ଉଚ୍ଚ ଶିକ୍ଷାନୁÂାନରେ ଖରା ଛୁଟି କମିଲା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସ୍କୁଲ ଭଳି କଲେଜରେ ଖରା ଛୁଟି କମ୍ କରାଯାଇଛି । ପ୍ରଚଣ୍ଡ ତାପରେ ଛାତ୍ରଛାତ୍ରୀ କଲେଜ ଯିବେ । ଖରାରେ ଅସହ୍ୟ ଗରମରେ ବସି କ୍ଲାସ୍ କରିବେ । ମେ ମାସ ଯାକ ପୂରା କଲେଜ ଖୋଲା ରହିବ । ଛାତ୍ରଛାତ୍ରୀଙ୍କୁ କେବଳ ଜୁନ୍ ୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି ମିଳିବ । ଏନେଇ ଆଜି ଘୋଷଣା କରିଛି ଉଚ୍ଚଶିକ୍ଷା ବିଭାଗ । ବିଭାଗ ପକ୍ଷରୁ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତି, ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜ ଏବଂ ସମସ୍ତ ସରକାରୀ ଶିକ୍ଷକ ଶିକ୍ଷା ପ୍ରତିÂାନର ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି ।
କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଶିକ୍ଷା ବାଧାପ୍ରାପ୍ତ ହୋଇଥିବାରୁ ପିଲାମାନେ ପଛରେ ପଡ଼ିଛନ୍ତି । ପ୍ରତିବର୍ଷ ଦେଢ଼ ମାସ ଖରାଛୁଟି ଦିଆଯାଉଥିବାବେଳେ ଏଥରକ ମାତ୍ର ୧୭ ଦିନ ଉଚ୍ଚଶିକ୍ଷାନୁÂାନ ଛାତ୍ରଛାତ୍ରୀଙ୍କୁ ଛୁଟି ଦିଆଯାଇଛି । ଖରାଛୁଟିକୁ କମ୍ କରାଯାଇ ସେହି ସମୟ ଭିତରେ ସମସ୍ତ ପାଠ୍ୟକ୍ରମ ଶେଷ କରିବାକୁ ନିଦେ୍ର୍ଧଶ ଦେଇଛି ବିଭାଗ । ଆସନ୍ତା ମେ ମାସ ଶେଷ ସୁଦ୍ଧା ସବୁ ପିଲାଙ୍କ ପାଠ୍ୟକ୍ରମ ଶେଷ ହେବ । ଆବଶ୍ୟକ ପଡ଼ିଲେ ଛୁଟିଦିନରେ ବି କ୍ଲାସ୍ ହେବ । ଏହା ସହ ଅନ୍ୟ ଦିନରେ ଅତିରିକ୍ତ କ୍ଲାସ କରିବାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ନିଦେ୍ର୍ଧଶ ଦେଇଛନ୍ତି । ଅଧ୍ୟାପକମାନଙ୍କୁ ଅତିରିକ୍ତ କ୍ଲାସ ପାଇଁ ପାରିତୋଷିକ ଦିଆଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons