କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ

Get real time updates directly on you device, subscribe now.

ସୋର: କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ । ଦୁଇଟି ବଗିରେ ଲାଗିଛି ନିଆଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଚଳାଇଛି । ଟ୍ରେନ୍‌ର ଦୁଇ ଓ ତିନି ନମ୍ବର ବଗିରେ ନିଆଁ ଲାଗିଥିବା ନେଇେ ଗାର୍ଡ ସୂଚନା ଦେଇଥିଲେ। ସୂଚନା ମୁତାବିକ, ପାରାଦୀପରୁ ହଳଦିଆ ଅଭିମୁଖେ ଯାଉଥିବା ବେଳେ କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ। ସୋର ରେଳ ଷ୍ଟେସନ ୧ ନଂ ପ୍ଲଟଫର୍ମରେ ଟ୍ରେନ୍ ଠିଆ ହୋଇରହିଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛି । ଟ୍ରେନ ଇଞ୍ଜିନ ପଛରୁ ଦୁଇ ଓ ତିନି ନମ୍ବର ବଗିରେ ନିଆଁ ଲାଗିଥିବା ଗାର୍ଡ ଦେଖିବାକୁ ପାଇଥିଲେ । ସୋର ରେଲୱେ ଷ୍ଟେସନ୍ ମାଷ୍ଟଙ୍କୁ ଜଣାଇବା ପରେ ଷ୍ଟେସନ୍ ମାଷ୍ଟର ସୋର ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀର ୨ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons