ଖୁଚୁରା ଦେଇ କିଣିଲେ ବାଇକ୍

Get real time updates directly on you device, subscribe now.

ବାରିପଦା ସିଟି,୩୦ା୪(ଆପ୍ର): ୬୨ ହଜାର ଟଙ୍କାର ଖୁଚୁରା କଏନ ରେ ବାଇକ କିଣିବା ଖବର ଏବେ ବାରିପଦାରେ ଚର୍ଚ୍ଚାର ବିଷୟ ପାଲଟିଛି । ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଅଞ୍ଚଳର ପାନ ଦୋକାନୀ ଆକାଶ ମହାପାତ୍ର ନିଜ ସ୍ୱପର୍ନ ଦୁଇ ଚକିଆ ଯାନ କିଣିବାକୁ ପାଖା ପାଖି ୧୫ ରୁ ୧୮ ବର୍ଷ ହେବ ଖୁଚୁରା ଜମା କରି ସ୍ୱପ୍ନଯାନର ମାଲିକ ହୋଇଛନ୍ତି । ବର୍ତ୍ତ ମାନ ବଜାରରେ ପରିବା ଦୋକାନୀ ଠାରୁ ଆରମ୍ଭ କରି ବଡ ବଡ ବ୍ୟବସାୟୀ ମାନେ ୨ ଟଙ୍କିଆ, ଟଙ୍କାକିଆ କଏନ ନେଉନଥିବା ସମୟରେ ବାରିପଦାର ଜଣେ ଦୁଇଚକିଆ ଯାନ ଶୋ-ରୁମ ମାଲିକ ୬୨ ହଜାର ଟଙ୍କାର କଏନ ନେଇ ବାଇକ ପ୍ରଦାନ କରିଛନ୍ତି । ଏପରି ଘଟଣା ସାମାଜିକ ଗଣ ମାଧ୍ୟମରେ ସାଧାରଣ କଥା ହୋଇଥିବା ବେଳେ ବାରିପଦାରେ ଏହା ପ୍ରଥମ ହୋଇଥିବାରୁ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ବିକାଶ କିଛି ଦିନ ତଳେ ସଞ୍ଚିଥିବା କଏନ ଗଣତି କରିଥିଲେ ।ଗଣତି ପରେ ସର୍ବମୋଟ ୬୨ ହଜାର ଟଙ୍କା ଗଚ୍ଛିତ ହୋଇଥିବାର ଜାଣିବାକୁ ପାଇଥିଲେ । ସଞ୍ଚୟ ହୋଇଥିବା ଟଙ୍କାରେ ଗୋଟିଏ ଦୁଇ ଚକିଆ ଯାନ କିଣିବାକୁ ମନସ୍ତ କରିଥିଲେ । ଶୋରୁମର ୧୨ ଜଣ କର୍ମଚାରୀ ମାନେ ଏକତ୍ରିତ ହୋଇ ୪ ଘଣ୍ଟା ଧରି ଖୁଚୁରା ଗଣିଥିଲେ । ଆବଶ୍ୟକ ପରିମାଣର ଅର୍ଥ ଥିବାରୁ ବିକାଶଙ୍କୁ ଗାଡି ପ୍ରଦାନ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons