍ଶକ । ଶିକ୍ଷା ସହ ମୂଲ୍ୟବୋଧ ମିଶିଲେ ଏଥିରେ ଉ+ର୍ଷତା ଆସିପାରିବ । ବିଶ୍ୱବିଦ୍ୟାଳୟରେ ଉଚ୍ଚ ମାନର ଶିକ୍ଷା ଗ୍ରହଣ ପାଇଁ ସବୁ ବିଭାଗରେ ସ୍ମାର୍ଟ କ୍ଲାସରୁମ୍ ବ୍ୟବସ୍ଥା କରିବାକୁ ସରକାର ପାଣ୍ଠି ଯୋଗାଇଦେବେ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ ।
ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଅତିଥିଙ୍କୁ ସ୍ୱାଗତ କରି କହିଥିଲେ, ବିଶ୍ୱବିଦ୍ୟାଳୟର ଶୈକ୍ଷିକ ପରିବେଶ, ଶୃଙ୍ଖଳା, ଗବେଷଣା ଓ ଗୁଣାତ୍ମକ ଶିକ୍ଷାପ୍ରଦାନ କରାଯାଉଥିବା ହେତୁ ଆଜି ବିଶ୍ୱରେ ଉକ୍ରଳ ବିଶ୍ୱବିଦ୍ୟାଳୟ ପ୍ରଂଶସିତ ହୋଇଛି । ଏହି ମାତୃ ବିଶ୍ୱବିଦ୍ୟାଳୟ ଓଡ଼ିଶାର ଅନ୍ୟ ବିଶ୍ୱବିଦ୍ୟାଳୟ ପାଇଁ ପ୍ରେରଣା ଓ ଆଦର୍ଶ ବୋଲି ସେ କହିଥିଲେ ।
ଉତ୍ସବରେ ବିଭିନ୍ନ ବିଷୟରେ ସର୍ବୋଚ୍ଚ ନମ୍ବର ରଖି ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୯୮ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ଏବଂ ୧୮୯ ଛାତ୍ରଛାତ୍ରୀଙ୍କୁ ପିଏଚ୍ଡି ଡିଗ୍ରୀ ଉପାଧି ପ୍ରଦାନ କରାଯାଇଥିଲା । କୁଳସଚିବ ଡ. ଅଭୟ କୁମାର ନାୟକ ଧନ୍ୟବାଦ ଦେଇଥିଲେ । ଉତ୍ସବରେ ସିଣ୍ଡିକେଟ୍ ସଦସ୍ୟଙ୍କ ସମେତ ଶିକ୍ଷକ, ଗବେଷକ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଯୋଗ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons