ଗଛପଡ଼ି ଓଡ଼ିଶା-ଆନ୍ଧ୍ର ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ଆପ୍ର): ଆଜି କାଳବୈଶାଖୀରେ ଓଡିଶା-ଆନ୍ଧ୍ର ରେଳଲାଇନ୍ର ଗୁମୁଡାଠାରେ ବିରାଟ ଗଛ ପଡ଼ିଯାଇଥିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରାୟଗଡ଼ା ରେଳ ଷ୍ଟେସନଠାରୁ ୨୪ କିମି ଦୂର ଆନ୍ଧ୍ରର ଗୁମୁଡା ଷ୍ଟେସନ ପରିସରରେ ଏହି ଘଟଣା ଘଟିଛି । ଫଳରେ ଉଭୟ ଆନ୍ଧ୍ର ଏବଂ ଓଡ଼ିଶାରୁ ଯାତାୟତ କରୁଥିବା ୬ଟି ଏକ୍ସପ୍ରେସ ଟ୍ରେନ୍କୁ ବାତିଲ କରାଯିବା ସହ ୨ଟି ସ୍ୱତନ୍ତ୍ର ଟ୍ରେନ୍ର ରୁଟ୍ ପରିବର୍ତ୍ତନ କରାଯାଇଛି । ରାତି ୧୦ଟା ସୁଦ୍ଧା ଯୁଦ୍ଧକାଳିନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ରାୟଗଡ଼ା ରେଳବାଇ ପୁଲିସ କହିଛି ।
ଇଷ୍ଟକୋଷ୍ଟ ୱାଲଟିୟର୍ ଡିଭିଜନ ବରିÂ ବାଣିଜି୍ୟକ ନିବନ୍ଧକ ଏ.କେ.ତ୍ରିପାଠୀ କହିଛନ୍ତି, ଆଜି ବିଶାଖାପାଟଣା-ରାୟଗଡ଼ା(୧୮୫୨୮) ଏକ୍ସପ୍ରେସକୁ ବିଶାଖାପାଟଣାରୁ ବାତିଲ କରାଯାଇଛି । ସେହିପରି ରାୟଗଡ଼ା-ବିଶାଖାପାଟଣା(୧୮୫୨୭)କୁ ଆସନ୍ତାକାଲି ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ବିଶାଖାପାଟଣା-ରାୟପୁର, ରାୟପୁର-ବିଶାଖାପାଟଣା, ବିଶାଖାପାଟଣା-କୋରାପୁଟ-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ୍କୁ ବାତିଲ କରାଯାଇଛି । ଗାନ୍ଧିଧାମ୍-ପୁରୀ ଏକ୍ସପ୍ରେସକୁ ଟିଟିଲାଗଡ଼ ସମ୍ବଲପୁର ଦେଇ ଚଳାଚଳ କରାଯାଇଥିବା ବେଳେ ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସକୁ କୋରାପୁଟ ଆର୍କୁ ଦେଇ ଚଳାଚଳ କରାଯାଇଛି । ସେହିପରି ବିଶାଖାପାଟଣା-କୋର୍ବା(୧୮୫୧୮)ର ସମୟ ପରିବର୍ତ୍ତନ କରାଯାଇଛି ।
କାଳବୈଶାଖୀ ବର୍ଷା ପବନରେ ଗୁମୁଡା ଷ୍ଟେସନ ପରିସରରେ ଥିବା ଏକ ବିରାଟ ଗଛ ଆଜି ଅପରାହ୍ନରେ ରେଳଧାରଣା ଉପରେ ପଡ଼ିଯାଇଥିଲା । ଖବରପାଇ ଉଦ୍ଧାରକାରୀ ଟିମ୍ ସେଠାରେ ପହଞ୍ଚିଥିଲେ । ବର୍ଷାପବନ ଥମିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଗଛ ସଫେଇ କାର୍ଯ୍ୟ ଜାରି ରହିଛି । ଟ୍ରେନ୍କୁ ସଂଯୋଗ କରୁଥିବା ବିଦୁ୍ୟତ୍ ଖୁଣ୍ଟ ଭାଙ୍ଗିଯିବା ସହ ୨ଟି ରେଳଧାରଣା ଉପରେ ଗଛ ପଡ଼ିଯାଇଥିଲା । ସେହି ସମୟରେ କୌଣସି ଟ୍ରେନ୍ ଯାତାୟତ କରୁ ନଥିବାରୁ କାହାର କିଛି କ୍ଷତି ହୋଇନାହିଁ । ତେବେ ରେଳ ଧାରଣାରେ ଗଛ ପଡ଼ିବା ଯୋଗୁଁ ଅପରାହ୍ନ ୪.୫୫ରେ ରାୟଗଡ଼ା ଷ୍ଟେସନ ଛାଡିବାକୁ ଥିବା ଟାଟା-ଏର୍ଣ୍ଣାକୁଲମ୍ ଏକ୍ସପ୍ରେସ(୧୮୧୮୯) ପ୍ଲାଟଫର୍ମରେ ଅଟକି ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons