ଗଛ ପଡ଼ିି ରାସ୍ତା ଅବରୋଧ, ଯାତାୟତ ବାଧାପ୍ରାପ୍ତ

Get real time updates directly on you device, subscribe now.

ସାନଖେମୁଣ୍ଡି, (ବି.ବି.ଆପ୍ର): କାଳବୈଶାଖୀ ପ୍ରଭାବରେ ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟି ନିକଟ ଦସେଇପୁର ଏବଂ ଖେମୁଣ୍ଡିଖାଲ ନିକଟ ମୁଖ୍ୟ ରାସ୍ତାରେ ବିରାଟକାୟ ଗଛ ପଡ଼ିି ରାସ୍ତା ଅବରୋଧ । ପ୍ରବଳ ବର୍ଷା ସାଙ୍ଗକୁ ପବନ ମାଡ଼ରେ ମୁଖ୍ୟ ରାସ୍ତା କଡ଼ରେ ବିଶାଳ ବୃକ୍ଷ ଭୂମିରେ ଲୋଟି ପଡ଼ିଛି । ପ୍ରାୟ ୨ ଘଣ୍ଟା ଧରି ବର୍ଷା ଲାଗି ରହିଥିଲା । ଦୀର୍ଘ ସମୟ ଧରି ଗଛ ପଡ଼ି ରହିବା ଯୋଗୁଁ ଗଞ୍ଜାମ ଗଜପତି ସୀମାନ୍ତ ତଥା ଉଭୟ ଦିଗରୁ ଶତାଧିକ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ହଜାର ହଜାର ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି । ସାନଖେମୁଣ୍ଡି ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରେ ଗଛ କାଟି ସଫା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons