କେନାଲ ଅଛି, ପାଣି ନାହିଁ:ଶୁଖିଲା ପଡ଼ିଛି ଜମ

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ଶୁଖିଲା ପଡିଛି କେନାଲର ଆଖପାଖ ଜମି । କେନାଲରେ ପାଣି ନଥିବାରୁ ଜଳସେଚନ ସୁବିଧା ହୋଇପାରୁନି । ମରାମତି ନାଁରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ ଏହା ଚାଷୀର କାମରେ ଲାଗୁନି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କୁନ୍ତରଖାଲ, ନିଳାଗୁଡା, ସାନଉଜେଇ, ରତାଖଣ୍ଡି ଗାଁର ଚାଷୀମାନେ ।
ଚାଷୀମାନେ କହିଛନ୍ତି, ଜଳସେଚନ ବିଭାଗ ପକ୍ଷରୁ ଦୀର୍ଘବର୍ଷ ତଳେ କେନାଲ ନିର୍ମାଣ କରାଯାଇଥିଲା । ଏହାର ରକ୍ଷଣାବେକ୍ଷଣ ଅଭାବରୁ ଆସ୍ତେ ଆସ୍ତେ ଏହା ପୋତି ହୋଇଗଲାଣି । ୧୦ ବର୍ଷ ହେଲା କେନାଲରେ ପାଣି ଆସିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । କେନାଲରେ ପାଣି ଯୋଗାଣ ନହେଲେ ମଧ୍ୟ ଜଳକର ଦିଆଯାଉଛି । କେନାଲ ମରାମତି ଲାଗି ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ କେହି ଶୁଣୁନାହାନ୍ତି । ଧର୍ମକୁ ଆଖିଠାର ଭଳି ନାଁକୁ ମାତ୍ର କେନାଲରୁ ମାଟି ଉଠାଯାଉଛି । ଏହା ପରେ ମଧ୍ୟ ପାଣି ଆସୁନି । ଏପଟେ ପାଣି ନଥିବାରୁ ରବିଫସଲ କରାଯାଇପାରୁନି । ପ୍ରଶାସନ ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ସତ୍ୟ ପଣ୍ଡା କହିଛନ୍ତି, ଗତବର୍ଷ ପାଣି ଯୋଗାଇ ଦିଆଯାଇଥିଲା । ହେଲେ କେହି ଚାଷ କଲେନି । ଏବେ ପୋତି ହୋଇଯାଇଥିବ । ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ପାଣି ପଞ୍ଚାୟତକୁ ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons