କୂଅ ଭିତରକୁ ଗଳିପଡ଼ିଥିଲେ ବୃଦ୍ଧ, ଉଦ୍ଧାର କଲେ ଅଗ୍ନିଶମବାହିନୀ

Get real time updates directly on you device, subscribe now.

ମୟୂରଭଞ୍ଜ : ୩୦ ଫୁଟ ଗଭୀର କୂଅ ଭିତରକୁ ଗଳିପଡ଼ିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲା ଅଗ୍ନିଶମବାହିନୀ। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଳକ ଅଧୀନ ଝାଟିଅଡା ଗ୍ରାମ ପଞ୍ଚାୟତର ଝାଟିଅଡା ଗ୍ରାମରେ ଏଭଳି ଘଟଣା ଘଟିଛି। ଗାଁର ଜଗବନ୍ଧୁ ଲେଙ୍କା(୫୨) ଏକ ପରିତ୍ୟକ୍ତ କୂଅ ଭିତରକୁ ସଫା କରିବା ପାଇଁ ଓହ୍ଲାଇ ଥିବା ବେଳେ ହଠାତ୍ ଗୋଡ ଖସି କୂଅ ଭିତରକୁ ଗଳିପଡ଼ିଥିଲେ।
ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ରାସଗୋବିନ୍ଦପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଜଗବନ୍ଧୁଙ୍କୁ ଉଦ୍ଧାର କରିଛି। ତେବେ ୩୦ ଫୁଟ ଗଭୀର କୂଅରେ ଅମ୍ଳଜାନ ଅଭାବରୁ ଅଣନିଶ୍ଵାସୀ ହୋଇ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ରାସଗୋବିନ୍ଦପୁର ଡାକ୍ତରଖାନାରେ ଚିକିତ୍ସା କରାଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons