କଟକ ଆଇଟିଆଇରେ ଇଣ୍ଡିଆ ସ୍କିଲ୍ ଅଧିକାରୀ ଦଳ

Get real time updates directly on you device, subscribe now.

କଟକ,(ବି.ବି.ଆ.ପ୍ର): ଭାରତ ସରକାରଙ୍କ ଇଣ୍ଡିଆ ସ୍କିଲ୍ ଡେଭଲପ୍ମେଣ୍ଟ ସର୍ଭିସ (ଆଇଏସ୍ଡିଏସ୍)ର ୪୦ ଜଣିଆ ପ୍ରତିନିଧିଦଳ ଦେଶର ବିଭିନ୍ନ ସ୍ଥାନକୁ ଯାଇ କୌଶଳ ଶିକ୍ଷାକୁ ଅନୁଧ୍ୟାନ କରୁଛନ୍ତି । ଆଜି ଏହି ଟିମ୍ କଟକ ସ୍ଥିତ ଖପୁରିଆ ସରକାରୀ ଶିଳ୍ପ ତାଲିମ ଅନୁÂାନକୁ ପରିଦର୍ଶନରେ ଆସିଥିଲେ । ଜାତୀୟସ୍ତରୀୟ ଭାରତ ଦକ୍ଷତା ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଖପୁରିଆ ସରକାରୀ ଆଇଟିଆଇର ଛାତ୍ରମାନେ ସେମାନଙ୍କୁ ସ୍ୱାଗତ କରିଥିଲେ । ଏହି ଟିମ୍ ଅନୁÂାନରେ ଥିବା ସମସ୍ତ ଲ୍ୟାବ୍ ଏବଂ ସ୍କିଲ୍ ମୁ୍ୟଜିୟମ୍ ଦେଖି ପ୍ରଶଂସା କରିଥିଲେ ।
ରୋବୋଟିr ଲ୍ୟାବ୍, ଏଜ୍ଏଫ୍ଏr ଏବଂ ଷ୍ଟିମ ଟିଙ୍କରିଂ ଲ୍ୟାବ, ସ୍ନାଇଡର ଇଲେକ୍ଟ୍ରିକାଲ ଲ୍ୟାବ୍, ସିଏନ୍ସି ଲ୍ୟାବ୍, ହୋଣ୍ଡା ସ୍କିଲ ଏନହାନ୍ସମେଣ୍ଟ ସେଣ୍ଟର, ସିଲଭେରୀ ଏrଆର୍ ଲ୍ୟାବ୍, ମାରୁତି ସୁଜୁକି ଅଟୋମୋବାଇଲ ସ୍କିଲ ଏନହାନ୍ସମେଣ୍ଟ ସେଣ୍ଟର, ଆଇଜି ଡ୍ରୋନ୍ସ ଲ୍ୟାବ୍, ଜନ୍ବିନ୍ ୱିଇଲ କେୟାର ସେଣ୍ଟର, ଏନ୍ଡିଟି ତାଲିମ କେନ୍ଦ୍ର, ମ୍ୟାନ୍ ମେସିନ୍ କାର ସର୍ଭିଂସ ସେଣ୍ଟର, ହାସ୍ ଅଟୋମେସନ୍, ଥ୍ରିଡି ପ୍ରିଣ୍ଟିଂ, ଏବିପି ଏବଂ ଏବିଆର୍ ଲ୍ୟାବ୍, ଇ-ଶିକ୍ଷା କେନ୍ଦ୍ର, ମେକାଟ୍ରୋନିକ୍ସ ଲ୍ୟାବ୍, ମିଟୁଟୋୟା ଲ୍ୟାବ୍ ଏବଂ ମିସନ ବ୍ଲକ୍ ଆଦିରେ ଛାତ୍ରଛାତ୍ରୀ କେମିତି କାମ କରୁଛନ୍ତି ତାହା ଦେଖିଥିଲେ । ଏହି ଅନୁÂାନର ରୂପାନ୍ତରୀକରଣ, ଅତ୍ୟାଧୁନିକ ଜ୍ଞାନ କୌଶଳର ବ୍ୟବହାର ଏବଂ ବିଭିନ୍ନ ବୃହତ କମ୍ପାନୀଗୁଡିକ ଦ୍ୱାରା ସ୍ଥାପିତ ଉନ୍ନତ ଲ୍ୟାବ୍ ଦେଖି ଅଧ୍ୟକ୍ଷ ଡ. ହୃଷିକେଶ ମହାନ୍ତିଙ୍କୁ ପ୍ରଶଂସା କରିଥିଲେ । ଏହି ଅନୁÂାନ ଏହାର ସଫଳତାର ଧାଡିରେ ଆଉ ଗୋଟିଏ ନୂଆ ଅଧ୍ୟାୟ ଯୋଗ କରିଛି ବୋଲି ଅଧିକାରୀମାନେ କହିଥିଲେ । ଏହି ଅବସରରେ ଜାତୀୟସ୍ତରୀୟ ଭାରତ ଦକ୍ଷତା ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ସନ୍ତୋଷ ଓଝା, ସୁଶାନ୍ତ ମହାରଣା, ତାପସ ସାମଲ ଏବଂ ରାଜେଶ ରାଉଳ ଉପସ୍ଥିତ ଥିଲେ । ସେମାନେ ସେମାନଙ୍କ ସଫଳତା ବିଷୟରେ ଅଧିକାରୀମାନଙ୍କୁ କହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons