ଖାଇବା ତେଲ ଗୋଦାମରେ ଚଢଉ

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ଖାଇବା ତେଲ କଳାବଜାରୀ କରୁଥିବା ବ୍ୟବସାୟୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁÂାନ ଦାବି ହେବ ପରେ ପଦକ୍ଷେପ ନେଇଛି ପ୍ରଶାସନ । ଉପଜିଲ୍ଲାପାଳ ବେଦବର ପ୍ରଧାନଙ୍କ ନିଦେ୍ର୍ଧଶରେ ଆଜି ସହରର ୩ଟି ଖାଇବାତେଲ ଗୋଦାମରେ ଚଢଉ କରିଛନ୍ତି ଭାରପ୍ରାପ୍ତ ବଜାର ଗୁଇନ୍ଦା ଅଧିକାରୀ ମୁରଲୀଧର ହେସା, ପୌରପାଳିକାର ବଜାର ନିରୀକ୍ଷକ ଦେବଶ୍ରୀ ମାର୍ଥା, ହିରହରଣ ମଲ୍ଲିକ ଓ ଯୋଗାଣ ବିଭାଗର କର୍ମଚାରୀ । ମାଜିଷ୍ଟେ୍ରଟ ଦାୟିତ୍ୱରେ ଥିଲେ ଅତିରିକ୍ତ ତହସିଲଦାର ଅଶ୍ୱିନୀ ମହାପାତ୍ର । ହୋଲସେଲ ବ୍ୟବସାୟୀଙ୍କ ଷ୍ଟକ ଓ ଆବଶ୍ୟକ କାଗଜପତ୍ର ଯାଞ୍ଚ କରିଛନ୍ତି । ହୋଲସେଲ ଦର ଅଧିକ ନଥିବା ଜଣାପଡିଛି । ଆଗାମୀ ଦିନରେ ଖୁଚୁରା ବ୍ୟବସାୟିକ ପ୍ରତିÂାନରେ ଚଢଉ କରାଯିବ ବୋଲି ବଜାର ଗୁଇନ୍ଦା ଅଧିକାରୀ ଶ୍ରୀ ହେସା କହିଛନ୍ତି ।
ଶ୍ରୀ ହେସା କହିଛନ୍ତି, ଉପଜିଲ୍ଲାପାଳଙ୍କ ନିଦେ୍ର୍ଧଶ ପରେ ଆଜି ସହରର ୩ଟି ହୋଲସେଲ ଦୋକାନରେ ଚଢଉ କରାଯାଇଥିଲା । ସେଗୁଡ଼ିକ ହେଲା ଏମ୍ଜି ରୋଡର ରଥ ଏଣ୍ଟରପ୍ରାଇଜେସ୍, ଲିଙ୍ଗରାଜ ନଗରର ଜୈନ ଟ୍ରେଡର୍ସ ଓ ଗୁଡ୍ଲା ଜେନରାଲ ଷ୍ଟୋର । ମାଜିଷ୍ଟେ୍ରଟ ଶ୍ରୀ ମହାପାତ୍ରଙ୍କ ଉପସ୍ଥିତିରେ ଏହାର ଯାଞ୍ଚ କରାଯାଇଥିଲା । କେତେଦରରେ ତେଲ କିଣିଛନ୍ତି ଏବଂ ଖୁଚୁରା ବ୍ୟବସାୟୀଙ୍କୁ କେତେ ଦରରେ ବିକ୍ରି କରୁଛନ୍ତି-ତାହାର କାଗଜପତ୍ର ଦେଖିଥିଲେ । କିଣା ଦରରୁ ହୋଲସେଲ ଦର ମଧ୍ୟରେ ଅଧିକ ତାରତମ୍ୟ ନଥିବା ଦେଖିବାକୁ ପାଇଥିଲେ । ଷ୍ଟକ କେତେ ରହିଛି, ତାହାର ବି ଯାଞ୍ଚ କରିଥିଲେ । କୃତ୍ରିମ ତେଲ କଳାବଜାରୀ ନକରିବାକୁ ନିଦେ୍ର୍ଧଶ ଦେଇଥିଲେ । କିନ୍ତୁ ହୋଲସେଲ ଦରରୁ ଖୁଚୁରା ଦର ଅଧିକ ଥିବା ଜଣାପଡିଛି । ଏଥିପାଇଁ ଆଗାମୀ ଦିନରେ ଖୁଚୁରା ବ୍ୟବସାୟିକ ପ୍ରତିÂାନରେ ଚଢଉ ହେବ ବୋଲି ଶ୍ରୀ ହେସା କହିଛନ୍ତି ।
ସୂଚନାଥାଉକି,ସହରରେ ତେଲର କଳାବଜାରୀ ହେଉଥିବାରୁ ଗୋଦାମରେ ଚଢଉ କରିବାକୁ ଦାବି କରିଥିଲେ ବିଜେପି କର୍ମୀ । ଏ ସମ୍ପର୍କରେ ଉପଜିଲ୍ଲାପାଳ ଶ୍ରୀ ପ୍ରଧାନଙ୍କୁ ଦାବିପତ୍ର ଦେଇଥିଲେ । ବ୍ୟବସାୟୀମାନେ କୃତ୍ରିମ ଅଭାବ ସୃଷ୍ଟି କରି ଚଢା ଦରରେ ବିକ୍ରି କରୁଥିବା ଅଭିଯୋଗପତ୍ରରେ ଦର୍ଶାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons