କେନ୍ଦୁଝର ଜିଲ୍ଲାପାଳଙ୍କ ନାଁରେ ଗିରଫ ପରୱାନା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ନାଁରେ ମଙ୍ଗଳବାର ଗିରଫ ପରୱାନା ଜାରି ହୋଇଛି । ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ନିଜ ସାମ୍ୱିଧାନିକ କ୍ଷମତା ପ୍ରୟୋଗ କରି ଜିଲ୍ଲାପାଳ ଶ୍ରୀ ଠାକରେଙ୍କୁ ଗିରଫ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ତାଙ୍କୁ ଗିରଫ କରି ନୂଆଦିଲ୍ଲୀସ୍ଥିତ କମିଶନଙ୍କ କାର୍ଯ୍ୟାଳୟରେ ହାଜର କରାଇବା ପାଇଁ ରାଜ୍ୟ ପୁଲିସ ମହାନିଦେ୍ର୍ଧଶକ ସୁନୀଲ କୁମାର ବନସଲ୍ଙ୍କୁ ନିଦେ୍ର୍ଧଶ ଦିଆଯାଇଛି ।
କେନ୍ଦୁଝର ଜିଲ୍ଲାର ଆଦିବାସୀମାନେ ବିଭିନ୍ନ ସମସ୍ୟା (ବ୍ୟକ୍ତିଗତ/ସାମୁହିକ) ନେଇ ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ କ୍ଷେତ୍ରୀୟ ଓ କେନ୍ଦ୍ରୀୟ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ସେମାନଙ୍କ ଆବେଦନ ଶୁଣାଣି ପାଇଁ ଗତ ଏକ ବର୍ଷ ଧରି କେନ୍ଦୁଝର ଜିଲ୍ଲାପାଳଙ୍କୁ କମିଶନଙ୍କ ନିକଟରେ ଉପସ୍ଥିତ ହୋଇ ଶୁଣାଣିରେ ଭାଗ ନେବାପାଇଁ ନୋଟିସ୍ ଓ ସମନ୍ ଜାରି କରାଯାଇଥିଲା । ତେବେ କମିଶନଙ୍କ ନିଦେ୍ର୍ଧଶ ପ୍ରତି ଅବହେଳା କରିବା ଅପରାଧରେ, ତାଙ୍କୁ ମିଳିଥିବା ସାମ୍ୱିଧାନିକ ଦାୟିତ୍ୱ ଏବଂ ଅଧିକାରକୁ ପ୍ରୟୋଗ କରି କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ଠାକରେଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି । ଶ୍ରୀ ଠାକରେଙ୍କୁ ୧୩ ତାରିଖ ଦିନ ୧୧ଟା ସମୟରେ କିମ୍ବା ତା’ ପୂର୍ବରୁ କମିଶନଙ୍କ ଆଗରେ ଉପସ୍ଥିତ କରାଇବା ପାଇଁ ଓଡ଼ିଶା ପୁଲିସ ମହାନିଦେ୍ର୍ଧଶକ ଶ୍ରୀ ବନସଲ୍ଙ୍କୁ ନିଦେ୍ର୍ଧଶ ପ୍ରଦାନ କରାଯାଇଛି ।
ତେବେ ରିପୋର୍ଟ ଅନୁଯାୟୀ, ୮ ଥର ଡକାଯିବା ସତ୍ତେ୍ୱ କେନ୍ଦୁଝର ଜିଲ୍ଲାପାଳ କମିଶନଙ୍କ ନିକଟରେ ହାଜର ହୋଇନଥିଲେ । ଆସନ୍ତା ୧୩ ତାରିଖ ସକାଳ ୧୧ ଟା ସୁଦ୍ଧା ଏ ବାବଦରେ ପଦକ୍ଷେପ ନିଆଯିବା ବିଷୟରେ ଡିଜିପିଙ୍କୁ ମଧ୍ୟ ଜଣାଇବାକୁ କମିଶନ୍ କହିଛନ୍ତି । ଏପ୍ରିଲ୍ ୪ ତାରିଖରେ କମିଶନଙ୍କ ଆଗରେ ହାଜର ହେବା ପାଇଁ ଗତ ମାର୍ଚ୍ଚ ୨୩ରେ ଜିଲ୍ଲାପାଳଙ୍କୁ ଏକ ସମନ୍ ଜାରି କରାଯାଇଥିଲା । କିନ୍ତୁ ସେ ହାଜର ହୋଇନଥିଲେ । ତେଣୁ କମିଶନଙ୍କୁ ପ୍ରଦାନ କରାଯାଇଥିବା କ୍ଷମତା ଅନୁସାରେ ଭାରତୀୟ ସମ୍ବିଧାନ ଧାରା ୩୩୮(କ)ର ଉପଧାରା (୮) ଅନୁଯାୟୀ କମିଶନ ମଙ୍ଗଳବାର ଗିରଫ ପରୱନା ଜାରି କରିଛନ୍ତି । ଏହି ନିଦେ୍ର୍ଧଶକୁ କାର୍ଯ୍ୟକାରୀ କରା ନଗଲେ, ତା’ର କାରଣ ସମ୍ପର୍କରେ ୧୩ ତାରିଖ ସୁଦ୍ଧା ଜଣାଇବାକୁ ମଧ୍ୟ କମିଶନ ନିଦେ୍ର୍ଧଶ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons