କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବଙ୍କ ପରାମର୍ଶ :ଟେଲି ମେଡିସିନ୍ ସେବାକୁ ମଜବୁତ କର

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ଚିକିତ୍ସା ସେବାର ସହଜ ଉପଲବ୍ଧି ପାଇଁ ଟେଲି ମେଡିସନ୍ ସେବାକୁ ମଜବୁତ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଡା. ହରମିତ ସିଂହ । ଏହା ଦ୍ୱାରା ରୋଗୀମାନେ ସିଧା କଟକ ବଡ଼ ମେଡିକାଲ କିମ୍ବା ଭୁବନେଶ୍ୱର ଏମ୍ସ୍ ଡାକ୍ତରଖାନାର ବିଶେଷଜ୍ଞଙ୍କୁ ପରାମର୍ଶ କରିବାର ସୁଯୋଗ ପାଇବେ । ଦିନିକିଆ ପୁରୀ ଗସ୍ତରେ ଆସି ଶ୍ରୀ ସିଂହ ଦୋଳବେଦି କୋଣସ୍ଥିତ ଅର୍ବାନ ହେଲ୍ଥ ସେଣ୍ଟରକୁ ପରିଦର୍ଶନ କରିଥିଲେ । ଡାକ୍ତରଖାନାର ଚିକିତ୍ସା ସେବା, ପରିମଳ, ପରିବେଶ ତଥା ଷ୍ଟାଫଙ୍କ ରୋଗୀଙ୍କ ପ୍ରତି ବ୍ୟବହାର ନେଇ ଅନୁଧ୍ୟାନ ବେଳେ ସନ୍ତୋଷ ପ୍ରକାଶ କରିଥିଲେ ।
ଏହା ପରେ ସେ ଷ୍ଟେସନ ନିକଟ ରାମଚଣ୍ଡୀ ବାଲିକୁଦା ବସ୍ତିର ମା ବିମଳା ମହିଳା ଆରୋଗ୍ୟ ସମିିତି ପରିଦର୍ଶନ କରିଥିଲେ । ସମିତି ସଦସ୍ୟାଙ୍କ ସହ ସେ କୋଭିଡ୍କାଳୀନ ସେବା ନେଇ ଆଲୋଚନା କରିଥିଲେ । ସମିତି ପକ୍ଷରୁ ରୋଗୀଙ୍କୁ ଡାକ୍ତରଖାନା ନେବାକୁ ମୋଟର ସାଇକେଲ ଆମ୍ବୁଲାନ୍ସ ପ୍ରଦାନ କରିବାକୁ ଦୃଷ୍ଟି ଆକର୍ଷଣ କରିଥିଲେ । ଯୁଗ୍ମ ସଚିବ କମିଟିକୁ ପରାମର୍ଶ ଦେଇ କହିଥିଲେ ସଂକ୍ରମଣ ରୋଗର ନିରାକରଣ ଏବଂ ପ୍ରତିକାର ନିମନ୍ତେ ବସ୍ତିବାସୀଙ୍କୁ ସଚେତନ ପାଇଁ ଅଭିଯାନ କରନ୍ତୁ ।
ବସ୍ତି ଅଞ୍ଚଳରେ କୁÂ ରୋଗ, ମ୍ୟାଲେରିଆ ଆଦି ରୋଗ ନିରାକରଣ କ୍ଷେତ୍ରରେ ସମିତି ସହଯୋଗ କରୁ । ସେହିଭଳି ଆଶା କର୍ମୀଙ୍କ କୋଭିଡ୍କାଳିନ ସେବାକୁ ସେ ପ୍ରଶଂସା କରିଥିଲେ । ପୁରୀ ମୁଖ୍ୟ ଚିକିତ୍ସାଧିକାରୀ ଡା ସୁଜତା ମିଶ୍ର ଯୁଗ୍ମ ସଚିବ ଶ୍ରୀସିଂହଙ୍କୁ ସ୍ୱାଗତ କରିଥିଲେ । ଅନ୍ୟମାନଙ୍କ ସହ ମେଡିକାଲ ଡିପିଏମ୍ ଟି ନାରାୟଣ ରାଓ, ଏପିଏମ୍ ସନ୍ତୋଷ ମିଶ୍ର, ଅଶୋକ କୁମାର ସାହୁ, ରଞ୍ଜିତ ସାହୁ ପ୍ରମୁଖ ଯୁଗ୍ମ ସଚିବଙ୍କ ପରିଦର୍ଶନରେ ସହଯୋଗ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons