ଏମଆର-ସାମ୍ କ୍ଷେପଣାସ୍ତ୍ରର ପରୀକ୍ଷଣ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ): ବାଲେଶ୍ୱରର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ରବିବାର ମିଡିୟମ ରେଞ୍ଜ ସର୍ଫେସ୍ ଟୁ ଏୟାର ମିସାଇଲ୍ (ଏମଆର-ସାମ୍)ର ସଫଳ ପରୀକ୍ଷଣ ହୋଇଛି । ଆଇଟିଆର ୩ ନଂ ଲଞ୍ଚ ପ୍ୟାଡ୍ରୁ ସକାଳ ୧୦ଟା ୩୪ରେ ଏହି ପରୀକ୍ଷଣ କରାଯାଇଥିଲା ।
ଚାନ୍ଦିପୁର ଆଇଟିଆରରୁ ପୂର୍ବରୁ ଅନେକ ଥର ଏମଆର-ସାମ୍ର ସଫଳ ପରୀକ୍ଷଣ କରାଯାଇଛି । ତେବେ ଏଥର କ୍ଷେପଣାସ୍ତ୍ରର ବିକଶିତ ସଂସ୍କରଣର ପରୀକ୍ଷଣ ହୋଇଥିଲା । ଲକ୍ଷ୍ୟଭେଦ କ୍ଷମତା, ଦିଗ, ବେଗକୁ ନେଇ ବିକଶିତ କରାଯାଇଥିଲା । ବିଶେଷତଃ ପ୍ରତ୍ୟେକ ଏମଆରଏସଏମ ୟୁନିଟ୍ରେ ଗୋଟିଏ କମାଣ୍ଡ ଏବଂ କଣ୍ଟେ୍ରାଲ ସିଷ୍ଟମ, ମଲ୍ଟି ଫଙ୍କସନାଲ ସିସିଟିଭି ଟ୍ରାକିଂ ରାଡାର, ଧମକ ଆଲର୍ଟ ରାଡାର, ମୋବାଇଲ ଲଞ୍ଚର, ଯୁଦ୍ଧ ପରିଚାଳନା ବ୍ୟବସ୍ଥା, ମୋବାଇଲ ପାୱାର ଏବଂ ରାଡାର ପାୱାର ସିଷ୍ଟମ ରହିଛି । ଜେଟ୍, ସବସୋନିକ୍ ଏବଂ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର, ଆଣ୍ଟି-ଟ୍ୟାଙ୍କ୍ ସିଷ୍ଟମ୍ ଏବଂ ରକେଟ୍ ଭଳି ବାୟୁମଣ୍ଡଳୀୟ ବିପଦକୁ ନିରପେକ୍ଷ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ସହ ପରବର୍ତ୍ତୀ ପିଢ଼ିର ଅସ୍ତ୍ର ପ୍ରଣାଳୀକୁ ବିକଶିତ କରାଯାଇଛି ।
ପୂର୍ବରୁ ଏହି କ୍ଷେପଣାସ୍ତ୍ର ଇସ୍ରାଏଲର ମିଳିତ ଉଦ୍ୟମରେ ପ୍ରସ୍ତୁତ କରାଯାଇଥିବାବେଳେ ଏଥର କିନ୍ତୁ ଏହି କ୍ଷେପଣାସ୍ତ୍ରରେ ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର କରାଯାଇଛି । ବିଶେଷ କରି କ୍ଷେପଣାସ୍ତ୍ରରେ ବ୍ୟବହୃତ ଇଞ୍ଜିନ୍ ସମେତ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ବହୁ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ଏଥିରେ ବ୍ୟବହାର କରାଯାଇଥିଲା । ଏହି କ୍ଷେପଣାସ୍ତ୍ର ଏକ ‘ସିଧାସଳଖ ହିଟ୍’ ହାସଲ କରିବା ପାଇଁ ଏକ ମାନବ ବିହୀନ ବିମାନ ଯାନକୁ ବାଧା ଦେଇଥିଲା ।
ଜନୈକ ପ୍ରତିରକ୍ଷା ଅଧିକାରୀ କହିବା ଅନୁଯାୟୀ³ ଏମଆରଏସଏମ-ଆର୍ମି ସିଷ୍ଟମ ଏକ ହାଇ ସ୍ପିଡ୍ ଏରିଆଲ ଟାର୍ଗେଟ୍କୁ ନଷ୍ଟ କରିଦେଇଛି । ଯାହା ଏକ ଦୂରଦୂରାନ୍ତରେ ଆକ୍ରମଣକାରୀ ଯୁଦ୍ଧ ବିମାନର ଅନୁକରଣ କରିଥାଏ । ଏହାର ଉଚ୍ଚ ସଠିକତା ଦର୍ଶାଇ କ୍ଷେପଣାସ୍ତ୍ର ସିଧାସଳଖ ଟାର୍ଗେଟକୁ ଧକ୍କା ଦେଇଛି ବୋଲି ସେ କହିଛନ୍ତି । ସେନା ଅଧିକାରୀଙ୍କ ଉପସ୍ଥିତିରେ ଏହି ପରୀକ୍ଷା କରାଯାଇଥିଲା । କ୍ଷେପଣାସ୍ତ୍ରଟି ସମସ୍ତ ବିଭାଗର ମିଶନକୁ ସଫଳତାର ସହିତ ପୂରଣ କରିଥିଲା ବୋଲି ସେ କହିଥିଲେ ।
ପ୍ରାୟ ୧୦୦ କି.ମି ଲକ୍ଷ୍ୟ ଭେଦ କ୍ଷମତା ରଖିଥିବା ଏହି କ୍ଷେକ୍ଷପଣାସ୍ତ୍ରର ଓଜନ ୨୭୫ କି.ଗ୍ରା, ଲମ୍ବ ସାଢେ ୪ ମିଟର ରହିଛି । ଏଥିରେ ୬୦ କି.ଗ୍ରା ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ । ଉତ୍କ୍ଷେପଣ ପରେ ମିସାଇଲକୁ କଣ୍ଟେ୍ରାଲ ରୁମ୍ ତଥ୍ୟ ପ୍ରେରଣ କରାଯିବା ସହିତ ମିସାଇଲ ମାଧ୍ୟମରେ ଲକ୍ଷ୍ୟ ସ୍ଥଳର ଫଟୋ, ଭିଡିଓ ମଧ୍ୟ କଣ୍ଟେ୍ରାଲ ରୁମ୍ରେ ସଂଗ୍ରହ କରାଯାଇପାରିବ । ସ୍ଥଳ ଭାଗରୁ ଆକାଶକୁ ଲକ୍ଷ୍ୟଭେଦ କ୍ଷମତା ରଖିଥିବା ଏହି କ୍ଷେପଣାସ୍ତ୍ର ଯୁଦ୍ଧ ଜାହାଜ, ହେଲିକପ୍ଟର, ନୌଜାହାଜ, ବାଲାଷ୍ଟିକ୍ ମିସାଇଲକୁ ଟାର୍ଗେଟ୍ କରାଯାଇ ପାରିବ । ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବାଲେଶ୍ୱର ଡିଆରଡିଓର ସମସ୍ତ କର୍ମକର୍ତ୍ତା, ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି³ ଏହି ପରୀକ୍ଷଣ ଆଗାମୀ ଦିନରେ ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ପାଲଟିବ ।
ଏହି ପରୀକ୍ଷା ପାଇଁ ୩ ନଂ ଲଞ୍ଚ୍ ପ୍ୟାଡ୍ର ଅଢେ଼ଇ କିମି ପରିଧି ମଧ୍ୟରେ ଥିବା ତୁଣ୍ଡରା, କୁସୁମୁଳି, ଜୟଦେବକସବା ପାହି, ଖଡ଼ୁପାହି ଗାଁରୁ ପ୍ରାୟ ୭ ହଜାର ଲୋକଙ୍କୁ ସ୍ଥାନୀୟ ବାତ୍ୟା ଆଶ୍ରୟ ସ୍ଥଳ, ସ୍କୁଲ ଘରେ ଥିବା ଅସ୍ଥାୟୀ ଶିବିରରେ ରଖାଯାଇଥିଲା । ସେମାନଙ୍କୁ ପ୍ରତିରକ୍ଷା ବିଭାଗ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons