କମ୍ପିଲା ନବୀନ ନିବାସ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବିଜେଡି ଜିନ୍ଦାବାଦ । ନବୀନ ପଟ୍ଟନାୟକ ଜିନ୍ଦାବାଦ । ଆୱାର୍ ସିଏମ୍ ଆୱାର୍ ହିରୋ । ପୌର ନିର୍ବାଚନରେ ବିଜେଡି ଅଭୂତପୂର୍ବ ସଫଳତା ପାଇବା ପରେ ଶନିବାର ଏଭଳି କମ୍ପିଥିଲା ନବୀନ ନିବାସ ।
ପୌର ଫଳ ଘୋଷଣା ପରେ ଦଳୀୟ କର୍ମୀମାନେ ନବୀନ ନିବାସରେ ଆସି ପହଞ୍ଚିଥିଲେ । ନବୀନ ନିବାସ ଓ ଏହାର ସାମ୍ନା ରାସ୍ତା ପାଲଟିଥିଲା ଜନ ସମୁଦ୍ର । ଦଳୀୟ କର୍ମୀମାନେ ବେଶ ଉତ୍ସାହିତ ହୋଇ ପଡ଼ିଥିଲେ । ପଞ୍ଚାୟତ ପରେ ପୁଣି ପୌର ନିର୍ବାଚନରେ ବିଜେଡିକୁ ଏଭଳି ଅଭୂତପୂର୍ବ ସଫଳତା ମିଳିଥିବାରୁ ଦଳୀୟ କର୍ମୀମାନେ ଖୁସି ମନାଇଥିଲେ । ଏତେ ସଂଖ୍ୟକ ଦଳୀୟ କର୍ମୀଙ୍କୁ ଦେଖି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହାରକୁ ଆସି ଅଭିନନ୍ଦନ ଜଣାଇଥିଲେ ।
ମୁଖ୍ୟମନ୍ତ୍ରୀ ବିଜୟ ସଙ୍କେତ ବା ଭିକ୍ଟରି ସିମ୍ବଲ ଦେଖାଇବା ସହିତ ହାତ ହଲାଇଥିଲେ । ବହୁ କର୍ମୀଙ୍କର ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଦଳକୁ ବ୍ୟାପକ ସଫଳତା ମିଳୁଥିବା କହିଥିଲେ । ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡିକୁ ଢେ଼ର୍ ସଫଳତା ମିଳିଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ । ବିଜେଡି ପୂର୍ବ ଭଳି ରାଜ୍ୟରେ ତା’ର ଜନକଲ୍ୟାଣ କାର୍ଯ୍ୟଗୁଡିକ ଜାରି ରଖିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।
ଏହି ଅବସରରେ ଭୁବନେଶ୍ୱର ମହାନଗର ନିଗମର ନବନିର୍ବାଚିତ ମେୟର ସୁଲୋଚନା ଦାସ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ, ପ୍ରଣବ ବଳବନ୍ତରାୟ, ମହିଳା ବିଜେଡି ସଭାପତି ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons