କଳାଭୂମିରେ ଶ୍ରୀଜଗନ୍ନାଥ ସଂସ୍କୃତି ଗ୍ୟାଲେରୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶାର ଏକମାତ୍ର ହସ୍ତଶିଳ୍ପ ସଂଗ୍ରହାଳୟ ‘କଳାଭୂମି’ରେ ବହୁ ପ୍ରତୀକ୍ଷିତ ଶ୍ରୀଜଗନ୍ନାଥ ସଂସ୍କୃତି ଗ୍ୟାଲେରୀ ଶୁକ୍ରବାର ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି ।
ଓଡ଼ିଶାର ବିଭିନ୍ନ ହସ୍ତତନ୍ତ ଓ ହସ୍ତଶିଳ୍ପ ଯାହା ଶ୍ରୀଜଗନ୍ନାଥ ସଂସ୍କୃତି ସହ ଓତଃପ୍ରୋତ ଭାବେ ଜଡ଼ିତ ଏହି ଶ୍ରୀଜଗନ୍ନାଥ ସଂସ୍କୃତି ଗ୍ୟାଲେରୀରେ ପ୍ରଦର୍ଶିତ ହୋଇଛି । ପଟ୍ଟଚିତ୍ର, କତା, ପିପିଲି ଚାନ୍ଦୁଆ, ଟେରାକୋଟା, ସୋଲାପୀଠ, ପିତ୍ତଳ ସାମଗ୍ରୀ ବିଭିନ୍ନ ପ୍ରକାରର ଧାତୁରେ ନିର୍ମିତ ହସ୍ତଶିଳ୍ପର ଅନନ୍ୟ କାରୁକାର୍ଯ୍ୟ ଗ୍ୟାଲେରୀରେ ସ୍ଥାନିତ ହୋଇଛି । ନୂତନ ଗ୍ୟାଲେରୀରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ୬ଟି ପ୍ରଧାନ ବେଶ ପ୍ରଦର୍ଶିତ ହୋଇଛି । ଏହି ଗ୍ୟାଲେରୀରେ ଜଗନ୍ନାଥଙ୍କର ଦୁର୍ଲ୍ଲଭ ରଘୁନାଥ ବେଶ ସ୍ଥାନିତ ହୋଇଛି । ଯାହା କଳାଭୂମିର ଅନ୍ୟତମ ମୁଖ୍ୟ ଆକର୍ଷଣ ।
୧୯୦୫ରେ ଶେଷ ଥର ପାଇଁ ଶ୍ରୀଜଗନ୍ନାଥଙ୍କର ରଘୁନାଥ ବେଶ କରାଯାଇଥିଲା । ଏତଦ୍ବ୍ୟତୀତ ଦୁଇଟି ପୁରାତନ ନୃତ୍ୟ ଶୈଳୀ ଓ ନୈପୁଣ୍ୟ ‘ମାହାରୀ’ ଓ ‘ଗୋଟିପୁଅ’ ଏହି ଗ୍ୟାଲେରୀରେ ସ୍ଥାନିତ ହୋଇ ଅନ୍ୟତମ ମୁଖ୍ୟ ଆକର୍ଷଣ ହୋଇଛି । ମନ୍ଦିର ଅଗଣାରେ ବଡ଼ ପଟ୍ଟଚିତ୍ର କଳା, ଅରୁଣ ସ୍ତମ୍ଭ ଓ ମେଘନାଦ ପାଚେରୀ ଆଦି ଦର୍ଶକଙ୍କମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ । ଏହି ଗ୍ୟାଲେରୀ ବିଶ୍ୱର ପ୍ରତ୍ୟେକ ଶ୍ରୀଜଗନ୍ନାଥପ୍ରେମୀଙ୍କ ପାଇଁ ଏକ ଉପହାର । ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଜ୍ଞାନ ଆହରଣ କରିବାକୁ ଇଚ୍ଛୁକ ବ୍ୟକ୍ତିବିଶେଷ ଏହି ଗ୍ୟାଲେରୀ ମାଧ୍ୟମରେ ବହୁ ତଥ୍ୟ ଜାଣିପାରିବେ । ଗ୍ୟାଲେରୀର କାନ୍ଥରେ ଆନୁÂାନିକ ରଥ ନିର୍ମାଣର ଅନୁପମ ଫଟୋଚିତ୍ର, ରଥଯାତ୍ରା ଓ ନବକଳେବରର ନିଖୁଣ ଛବି ପ୍ରଦର୍ଶିତ ହୋଇଛି ।
ଆଜିର କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଭାଗୀୟ ମନ୍ତ୍ରୀ ପଦ୍ମିନୀ ଦିଆନ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର୍. ବାଲ୍କ୍ରିଷ୍ଣନ୍, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍ ଏବଂ ବିଭାଗୀୟ ଶାସନ ସଚିବ ଶୁଭା ଶର୍ମା ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons