କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା:୪ ଅଭିଯୁକ୍ତଙ୍କୁ ଜେରା କରୁଛନ୍ତି ୪ଟି ଟିମ୍

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ଅଧିକ ତଦନ୍ତ ଏବଂ ତଥ୍ୟ ପ୍ରମାଣ ହାସଲ ପାଇଁ ୫ ଦିନିଆ ରିମାଣ୍ଡ୍ରେ ଆସିଥିବା ମୁଖ୍ୟ ଅଭିଯୁକ୍ତ ଶର୍ମିÂା ରାଉତ, ପୂର୍ବତନ ସୂଚନା ଓ ଲୋକସମ୍ପର୍କ ନିଦେ୍ର୍ଧଶକ ନିରଞ୍ଜନ ସେଠୀ, ଝୁନା ଭୋଇ ଏବଂ ରଞ୍ଜନ ନାୟକ ଆଜି କଟକସ୍ଥିତ କ୍ରାଇମ୍ବ୍ରାଞ୍ଚ୍ ମୁଖ୍ୟାଳୟରେ ପହଞ୍ଚିଛନ୍ତି । ୪ ଜଣ ଅଭିଯୁକ୍ତଙ୍କୁ ତଦନ୍ତକାରୀ ଟିମ୍ କଡ଼ା ସୁରକ୍ଷା ବଳୟ ଭିତରେ ଚାନ୍ଦବାଲିରୁ ଆଣି ଆଜି ଅପରାହ୍ନ ୧ଟାରେ କ୍ରାଇମବ୍ରାଞ୍ଚରେ ପହଞ୍ଚାଇଥିଲେ । ତଦନ୍ତକାରୀ ଦଳ ଅଭିଯୁକ୍ତମାନଙ୍କ ଡାକ୍ତରୀ ପରୀକ୍ଷା କରାଇବା ପରେ ସେମାନଙ୍କୁ ମଧ୍ୟାହ୍ନରେ ଖାଇବାକୁ ଦିଆଯାଇଥିଲା । ଖାଇସାରିବା ପରେ ଜେରା ଆରମ୍ଭ ହୋଇଥିଲା । ୪ ଜଣ ଅଭିଯୁକ୍ତ ଯଥା ଶର୍ମିÂା, ନିରଞ୍ଜନ, ଝୁନା, ରଞ୍ଜନଙ୍କୁ ଜେରା କରିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ୪ଟି ଟିମ୍ ଗଠନ କରାଯାଇଛି ବୋଲି ଅତିରିକ୍ତ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ଜେରା ପାଇଁ ଗଠିତ ଟିମ୍ ପୃଥକ ଭାବେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଅଲଗା ଅଲଗା ଜେରା କରିଛନ୍ତି ବୋଲି ଏଡିଜି କହିଛନ୍ତି । ୫ ଦିନିଆ ରିମାଣ୍ଡ୍ ଅବଧି ମଧ୍ୟରେ ମାନସ ହତ୍ୟା ମାମଲାର ଟିକିନିଖି ତଥ୍ୟ ଏବଂ ପ୍ରମାଣ ଯୋଗାଡ଼ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ଆଶାପ୍ରକଟ କରିଛନ୍ତି । ହତ୍ୟାକାଣ୍ଡରେ ଆଉ କାହାର ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ସମ୍ପୃକ୍ତି ରହିଛି ସେ ଦିଗ ଉପରେ ମଧ୍ୟ ତଦନ୍ତକାରୀ ଅଧିକାରୀ ଛାନ୍ଭିନ୍ ଚଳାଇଛନ୍ତି । ଅଭିଯୁକ୍ତମାନଙ୍କୁ ଅପରାହ୍ନରେ ଅଳ୍ପ ସମୟ ପଚରାଉଚରା କରାଯାଇଥିଲା । ସନ୍ଧ୍ୟା ପରେ ମାରାଥନ୍ ଜେରା କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି । ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି କ୍ରାଇମବ୍ରାଞ୍ଚ ହାଜତରେ ଥିବା ଅଭିଯୁକ୍ତମାନଙ୍କ ପାଖକୁ ତଦନ୍ତକାରୀ ଟିମ୍କୁ ଛାଡ଼ିଦେଲେ ଅନ୍ୟ କାହାକୁ ଛଡ଼ା ଯାଉନାହିଁ । ରିମାଣ୍ଡ୍ ଅବଧି ଭିତରେ ଅଭିଯୁକ୍ତମାନଙ୍କୁ ଦୟାଲ୍ ଆଶ୍ରମକୁ ଏବଂ ହତ୍ୟାକାଣ୍ଡ ସ୍ଥଳ ସମେତ ନୟାଗଡ଼ ଭଳି ଅନ୍ୟ କେତେକ ସ୍ଥାନକୁ ନିଆଯାଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଯିବାର ଯୋଜନା ରହିଥିବା ସୂଚନା ମିଳିଛି । ଆସନ୍ତାକାଲି ଅଭିଯୁକ୍ତମାନଙ୍କୁ ଦୟାଲ୍ ଆଶ୍ରମ ନିଆଯିବାର ଯୋଜନା ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons