କାର୍ ଧକ୍କାରେ ୩ ଛାତ୍ର ଗୁରୁତର

Get real time updates directly on you device, subscribe now.

ଲମତାପୁଟ,(ବି.ବି.ନୁ୍ୟଜ): ଜୟପୁରରୁ ପରୀକ୍ଷା ଦେଇ ଏକ ବାଇକରେ ଘରକୁ ଫେରୁଥିବା ବେଳେ ଲମାତାପୁଟ ଥାନା କାଞ୍ଚଣା ଗାଁ ନିକଟରେ ଏକ କାର୍ ଧକ୍କାରେ ୩ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ନନ୍ଦପୁର ବ୍ଲକ ଜବାଗଡ ଗାଁର ରବି ଆସନ୍ଦାରାୟ, ରଘୁରାମ ଆସନ୍ଦାରାୟ ଏବଂ ତାଟୁପୁଟ ଗାଁର ଗୋବିନ୍ଦ ବଡନାୟକ । ସ୍ଥାନୀୟ ଲୋକେ ଛାତ୍ରମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ସଂକଟାପନ୍ନ ଥିବାରୁ ପ୍ରାଥମିକ ଚିିକିତ୍ସା ପରେ ଆହତଙ୍କୁ କୋରାପୁଟ ସହିଦ ମେଡିକାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତର କହିଛନ୍ତି । ଘଟଣାରୁ ପ୍ରକାଶ ଯେ, ଆହତ ଛାତ୍ରମାନେ ପରୀକ୍ଷା ଦେବା ପାଇଁ ଏକ ବାଇକରେ ଜୟପୁର ଯାଇ ନିଜ ଘରକୁ ଫେରୁଥିଲେ । ସେହିସମୟରେ ଏକ କାର(ସିଜି ୦୪ଏଲଏସ ୫୭୪୫)କାଞ୍ଚଣା ଗାଁ ନିକଟରେ ବାଇକ୍କୁ ଧକ୍କାଦେଇଥିଲା । ଫଳରେ ଛାତ୍ରମାନେ ରାସ୍ତାପାଶ୍ୱର୍କୁ ଛିଟକି ପଡି ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିଲେ । ସ୍ଥାନୀୟ ଅଞ୍ଚଳର ସ୍ୱେଚ୍ଛାସେବୀ ମୁକୁନ୍ଦ ପଡ଼ାଲ ଛାତ୍ରମାନଙ୍କୁ ଉଦ୍ଧାରକରି ତାଙ୍କ କାରରେ ସ୍ଥାନୀୟ ଘରେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଧକ୍କାଦେଇ ଚାଲିଯାଇଥିବା କାର୍ ସମ୍ପର୍କରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ଲମତାପୁଟ ଫାଣ୍ଡି ଅଧିକାରୀ ଚିତ୍ତରଞ୍ଜନ ପ୍ରଧାନୀ ମୁଖ୍ୟବଜାରରେ କାରକୁ ଅଟକାଇବାରେ ସଫଳ ହୋଇଥିଲେ । ଗାଡ଼ି ଚାଳକକୁ ଥାନାରେ ଅଟକ ରଖାଯିବା ସହ ତନନ୍ତ ଚାଲିଥିବା ଶ୍ରୀ ପ୍ରଧାନୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons