କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ କଲେ ୫ଟି ସଚିବ

Get real time updates directly on you device, subscribe now.

କଟକ,(ବି.ବି.ଆ.ପ୍ର.): ବଦଳିବ କଟକ ଚଣ୍ଡୀ ମନ୍ଦିର ରୂପ । ଅଙ୍କାଯିବ ବିକାଶର ନୂଆ ନକ୍ସା । ଯାହା କିଛି ସମସ୍ୟା ରହିଛି ସେ ସବୁର ତ୍ୱରିତ ସମାଧାନ କରାଯିବ । ମନ୍ଦିରର ପୁନରୁଦ୍ଧାର ସହିତ ଏହାକୁ ହେରିଟେଜ୍ ବା ଐତିହ୍ୟପୂର୍ଣ୍ଣ ରୂପ ଦେବାକୁ ପ୍ରକଳ୍ପ କାର୍ଯ୍ୟକାରୀ କରିବେ ରାଜ୍ୟ ସରକାର । ଏଥିପାଇଁ ଆଜି ଭୋରରୁ କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ କରିବା ସହିତ ସ୍ଥିତି ଅନୁଧ୍ୟାନ କରିଛନ୍ତି ୫ଟି ସଚିବ ଭି.କେ.ପାଣ୍ଡିଆନ୍ । ୭ଦିନ ଭିତରେ ମନ୍ଦିରରେ ଥିବା ବିଭିନ୍ନ ସମସ୍ୟାର ଶୁଣାଣି କରିବାକୁ ଜିଲ୍ଲାପାଳଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ପରେ ମନ୍ଦିର ବିକାଶ ସମ୍ବନ୍ଧୀୟ ପ୍ରକଳ୍ପର ନକ୍ସା ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଇବାକୁ କୁହାଯାଇଛି ।
ଆଜି ଭୋର ପ୍ରାୟ ସାଢେ଼ ପାଞ୍ଚଟା ସମୟରେ ସଚିବ ଶ୍ରୀ ପାଣ୍ଡିଆନ୍ କଟକ ଚଣ୍ଡୀ ମନ୍ଦିରରେ ପହଞ୍ଚିଥିଲେ । ଏହି ଅବସରରେ କେନ୍ଦ୍ରାଞ୍ଚଳ ଆର୍ଡିସି ଡ.ସୁରେଶ ଚନ୍ଦ୍ର ଦଳାଇ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ)ର ଅଧ୍ୟକ୍ଷ ଅନିଲ କୁମାର ସାମଲ, ସିଏମ୍ସି କମିସନର ଅନନ୍ୟା ଦାସ, ଡିସିପି ପ୍ରତୀକ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକର୍ତ୍ତାମାନେ ସଚିବ ଶ୍ରୀ ପାଣ୍ଡିଆନ୍ଙ୍କୁ ମନ୍ଦିର ବୁଲାଇ ସେଠାକାର ସମସ୍ୟା ବିଷୟରେ ଅବଗତ କରାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons